ଦେଶର ସବୁଠାରୁ ଧନୀ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପରିବାର ବହୁତ ଦିନ ହେବ ଦେଶର ସବୁଠାରୁ ଧନୀ ପରିବାର ଭାବେ ଜଣାଶୁଣା । ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ୨୦୨୪ର ଏକ ରିପୋର୍ଟ ଅନୁଯାୟୀ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାରର ସବୁଠାରୁ ଦାମୀ ବିଜନେସ୍ ଫ୍ୟାମିଲି ଲିଷ୍ଟରେ ଏକ ନମ୍ବରରେ ଅଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଏଲ୍) ସିଏମଡି ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ହେଉଛି ୨୫,୭୫,୧୦୦ କୋଟି ଟଙ୍କା । ଏହା ସହିତ ସେମାନେ ଦେଶର ସବୁଠାରୁ ଧନୀ ପରିବାର । ଏହି ଲିଷ୍ଟରେ ନୀରଜ ବଜାଜଙ୍କ ବଜାଜ ପରିବାର ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ବଜାଜ ପରିବାରର ସମୁଦାୟ ସମ୍ପତ୍ତି ହେଉଛି ୭,୧୨,୭୦୦ କୋଟି । ସେହିପରି ତୃତୀୟ ସ୍ଥାନରେ କୁମାର ମଙ୍ଗଲମ ବିର୍ଲାଙ୍କ ପରିବାର ରହିଛି । ଏହା ସହ ତାଙ୍କ ସବୁଦାୟ ସମ୍ପତ୍ତି ୫,୩୮,୭୦୦ କୋଟି ଟଙ୍କା ରହିଛି । ତାହେଲେ ଆସନ୍ତୁ ଏହି ସବୁ ଜିନିଷ ଉପରେ ବିଶେଷ ଧ୍ୟାନ ଦେବା ।
ଅମ୍ବାନୀ ପରିବାର ସମ୍ପତ୍ତି :
ମୁକେଶ ଅମ୍ବାନୀଙ୍କ କମ୍ପାନୀର ଆନୁମାନିକ ମୂଲ୍ୟ ହେଉଛି ୩୦୯ ବିଲିୟନ ଡଲାର ଅର୍ଥାତ୍ ପ୍ରାୟ ୨୫,୭୫ ଲକ୍ଷ କୋଟି ଟଙ୍କା । ଯଦି ଆମେ ଏହାକୁ ଭାରତର ଜିଡିପି ସହିତ ତୁଳନା କରିବା, ତେବେ ଏହା ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ର ପ୍ରାୟ ୧୦% ହେବ । ତେବେ ଅଗଷ୍ଟ ୮ ରେ ପ୍ରକାଶିତ ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି । ତେବେ ସେହି ଲିଷ୍ଟ ଅନୁସାରେ ସବୁଠାରୁ ଦାମୀ ପରିବାରଙ୍କ ଲିଷ୍ଟରେ ୭.୧୩ ଲକ୍ଷ କୋଟି ଟଙ୍କା ସହିତ ବଜାଜ ପରିବାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ୫.୩୯ ଲକ୍ଷ କୋଟି ଟଙ୍କା ନେଇ ବିର୍ଲା ପରିବାର ତୃତୀୟ ସ୍ଥାନରେ ରହିଛନ୍ତି । କିନ୍ତୁ ବର୍ତ୍ତମାନ ପ୍ରଶ୍ନ ରହିଛି ଯେ ଆଦାନୀଙ୍କ ପରିବାରର ନାମ ଏହି ଲିଷ୍ଟରେ ରହିନାହିଁ ।
ଆଦାନୀଙ୍କ ନାମ ଏହି ଲିଷ୍ଟରେ ନାହିଁ :
ଆଦାନୀ ପରିବାର ଏହି ଲିଷ୍ଟରେ ଅନ୍ତର୍ଭୁକ୍ତ ହୋଇନାହାନ୍ତି । ଆଦାନୀ ପରିବାରର ସବୁଦାୟ ସମ୍ପତ୍ତି ୧୫.୪୪ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । କିନ୍ତୁ ଆଦାନୀ ପ୍ରଥମ ପିଢିର ବ୍ୟବସାୟୀ ହୋଇଥିବାରୁ ସେ ଏହି ଲିଷ୍ଟରେ ସ୍ଥାନ ପାଇ ନାହାଁନ୍ତି । ଦ୍ୱିତୀୟ ପିଢିର ସକ୍ରିୟ ନେତୃତ୍ୱ ନେଇ ଆଦାନୀ ପ୍ରଥମ ପିଢି ପରିବାର ଲିଷ୍ଟରେ ଶୀର୍ଷରେ ଥିବାବେଳେ ସେରମ୍ ଇନଷ୍ଟିଚ୍ୟୁଟର ପୁନାୱାଲା ପରିବାର ୨.୩୭ ଲକ୍ଷ କୋଟି ଟଙ୍କା ବ୍ୟବସାୟ ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏହି ଅନୁସନ୍ଧାନରେ କୁହାଯାଇଛି ଯେ ପରିବାର ବ୍ୟବସାୟର ତିନି ଚତୁର୍ଥାଂଶ ଗତ ବର୍ଷ ତୁଳନାରେ ମୂଲ୍ୟ ବୃଦ୍ଧି ପାଇଛି । ସେ କହିଛନ୍ତି ଯେ ଭାରତରେ ଦୀର୍ଘସ୍ଥାୟୀ ଅର୍ଥନିତିର ସ୍ଥିରତା ଏବଂ ଅଭିବୃଦ୍ଧି ବଜାୟ ରଖିବାରେ ଏହି ପରିବାର ବ୍ୟବସାୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତାହେଲେ ଆସନ୍ତୁ ଜାଣିବା ଯେ ଭାରତରରେ କେତୋଟି ସବୁଠାରୁ ଦାମୀ ପରିବାର ବ୍ୟବସାୟ ରହିଛିନ୍ତି ।
ଭାରତର ୧୦ ଟି ସବୁଠାରୁ ଦାମୀ ପରିବାର ବ୍ୟବସାୟ :
ଅମ୍ବାନୀ ପରିବାର
ବଜାଜ ପରିବାର
ବିର୍ଲା ପରିବାର
ଜିନ୍ଦଲ ପରିବାର
ନାଦର ପରିବାର
ମହିନ୍ଦ୍ରା ପରିବାର
ଦାନି, ଚୋକ୍ସି ଏବଂ ବକିଲ ପରିବାର
ପ୍ରେମଜୀ ପରିବାର
ରାଜୀବ ସିଂ ପରିବାର
ମୁରୁଗାପ୍ପା ପରିବାର