ସାମସଙ୍ଗର ଦୀପାବଳି ଅଫର୍, ଶସ୍ତା ହେଲା ଏହି ଦୁଇଟି ଦମଦାର ସ୍ମାର୍ଟଫୋନ୍

ଗ୍ରାହକଙ୍କୁ ସାମସଙ୍ଗର ଦୀପାବଳି ଅଫର୍ । ଶସ୍ତା ହେଲା ଦୁଇଟି ଦମଦାର୍ ସ୍ମାର୍ଟଫୋନ୍ Galaxy A6+ ଏବଂ Galaxy A8 Star ର ମୂଲ୍ୟ । Galaxy A6+ ମୂଲ୍ୟ ଭାରତରେ ଲଂଚ୍ ହେବା ବେଳେ ଥିଲା ୨୫,୯୯୦ । ଏବେ ଏହାର ମୂଲ୍ୟ କମି ହୋଇଛି ୧୮,୯୯୦ ଟଙ୍କା । ସେହିପରି ଲଂଚ୍ ସମୟରେ Galaxy A8 Star ର ମୂଲ୍ୟ ୩୪,୯୯୯ ଥିବା ବେଳେ ଏବେ ହୋଇଯାଇଛି ୨୯,୯୯୦ ଟଙ୍କା । ଏହି ଦୁଇଟି ସ୍ମାର୍ଟଫୋନର ବିଶେଷତ୍ବ ହେଉଛି ଏଥିରେ ରହିଛି ଇନଫିନିଟି ଡିସପ୍ଲେ ଏବଂ ଡୁଆଲ୍ ରିୟର୍ କ୍ୟାମେରା ସେଟଅପ୍ । ଏବେ ଜାଣନ୍ତୁ କଣ ରହିଛି ଅନ୍ୟ ଫିଚର୍ ।
Galaxy A6+
ଏହି ସ୍ମାର୍ଟଫୋନର ଡିସପ୍ଲେ ହେଉଛି ୬ ଇଂଚ୍ । ଏହା ସହ ଦୁଇଟି ମେମୋରୀ ଭାରିଏଣ୍ଟରେ ଉପଲବ୍ଧ ଥିବା ଏହି ସ୍ମାର୍ଟଫୋନର ଗୋଟିଏରେ ୩ ଜିବି ରାମ୍ ସହ ମିଳିବ ୩୨ ଜିବି ମେମୋରୀ । ଅନ୍ୟଟିରେ ୪ଜିବି ରାମ୍ ସହ ୬୪ ଜିବି ଇଣ୍ଟରନାଲ୍ ମେମୋରୀ ମିଳିବ । ତେବେ ମାଇକ୍ରୋ ଏସଡି ଜରିଆରେ ଏହାର ମେମୋରୀ ବଢାଯାଇପାରିବ ।
ଏହା ସହ ଏଥିରେ ଦିଆଯାଇଛି ୧.୮ GHzର ପ୍ରୋସେସର୍ ଏବଂ ବ୍ୟାଟେରୀ ରହିଛି ୩୫୦୦ mAh । ଫଟୋଗ୍ରାଫି ପାଇଁ ଡୁଆଲ୍ କ୍ୟାମେରା ସେଟଅପ୍ ଦିଆଯାଇଛି । ଗୋଟିଏ ଲେନ୍ସ ୧୬ ମେଗାପିକ୍ସେଲର ହୋଇଥିବା ବେଳେ ଦ୍ବିତୀୟଟି ୫ ମେଗାପିକ୍ସେଲର । ସେଲଫି ପାଇଁ ୨୪ ମେଗାପିକ୍ସେଲର କ୍ୟାମେରା ଦିଆଯାଇଛି ।
Galaxy A8 Star
ଏହି ସ୍ମାର୍ଟଫୋନରେ ୬.୩ ଇଂଚର ଫୁଲ୍ ଏଚଡି ଡିସପ୍ଳେ ଦିଆଯାଇଛି । ଏହାର ରାମ୍ ୬ ଜିବି ସହ ଇଣ୍ଟରନାଲ୍ ମେମୋରୀ ରହିଛି ୬୪ ଜିବି । ତେବେ ଏହି ମୋମୋରୀକୁ ମାଇକ୍ରୋ ଏସଡି କାର୍ଡ ମାଧ୍ୟମରେ ବଢାଇପାରିବେ । ଏହା ସହ ରିୟରରେ ରହିଛି ୨୪ ମେଗାପିକ୍ସେଲ୍ ଏବଂ ୧୬ ମେଗାପିକ୍ସେଲର ଦୁଇଟି କ୍ୟାମେରା ।