Amazonରେ ଚାଲୁଛି ବମ୍ପର ସେଲ୍‌, ଗରମରେ ସଢ଼ିବା ପୂର୍ବରୁ ଅଧା ଦାମରେ କିଣିଆଣନ୍ତୁ AC, ଫ୍ରିଜ ଏବଂ ଟିଭି

Amazonରେ Home Shopping Spree ସେଲ୍‌ ଆରମ୍ଭ ହୋଇଯାଇଛି। ଏଥିରେ ଟିଭି, ଏସି, ଫ୍ରିଜ୍‌ ଏବଂ ଅନ୍ୟ ପ୍ରଡକ୍ଟସ ଉପରେ ବମ୍ପର ଡିସକାଉଣ୍ଟ ମିଳୁଛି। Home Shopping Spree ସେଲ୍‌ ସମୟରେ ଆମାଜନ୍‌ ୪୦ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ ଟିଭି ଏବଂ ଏସି ଉପରେ ଦେଉଛି।

Blue Star 0.8 Tons 3 star Inverter Split AC

ବ୍ଲୁ ଷ୍ଟାରର ଏହି Split ACକୁ ସେଲରେ ୨୭,୪୯୦ ଟଙ୍କାରେ ଉପଲବ୍ଧ କରାଯାଇଛି। ପ୍ରଡକ୍ଟର ଏମଆରପି ୩୭,୫୦୦ ଟଙ୍କାରେ ରହିଛି। ଏଥିରେ ୧୦୦ ପ୍ରତିଶତ କପର ଏବଂ ଟର୍ବୋ କୁଲ ଫିଚରର ବ୍ୟବହାର କରାଯାଇଛି। ଏହାଛଡା ଇନଭର୍ଟର କମ୍ପ୍ରେସର ଉପରେ ୧୦ ବର୍ଷର ଓ୍ଵାରେଣ୍ଟୀ ଦିଆଯାଉଛି।

LG 1.5 Ton 4 Star dual inverter window AC

LGର ଏହି ମଡେଲ ଆମାଜନରେ ମାତ୍ର ୨୯,୯୯୦ ଟଙ୍କାରେ ଉପଲବ୍ଧ ଅଛି। ଏହା ଇନଭର୍ଟର କମ୍ପ୍ରେସର ସହ ଆସିଥାଏ। ଏଥିରେ ଭେରିଏବଲ ସ୍ପୀଡ କମ୍ପ୍ରେସର ଦିଆଯାଇଛି, ଯାହା ହିଟ ଲୋଡ୍‌ ଅନୁସାରେ ପାଓ୍ଵାରକୁ ଆଡଜଷ୍ଟ କରିଥାଏ। ଏସି ବ୍ୟତୀତ ଟିଭି ଉପରେ ମଧ୍ୟ ଡିସକାଉଣ୍ଟ ଦିଆଯାଉଛି।

Redmi 108 cm (43 inches) 4K Ultra HD Android Smart LED TV X43

୪୩ ଇଞ୍ଚର ଏହି ଟିଭିକୁ ୧୪,୦୦୦ ଟଙ୍କାର ଡିସକାଉଣ୍ଟ ପରେ ୨୮,୯୯୯ ଟଙ୍କାରେ ବିକ୍ରି କରାଯାଉଛି। ଏହା ରିଜୋଲ୍ୟୁସନ ସହିତ ୧୭୮ ଡିଗ୍ରୀ ଓ୍ଵାଇଡ ଭ୍ୟୁଇଙ୍ଗ୍‌ ସହିତ ଆସିଥାଏ। କନେକ୍ଟିଭିଟୀ ପାଇଁ ଏଥିରେ 3 HDMI ପୋର୍ଟ୍ସ ଏବଂ 2 USB ପୋର୍ଟ୍ସ ଦିଆଯାଇଛି।

OnePlus 108 cm (43 inches) Y-series Full HD LED smart Android TV

ଓ୍ଵାନପ୍ଲସର ଏହି ଟିଭି ମଡେଲକୁ ୪୧୦୦ ଟଙ୍କା ଡିସକାଉଣ୍ଟ ସହିତ ୨୫,୮୯୯ ଟଙ୍କାରେ ବିକ୍ରି କରାଯାଉଛି। ଏହି ଟିଭିରେ ଫୁଲ୍‌ ଏଚଡି ରିଜୋଲ୍ୟୁସନ 60 hertz ରିଫ୍ରେସ ରେଟ ଦିଆଯାଇଛି। ଏଥିରେ ଦୁଇଟି HDMI ପୋଟର୍ସ ଏବଂ ୨ USB ପୋଟର୍ସ ଦିଆଯାଇଛି।
ଆମାଜନର Home Shopping Spree ସେଲରେ LG, Samsung, Whirlpool, Haier, Godrej ଏବଂ ଅନ୍ୟ ରେଫ୍ରିଜରେଟର ଉପରେ ମଧ୍ୟ ଡିସକାଉଣ୍ଟ ଦିଆଯାଉଛି। ଏନର୍ଜୀ ଏଫିସିଏଣ୍ଟ ରେଫ୍ରିଜରେଟରର ଦାମ୍‌ ୧୩,୯୯୦ ଟଙ୍କାରୁ ଆରମ୍ଭ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.