ଆପଲ୍ କମ୍ପାନୀ ଲଂଚ୍ କରିବ କାର୍ !

ଆପଲ୍ ନାଁ ଶୁଣିବା ମାତ୍ରେ ମୁଣ୍ଡକୁ ଆଇଫୋନର ଛବି ଚାଲିଆସେ । ଏମିତି ହେବା ବି ସ୍ବାଭାବିକ୍ । କାରଣ ଆଇଫୋନର ନିର୍ମାତା ହେଉଛି ଆପଲ୍ । କିନ୍ତୁ ଆଗାମୀ ଦିନରେ ଆପଲ୍ ନାଁ ଶୁଣିଲେ ଫୋନ୍ ସହ କାରର ଛବି ମଧ୍ୟ ଆସିଯିବ । କାରଣ ଖୁବ୍ ଶୀଘ୍ର କାର ଦୁନିଆରେ କ୍ରାନ୍ତି ଆଣିବାକୁ ଯାଉଛି ଆପଲ୍ । ଖୁବ୍ ଶୀଘ୍ର ନିଜର କାର୍ ମାର୍କେଟରେ ଲଂଚ୍ କରିବାକୁ ଯାଉଛି ଆପଲ୍ । ରିପୋର୍ଟ ମୂତାବକ ୨୦୨୩ ରୁ ୨୦୨୫ ମଧ୍ୟରେ ଆପଲର ପ୍ରଥମ କାର୍ ବଜାରରେ ଲଂଚ୍ ହୋଇପାରେ ।

ରିପୋର୍ଟ ଅନୁଯାୟୀ ଲଂଚ୍ ହେବାକୁ ଥିବା କାର୍ କମ୍ପାନୀର ଆଗାମୀ ଷ୍ଟାର୍ ପ୍ରଡକ୍ଟ ହେବ । ଏହା ସହ ଅନୁମାନ କରାଯାଉଛି ଏହି କାର୍ , କାର୍ ଦୁନିଆରେ ଏମିତି ବିପ୍ଳବ ଆଣିବ ଯେମିତି ୨୦୦୭ରେ ଆଇଫୋନ୍ ଆସିବା ପରେ ଫୋନ୍ ଦୁନିଆରେ ଆସିଥିଲା । ତେବେ ଏକଥାରେ ଦ୍ବିମତ ନାହିଁ ଯେ ଆପଲର ବିଶ୍ବସନୀୟ ୟୁଜର୍ସ ଏହି କାରକୁ ନିଶ୍ଚିତ ଭାବରେ ପସନ୍ଦ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.