Amazon Great Indian Festival 2021: ୪ ଅକ୍ଟୋବରରୁ ଆରମ୍ଭ ହେବ ସେଲ୍‌, ଉଠାଇ ପାରିବେ କେତେକ ଶାନଦାର ଅଫର୍ସର ଲାଭ

ଆମାଜନ ୟୁଜର୍ସଙ୍କ ପାଇଁ ଖୁସି ଖବର। କମ୍ପାନୀ ନିଜ ‘Amazon Great Indian Festival 2021’ ସେଲ୍‌ ଡେଟ୍‌ର ଘୋଷଣା କରି ଦେଇଛି। ଏହି ସେଲ୍‌ ୪ ଅକ୍ଟୋବରରୁ ଆରମ୍ଭ ହେବ, ଯେଉଁଥିରେ କେତେକ ପ୍ରଡକ୍ଟ ଉପରେ ଡିସ୍‌କାଉଣ୍ଟ ଏବଂ ଅଫର୍ସର ଲାଭ ଉଠାଯାଇ ପାରିବ। କମ୍ପାନୀର ଅଫିସିଆଲ େଓ୍ଵବ୍‌ସାଇଟରେ ଏହି ସେଲ୍‌ ବିଷୟରେ ବିସ୍ତତ ସୂଚନା ଦିଆଯାଇଛି।

ସାଇଟ୍‌ରେ ଦିଆଯାଇଥିବା ସୂଚନା ମୁତାବକ, ସେଲ୍‌ରେ ସ୍ମାର୍ଟଫୋନ, ଇଲେକ୍ଟ୍ରୋନିକ୍ସ ଡିଭାଇସ୍‌, ସ୍ମାର୍ଟଓ୍ଵାଚ, ଟ୍ୟାବଲେଟ, ଲ୍ୟାପଟପ୍‌, ସ୍ମାର୍ଟ ଟିଭି ସମେତ ହୋମ୍‌ ଆପ୍ଲାଏନ୍ସକୁ କମ୍‌ ଦାମରେ କିଣିବାର ମଉକା ମିଳିବ। ଯଦିଓ ଏ ପର୍ଯ୍ୟନ୍ତ ମିଳିବାକୁ ଥିବା ଡିସ୍‌କାଉଣ୍ଟ ଉପରେ କୌଣସି ଖୁଲାସା କରାଯାଇ ନାହିଁ।

Amazonରେ ଯଦି ଆପଣ କୌଣସି ପ୍ରଡକ୍ଟକୁ କିଣିବା ପାଇଁ HDFC Bank କାର୍ଡ ଉପଯୋଗ କରୁଛନ୍ତି, ତା’ହେଲେ ଆପଣଙ୍କୁ ୧୦ ପ୍ରତିଶତ ଇନ୍‌ଷ୍ଟାଣ୍ଟ ଡିସ୍‌କାଉଣ୍ଟ ମିଳିବ। ଏଥି ସହିତ ଇଏମ୍‌ଆଇ ଟ୍ରାଞ୍ଜାକ୍ସନ ଉପରେ ବି ଡିସ୍‌କାଉଣ୍ଟ ଦିଆଯାଉଛି। ଏହାଛଡ଼ା ୟୁଜର୍ସ Amazon Payରେ ୫,୦୦୦ ଟଙ୍କା ସେଭ୍‌ କରିପାରିବେ। ଖାସ୍‌ କଥା ହେଉଛି, Amazon Prime membership ୟୁଜର୍ସ ଅର୍ଲି ଏକ୍ସେସ୍‌ ସେଲ୍‌ରେ ଭାଗ ନେଇପାରିବେ।

Amazon Great Indian Festival 2021 ସେଲ୍‌ ଅଧୀନରେ ୟୁଜର୍ସ ପ୍ରଡକ୍ଟ ଉପରେ No Cost EMIର ଲାଭ ଉଠାଇ ପାରିବେ। ଏଥି ସହିତ ଏକ୍ସଚେଞ୍ଜ ଅଫରର ବି ସୁବିଧା ଦିଆଯାଉଛି। ସ୍ମାର୍ଟଫୋନ ଉପରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ ପ୍ରାପ୍ତ କରାଯାଇ ପାରିବ ଏବଂ ଇଲେକ୍ଟ୍ରୋନିକ୍ସ ଓ ଏକ୍ସେସରିଜ୍‌ ଉପରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.