ଖୁବଶୀଘ୍ର ଆରମ୍ଭ ହେଉଛି ଆମାଜନ ଏବଂ ଫ୍ଲିପକାର୍ଟର ଫେଷ୍ଟିଭ ସିଜିନ ସେଲ, ଜାଣନ୍ତୁ କ’ଣ ରହିଛି ଆକର୍ଷଣ

ଆଉ କିଛି ଦିନ ପରେ ଫେଷ୍ଟିଭ ସିଜିନ ଖବୁଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହାମଧ୍ୟରେ ଇ-କମର୍ସ କମ୍ପାନୀ ସବୁ ନିଜର ସେଲ୍ ଆରମ୍ଭ କରିଦେଇଛନ୍ତି। ଆମାଜନ ଏବଂ ଫ୍ଲିପକାର୍ଟ ମଧ୍ୟ ନିଜର ବାର୍ଷିକ ସେଲର ଟିଜର ଜାରି କରିଛନ୍ତି। ଆମାଜନ ଆଗକୁ Great India Sale ଆରମ୍ଭ କରିବାକୁ ଥିବା ବେଳେ ଫ୍ଲିପକାର୍ଟ Big Billion Days ଆୟୋଜନ କରିବ। କିନ୍ତୁ ଏପର୍ଯ୍ୟନ୍ତ ଏହି ସେଲର ତାରିଖ ଘୋଷଣା କରାଯାଇନାହିଁ।
ଆମାଜନ ଏବଂ ଫ୍ଲିପକାର୍ଟ ଦୁଇଟି ଯାକ ସେଲରେ ପ୍ରତ୍ୟେକ କ୍ୟାଟେଗୋରୀରେ ଡିସକାଉଣ୍ଟ ମିଳିବ। ଯେଉଁଥିରେ ସ୍ମାର୍ଟଫୋନ ଏବଂ ଗାଜେଟ୍ସ ମୁଖ୍ୟ ରୂପେ ସାମିଲ ରହିବ। ଆମାଜନ ଗ୍ରେଟ ଇଣ୍ଡିଆ ସେଲରେ ଏଚଡିଏଫସି ବ୍ୟାଙ୍କ କାର୍ଡରେ ସପିଂ କରିବାରେ ୧୦ ପ୍ରତିଶତ ରିହାତି ମିଳିବ। ଯେଉଁଠି ଫ୍ଲିପକାର୍ଟ ସେଲରେ ଏସବିଆଇ କାର୍ଡରେ କିଣିବା ଦ୍ୱାରା ୧୦ ପ୍ରତିଶତର ଡିସକାଉଣ୍ଟ ମିଳିବ।
ସୂଚନାଯୋଗ୍ୟ, ଆମାଜନ ସେଲରେ ଆଲେକ୍ସା ବେସଡ Echo ସ୍ମାର୍ଟସ୍ପିକର ସହିତ ଫାୟାର ଟିଭି ଷ୍ଟିକ, ଏବଂ ଅନ୍ୟ ଆମାଜନ ପ୍ରଡକ୍ଟ ଉପରେ ଡିସକାଉଣ୍ଟ ମିଳିବ। ସେହିପରି ଫ୍ଲିପକାର୍ଟରେ ଫ୍ଲିପକାର୍ଟ ପ୍ଲସ ୟୁଜର୍ସଙ୍କୁ ସେଲର ଜଲଦି ଆକ୍ସେସ ମିଳିବ। ସେଲ ସମୟରେ ଆମାଜନ ନିଜ ପ୍ରଡକ୍ଟ ଉପରେ ୧୩ ହଜାର ଟଙ୍କାର ଡିସକାଉଣ୍ଟ ଦେଇପାରେ। ଯେଉଁଠି ଫ୍ଲିକାଟ ୮୦ ପ୍ରତିଶତ ଡିସକାଉଣ୍ଟ ଦେଇପାରେ।