ଭାରତୀୟ ଡାକ ନିଯୁକ୍ତି ୨୦୨୩: ୧୦ମ ପାସ୍‌ଙ୍କ ପାଇଁ ୪୦ ହଜାର ସରକାରୀ ଚାକିରି; ଆରମ୍ଭ ହେଲା ଅନ୍‌ଲାଇନ ଆବେଦନ

ଭାରତୀୟ ଡାକ ବିଭାଗ ‘ଗ୍ରାମୀଣ ଡାକ ସେବକ ନିଯୁକ୍ତି (GDS Recruitment) ୨୦୨୩’ର ଅନଲାଇନ ଆବେଦନ ଆରମ୍ଭ କରିଛି। ଇଣ୍ଡିଆ ପୋଷ୍ଟରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର (ବିପିଏମ୍‌) ଏବଂ ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟ ମାଷ୍ଟର (ଏବିପିଏମ୍‌)ର ମୋଟ ୪୦,୮୮୯ଟି ଖାଲି ପଦବୀକୁ ପୂରଣ କରାଯିବ। ଅନଲାଇନ ଆବେଦନ ୨୭ ଜାନୁୟାରୀରୁ ଆରମ୍ଭ ହୋଇ, ଯାହାକି ୧୬ ଫେବୃୟାରୀ ୨୦୨୩ ପର୍ଯ୍ୟନ୍ତ ଚାଲିବ।

ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଆଶାୟୀମାନଙ୍କ ପାଇଁ ଆବେଦନ କରିବାର ସୁବର୍ଣ୍ଣ ସୁଯୋଗ ରହିଛି। ଇଣ୍ଡିଆ ପୋଷ୍ଟ ଜିଡିଏସ୍‌ ଜବ୍‌ ନୋଟିଫିକେସନ ଅନୁସାରେ, ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଇଣ୍ଡିଆ ପୋଷ୍ଟର ଅଫିସିଆଲ େଓ୍ଵବ୍‌ସାଇଟ indiapostgdsonline.gov.in ଯାଇ ଅନଲାଇନ ଆବେଦନ କରି ପାରିବେ। ଅନଲାଇନ ଆପ୍ଲିକେସନ ଫର୍ମ ଏଡିଟ୍‌ ଓ୍ଵଣ୍ଡୋ ୧୭ରୁ ୧୯ ଫେବୃୟାରୀ ପର୍ଯ୍ୟନ୍ତ ଖୋଲା ରହିବ।

ରାଜ୍ୟ ଓ୍ଵାରୀ ଖାଲି ପଡ଼ିଥିବା ପଦବୀର ବିବରଣୀ

ଉତ୍ତର ପ୍ରଦେଶ- ୭୯୮୭

ଉତ୍ତରାଖଣ୍ଡ- ୮୮୯

ବିହାର- ୧୪୬୧

ଛତିଶଗଡ଼- ୧୫୯୩

ଦିଲ୍ଲୀ-୪୬

ରାଜସ୍ଥାନ- ୧୬୮୪

ହରିୟାଣା- ୩୫୪

ହିମାଚଳ ପ୍ରଦେଶ- ୬୦୩

ଜମ୍ମୁ/କାଶ୍ମୀର- ୩୦୦

ଝାଡ଼ଖଣ୍ଡ- ୧୫୯୦

ମଧ୍ୟ ପ୍ରଦେଶ- ୧୮୪୧

କେରଳ- ୨୪୬୨

ପଞ୍ଜାବ- ୭୬୬

ମହାରାଷ୍ଟ୍ର- ୨୫୦୮

ଓଡ଼ିଶା- ୧୩୮୨

କର୍ଣ୍ଣାଟକ- ୩୦୩୬

ତାମିଲନାଡ଼ୁ- ୩୧୬୭

ତେଲେଙ୍ଗାନା- ୧୨୬୬

ଆସାମ- ୪୦୭

ଗୁଜରାଟ-୨୦୧୭

ପଶ୍ଚିମବଙ୍ଗ- ୨୧୨୭

ଆନ୍ଧ୍ର ପ୍ରଦେଶ- ୨୪୮୦

ଯୋଗ୍ୟତା ଏବଂ ବୟସ ସୀମା:

ଇଚ୍ଛୁକ ପ୍ରାର୍ଥୀମାନେ ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ ଶ୍ରେଣୀରେ ଗଣିତ ଓ ଇଂଲିଶ୍‌ ବିଷୟ ପଢ଼ିଥିବା ଜରୁରୀ। ପ୍ରାର୍ଥୀମାନଙ୍କ ବୟସ ସୀମା ସର୍ବନିମ୍ନ ୧୮ ବର୍ଷ ଏବଂ ସର୍ବାଧିକ ୪୦ ବର୍ଷ ହେବା ଉଚିତ୍‌। ଯଦିଓ ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କୁ ସରକାରୀ ମାନଦଣ୍ଡ ଅନୁସାରେ ସର୍ବାଧିକ ବୟସ ସୀମାରେ କୋହଳ କରାଯିବ।

ଆବେଦନ ଶୁଳ୍କ:

ପ୍ରାର୍ଥୀମାନଙ୍କୁ ଆବେଦନ ଶୁଳ୍କ ରୂପେ ୧୦୦ ଟଙ୍କା ଭରିବାକୁ ପଡ଼ିବ। ଯଦିଓ ସମସ୍ତ ମହିଳା, ଟ୍ରାନ୍ସ-ମହିଳା ଏବଂ ଅନୁସୂଚିତ ଜାତି/ଜନଜାତିର ପ୍ରାର୍ଥୀଙ୍କୁ ଶୁଳ୍କ ଭରଣାରେ ଛାଡ୍‌ ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.