ବ୍ୟବସାୟ ଓ ଅର୍ଥନୀତି

ନୂଆ ମଡେଲ ଓ ଲାଟେଷ୍ଟ ଫିଚରରେ ବଜାରକୁ ଏଣ୍ଟ୍ରି କରିବ Ambassador ‘Amby’, ଏହିଦିନ ହେବ ଲଞ୍ଚ

ହିନ୍ଦୁସ୍ତାନ ମୋଟର୍ସ Ambassador ୧୯୭୦ ଦଶକରେ ଭାରତୀୟ ସଡ଼କରେ ରାଜ୍‌ କରୁଥିବା କାର। ଯାହାର ଲୁକ୍‌ ସମସ୍ତଙ୍କ ମନରେ ଏବେ ପର୍ଯ୍ୟନ୍ତ ନିଜର ଛାପ ରଖିଛି। ଏବେ ତା’ର ବ୍ୟବହାର ବହୁ ମାତ୍ରାରେ କମିଯାଇଛି । ପୂର୍ବରୁ ଏହି କାରର କ୍ରେଜ ଅଧିକ ଥିଲା। ପରେ ମାରୁତି ସୁଜୁକି ଭଳି କମ୍ପାନୀର ଶସ୍ତା ଗାଡ଼ି ଆସିବା ପରେ ମାର୍କେଟରେ ଏହାର ଡିମାଣ୍ଡ କମ ହୋଇଗଲା। ଶେଷରେ ୨୦୧୪ ମସିହାରେ କମ୍ପାନୀ ଏହାର ପ୍ରଡକ୍ସନ ବନ୍ଦ କରିଦେଇଥିଲା।

ଭାରତରେ ପାଓ୍ଵାର ଓ ପଲିଟିକ୍ସର ସଙ୍କେତ ହେଉଛି Ambassador Car। ଏହା ପୁଣି ଥରେ ଫେରୁଛି। ମାନେ ଏବେ ପୁଣି ଥରେ ରାସ୍ତାରେ ଆପଣ ଏହି କାରକୁ ଆପଣ ଦେଖିପାରିବେ। କମ୍ପାନୀ ଏହାକୁ ପୁଣି ଥରେ ଆଣିବାର ପ୍ଳାନିଂ କରୁ ଛି। କିନ୍ତୁ ଏବେର Ambassador Car ର ମଡେଲ ରହିବ ଟିକେ ଅଲଗା। ଏହାସହ ଫିଚର ମଧ୍ୟ ଲାଟେଷ୍ଟ ରହିବ ।

କାର ପ୍ରଡକ୍ସନ କରୁଥିବା କମ୍ପାନୀ ହିନ୍ଦୁସ୍ତାନ ମୋଟର୍ସ ୟୁରୋପର ଏକ ଅଟୋମୋବାଇଲ କମ୍ପାନୀ ସହ ଏମଓୟୁ ସାଇନ କରିଛି। ଏବେ ପର୍ଯ୍ୟନ୍ତ ୟୁରୋପ କମ୍ପାନୀର ନାମ ସାମ୍ନାକୁ ଆସିନାହିଁ। କିନ୍ତୁ ଶୁଣିବାକୁ ମିିଳିଛି ଯେ ଏହି ଡିଲ Peugeot ସହ ହୋଇଛି। ଏମଓୟୁ ହିସାବରେ ଏହି ଦୁଇ କମ୍ପାନୀ ଏବେ ଏକାଠି ହୋଇ ପୁଣିଥରେ ଉତ୍ତରପାରା କାର ପ୍ଲାଣ୍ଟରେ କାର ଓ ସ୍କୁଟରର ମାନ୍ୟୁଫାକ୍ଚରିଂ ଆରମ୍ଭ କରିବେ।

ଏଥର କିନ୍ତୁ Ambassador ଇଲେକଟ୍ରୋନିକ ଅବତାରରେ ବଜାରକୁ ଆସିବ। ନୂଆ ଲୁକ ସହ ରହିବ ନୂଆ ଫିଚର। କିନ୍ତୁ ପ୍ରଥମେ କମ୍ପାନୀ ଇଲେକଟ୍ରିକ ୨ହ୍ଵିଲ୍ସ ତିଆରି କରିବା ଆରମ୍ଭ କରିବ । ହିନ୍ଦୁସ୍ତାନ ମୋଟର୍ସର ଡାଇରେକ୍ଟ ଉତ୍ତମ ବୋସଙ୍କ କହିବା ଅନୁଯାୟୀ ଏହି କାରର ନାମ ମଧ୍ୟ ପରିବର୍ତ୍ତନ ହୋଇ Amby ରଖାଯିବ। ଏହାର ଡିଜାଇନ, ନ୍ୟୁ ଲୁକ ଓ ଇଞ୍ଜନ କୁ ନେଇ କାମ ଚାଲୁଛି। ଏହା ଏବେ ଆଡଭାନ୍ସ ଷ୍ଟେଜରେ ବର୍ତ୍ତମାନ ଅଛି।

କୋଲକତାର ପାଖାପାଖି ୨୦ କିଲୋମିଟର ଦୂର ଉତ୍ତରପାରା କାର ପ୍ଳାଣ୍ଟ ଦେଶର ସବୁଠୁ ପୁରୁଣା କାର ପ୍ଲାଣ୍ଟ। ଏହା ଜାପାନର ଟୋୟୋଟା ପ୍ଳାଣ୍ଟ ପରେ ଏସିଆର ଦ୍ୱିତୀୟ ସବୁଠୁ ପୁରୁଣା ପ୍ଳାଣ୍ଟ। ଏହା ୧୯୭୦ ମସିହାର ଭାରତର ରାସ୍ତାରେ ରାଜ କରୁଥିଲା। ୨୦୧୪ ମସିହା ପରେ ଏବେ ପୁଣି ଥରେ ଏହାକୁ ନୂଆ ଢ଼ଙ୍ଗରେ ବଜାରକୁ ଅଣାଯିବ।

ଉତ୍ତରପାରା ପ୍ଳାଣ୍ଟରେ ପ୍ରଡକ୍ସନ ୧୯୪୮ ମସିହାରୁ ଆରମ୍ଭ ହୋଇଯାଇଥିଲା। କିନ୍ତୁ କମ୍ପାନୀର ସବୁଠୁ ପପୁଲାର କାର ମଡେଲ Ambassador ୬୦ ଦଶକରେ ଭାରତର ସଡ଼କରେ ପ୍ରଥମ ଥର ଆସିଥିଲା। ଏହାକୁ କମ୍ପାନୀ ୧୯୫୭ ମସିହାରେ ଲଞ୍ଚ କରିଥିଲା। ୨୦୧୪ ରେ ଏହାକୁ କମ୍ପାନୀ ବନ୍ଦ କରିବା ସମୟରେ ପାଖାପାଖି ୨୩୦୦ କର୍ମଚାରି ଏ ଠାରେ କାମ କରୁଥିଲେ। ଏବେ କିନ୍ତୁ କମିଯାଇ ସଂଖ୍ୟା ୩୦୦ ହୋଇଯାଇଛି। ଏବେ ୟୁରୋପ କମ୍ପାନୀ ସହ ମିଶି ନୂଆ ମଡେଲ ବଜାରକୁ ଆଣିବ ବୋଲି କୁହାଯାଇଛି।

D Sonali

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

7 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

16 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

51 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

58 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago