ଆମାଜନରେ ଆାରମ୍ଭ ହୋଇଛି ମନସୁନ୍‌ କାର୍ନିଭାଲ ସେଲ, ଶସ୍ତାରେ କିଣନ୍ତୁ ସାମସଙ୍ଗର ସ୍ମାର୍ଟ ଟିଭି

ଇ-କମର୍ସ କମ୍ପାନୀ ସବୁବେଳେ ନିଜ ଗ୍ରାହକଙ୍କୁ ଖୁସି କରିବା ପାଇଁ ବଢ଼ିଆ ଅଫର ନେଇଆସେ। ଏହି ଅଫର ପ୍ରତିମାସରେ ରହିଥାଏ, ପ୍ରତିଟି ସିଜିନ୍‌ କୁ ନେଇ ରହିଥାଏ। ସବୁଥର ଏମାନେ ନିଜ କଷ୍ଟମର୍ସଙ୍କୁ ଆକୃଷ୍ଟ କରିବା ପାଇଁ ଭଲ ଭଲ ଜିନିଷ ଉପରେ ଭାରି ଛାଡ ଦେଇଥାନ୍ତି।

ଏଥର ମଧ୍ୟ ଇକମର୍ସ କମ୍ପାନୀ ଆମାଜନ୍‌ ଗ୍ରାହକଙ୍କୁ ଖୁସି କରିବା ପାଇଁ ମନସୁନ୍‌ ସେଲ ଆରମ୍ଭ କରିଛି। ଏହି ଅଫର ଖାସ କରି ସ୍ମାର୍ଟ ଡିଭାଇସ୍‌ ଉପରେ ରହିଛି । ଯଦି ଆପଣ ବି ସ୍ମାର୍ଟ ଡିଭାଇସ୍‌ ନିଜ ଘର ପାଇଁ କିଣିବାକୁ ଚାହୁଁଛନ୍ତି ତେବେ ଶୀଘ୍ର ଏହି ଅଫରର ଫାଇଦା ଉଠାନ୍ତୁ।

ଆମାଜନରେ ଆରମ୍ଭ ହୋଇଛି ମନସୁନ କାର୍ନିଭାଲ ସେଲ। ଯାହା ଆସନ୍ତା ୧୨ ଜୁନ ପର୍ଯ୍ୟନ୍ତ ଚାଲିବ। ଏହି ସେଲରେ ସ୍ମାର୍ଟ ଟିଭି ଉପରେ ଭାରି ଡିସକାଉଣ୍ଟ ଦିଆଯାଉଛି। କେବଳ ଟିଭି ନୁହେଁ ବରଂ ସ୍ମାର୍ଟଫୋନ ଓ ଅନ୍ୟାନ୍ୟ ଇଲେକଟ୍ରୋନିକ ପ୍ରଡକ୍ଟ ଉପରେ ମଧ୍ୟ ଧମକାଦାର ଡିସକାଉଣ୍ଟ ମିଳୁଛି। ଏହି ସେଲରେ ସୁବଠୁ ଶସ୍ତାରେ ମିଳୁଛି ସ୍ମାର୍ଟ ଟିଭି। ଲିଷ୍ଟର ପ୍ରଥମରେ ରହିଛି ସାମସଙ୍ଗ ର ୩୨ ଇଞ୍ଚର ସ୍ମାର୍ଟ ଟିଭି । ଏଥିରେ ଭାରି ଡିସକାଉଣ୍ଟ ଦିଆଯାଉଛି।

ଏମିତିରେ ଆପଣ ଶସ୍ତାରେ ସାମସଙ୍ଗର ସ୍ମାର୍ଟ ଟିଭିକୁ କିଣିପାରିବେ। ସାମସଙ୍ଗର ୩୨ଇଞ୍ଚର ସ୍ମାର୍ଟ ଟିଭିର ଲଞ୍ଚିଂ ପ୍ରାଇଜ ୨୨,୯୦୦ ଟଙ୍କା ରହିଛି। କିନ୍ତୁ ଆମାଜନରେ ଏହାକୁ ଆପଣ ୧୫,୯୯୦ ଟଙ୍କାରେ କିଣିପାରିବେ। ଏହାବ୍ୟତିତ ବ୍ୟାଙ୍କ ଓ ଏକ୍ସଚେଞ୍ଜ ଅଫର ମଧ୍ୟ ରହୁଛି , ଯାହାପରେ ଟିଭିର ଦାମ ପୁରା କମିଯିବ।

ଆମାଜନର ମନସୁନ୍‌ କାର୍ନିଭାଲ ସେଲ୍‌ ର ଫାଇଦା ଉଠାଇବା ପାଇଁ ଆପଣ ଙ୍କ ପାଖରେ CitiBank ର କ୍ରେଡିଟ କିମ୍ବା ଡେବିଟ କାର୍ଡ ଥିବା ଜରୁରୀ। ଏମିତିରେ ଆପଣଙ୍କୁ ୧୫୦୦ ଟଙ୍କାର ଡିସକାଉଣ୍ଟ ମିଳିବ। ଏହାପରେ ଟିଭିର ଦାମ ହୋଇଯିବ ୧୪,୪୯୦ ଟଙ୍କା। ଏହାପରେ ଏକ୍ସଚେଞ୍ଜ ଅଫର ମଧ୍ୟ ରହିଛି।

ସାମସଙ୍ଗର ୩୨ ଇଞ୍ଚର ସ୍ମାର୍ଟ ଟିଭିରେ ୪,୧୧୦ ଟଙ୍କାର ଏକ୍ସଚେଞ୍ଜ ଅଫର ରହିଛି। ଯଦି ଆପଣ ପୁରୁଣା ଟିଭିକୁ ଏକ୍ସଚେଞ୍ଜ କରୁଛନ୍ତି ତେବେ ଆପଣଙ୍କୁ ପୁରା ଅଫ ମିଳିବ। ୯,୫୫୦ ଟଙ୍କାର ଅଫ୍‌ ସେତେବେଳେ ମିଳିବ ଯେତେବେଳେ ଆପଣଙ୍କ ପୁରୁଣା ଟିଭିର କଣ୍ଡିସନ୍‌ ଭଲ ଥିବ। ଏହାସହ ମଡେଲ ଲାଟେଷ୍ଟ ହୋଇଥିବ। ଯଦି ଏସବୁ ଅଫର ମିଶେ ତେବେ ହିଁ ଆପଣଙ୍କୁ ଟିଭିକୁ ମାତ୍ର ୧୦,୩୮୦ ଟଙ୍କାରେ କିଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.