ଭାରତରେ ୨୦ ହଜାର ଲୋକଙ୍କୁ ନିଯୁକ୍ତି ଦେବ ଆମାଜନ୍‌, ମିଳିବ ଓ୍ଵାର୍କ ଫ୍ରମ୍‌ ହୋମ୍‌ର ସୁବିଧା

ଇ-କମର୍ସ କମ୍ପାନୀ ଆମାଜନ୍‌ ଇଣ୍ଡିଆ ଭାରତରେ ୨୦ ହଜାର ଲୋକଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରୁଛି। ଏନେଇ କମ୍ପାନୀ ତରଫରୁ ରବିବାର ଘୋଷଣା କରାଯାଇଛି। ଏହି ନିଯୁକ୍ତି କମ୍ପାନୀର କଷ୍ଟମର ସର୍ଭିସ (ସିଏମ୍‌)ରେ କରାଯିବ। ନବନିଯୁକ୍ତ ଲୋକମାନେ ଗ୍ରାହକଙ୍କୁ ସପିଂ କରାଇବାରେ ସାହାଯ୍ୟ କରିବେ ବୋଲି ଜଣାଯାଇଛି। ତେବେ ଏହି ହାୟାରିଂ ଅସ୍ଥାୟୀ ଭାବେ କରାଯିବ।

Amazon jobs day: Where to find hiring events for 30,000 open roles ...

କମ୍ପାନୀ ତରଫରୁ କୁହାଯାଇଛି ଯେ ଆସନ୍ତା ଛଅ ମାସରେ ଗ୍ରାହକଙ୍କ ସଂଖ୍ୟା ବଢ଼ିବ ବୋଲି ଅନୁମାନ କରାଯାଉଛି। ଏଣୁ ଅସ୍ଥାୟୀଭାବେ ନିଯୁକ୍ତି କରିବାକୁ କମ୍ପାନୀ ତରଫରୁ ନିଷ୍ପତ୍ତି ନିଆଯାଇଛି। ନୋଏଡ଼ା, କଲିକତା, ଜୟପୁର, ଚଣ୍ଡୀଗଡ଼, ଇନ୍ଦୋର, ଭୋପାଳ, ଲକ୍ଷ୍ମୌ, ହାଇଦ୍ରାବାଦ, ପୁଣେ, କୋଇମ୍ବାଟୁର, ମାଙ୍ଗଲୋର ଆଦି ସ୍ଥାନରେ ଏହି ନିଯୁକ୍ତି ଦିଆଯିବ।

Amazon ramps hiring, opening 100,000 new roles to support people ...

ଆମାଜନ୍‌ ତରଫରୁ କୁହାଯାଇଛି ଯେ ଏହି ନିଯୁକ୍ତି ଆମାଜନ୍‌ର ଭର୍ଚୁଆଲ କଷ୍ଟମର କେୟାର ପ୍ରୋଗ୍ରାମଙ୍କ ପାଇଁ ହେବ। ପ୍ରାର୍ଥୀଙ୍କୁ ଘରୁ କାମ କରିବାକୁ ଅନୁମତି ରହିଛି। ଚାକିରି ପାଇଥିବା ଲୋକମାନେ ଗ୍ରାହକଙ୍କୁ ଇମେଲ, ଚାଟ୍‌, ସୋସିଆଲ ମିଡିଆ ଓ ଫୋନ୍‌ ମାଧ୍ୟମର ସାହାଯ୍ୟ କରିବେ। ଏହି ପଦ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ପାସ୍‌ ରହିଛି। ଏଥିସହ ବ୍ୟକ୍ତିଙ୍କର ଇଂରାଜୀ, ହିନ୍ଦୀ, ତାମିଲ, ତେଲୁଗୁ ବା କନ୍ନଡ଼ ଭାଷାରେ ଦଖଲ ଥିବା ଆବଶ୍ୟକ।

Leave A Reply

Your email address will not be published.