ଅମୁଲ କାଲିଠାରୁ ବିକିବ ‘ଓଟ କ୍ଷୀର’

ନୂଆଦିଲ୍ଲୀ : ଅମୁଲ କମ୍ପାନୀ ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହେବ ଆସନ୍ତାକାଲି । ଦୁଗଧଜାତ ସାମଗ୍ରୀ ବିକ୍ରି କରୁଥିବା ଏହି ସଂସ୍ଥା ଓଟ କ୍ଷୀର ବିକ୍ରି ଆରମ୍ଭ କରିବ । ତେବେ ସାରା ଦେଶରେ ଏହାର ବିକ୍ରି ପୂର୍ବରୁ ପ୍ରଥମେ ଗୁଜରାଟର ଅହମଦାବାଦ, କଚ୍ଛ ଓ ଗାନ୍ଧୀ ନଗରରେ ଏହାର ଶୁଭାରମ୍ଭ ହେବ । ଲିଟର ପିଛା ଏହାର ମୂଲ୍ୟ ୫୦ ଟଙ୍କା । ଏହି ଓଟ କ୍ଷୀର ଅଧ ଲିଟର ବୋତଲରେ ଆସିବ ।
ଓଟ କ୍ଷୀର ଡାଇବେଟିଜ୍ ରୋଗୀଙ୍କ ପାଇଁ ଲାଭଦାୟକ । ଏହା ସହିତ ଅନ୍ୟ କିଛି ରୋଗରେ ମଧ୍ୟ ଏହା ବେଶ୍ କାମ ଦିଏ । ଗାଈ କାମ୍ବି ମଇଁଷି କ୍ଷୀର ପ୍ରତି ଆଲର୍ଜି ଥିବା ବ୍ୟକ୍ତିଙ୍କ ପାଇଁ ଓଟ କ୍ଷୀର ଭଲ । ଏହା ସହିତ ଓଟ କ୍ଷୀର ସହଜରେ ହଜମ ହୁଏ ଏଥିରେ ଅନେକ ପ୍ରକାର ଭିଟାମିନ୍ ମଧ୍ୟ ରହିଛି । ପୂର୍ବରୁ ଓଟ କ୍ଷୀରରୁ ପ୍ରସ୍ତୁତ ଚକୋଲେଟ୍ ବଜାରକୁ ଆସିଥିଲା । ଯାହାକୁ ସମସ୍ତେ ପସନ୍ଦ କରିଥିଲେ ।