ଇଂଜିନିୟରିଂ କରିଥିଲେ ତୁରନ୍ତ କରନ୍ତୁ ଆବେଦନ, ମାସକୁ ୨.୫ ଲକ୍ଷ ଦରମା

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଗେଲ୍ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଖାଲିପଡିଛି ପଦବୀ। ଆବେଦନ କରିବାକୁ ଇଚ୍ଛୁକ ଥିଲେ ତୁରନ୍ତୁ କରିପାରିବେ ଆବେଦନ । ଆବେଦନ କରିବାକୁ ଇଚ୍ଛୁକ ଥିଲେ ୱେବସାଇଟ୍ gailonline.com କୁ ଯାଇ ଆବେଦନ କରିପାରିବେ । ଏହି ଭର୍ତ୍ତି ସିନିୟର ଇଂଜିନିୟରିଂ ପଦବୀରେ ହେବ । ଆବେଦନ କରିବା ପାଇଁ ଶେଷ ତାରିଖ ୨ ଫେବୃଆରୀ ୨୦୨୩ ରହିଛି ।
ପଦବୀ ବିବରଣୀ : ୨୭୭
ଚିଫ୍ ମ୍ୟାନେଜର : ୫
ସିନିଅର ଇଂଜିନିୟର : ୧୫
ସିନିଅର ଇଂଜିନିୟର (କେମିକାଲ) : ୧୩
ସିନିଅର ଇଂଜିନିୟର ( ମେକାନିକାଲ) : ୫୩
ସିନିଅର ଇଂଜିନିୟର ( ଇଲେକ୍ଟ୍ରିକାଲ) : ୨୮
ସିନିଅର ଇଂଜିନିୟର ( ଇନଷ୍ଟମେଣ୍ଟେସନ) : ୧୪
ସିନିଅର ଅଫିସର: ୩୨
ସିନିଅର ଅଫିସର (ମାର୍କେଟିଂ) : ୨୩
ସିନିଅର ଅଫିସର ( ଫାଇନାନ୍ସ ଏବଂ ଆକାଉଣ୍ଟ ) : ୨୩
ସିନିଅର ଅଫିସର (ମାନବ ସମ୍ବଳ) : ୨୪
ସିକ୍ୟୁରିଟି: ୧୪
ଇତ୍ୟାଦି
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ଫେବୃଆରୀ ୨, ୨୦୨୩ ରହିଛି ।
ଆବେଦନ ଶୁଳ୍କ : ଅଣ ସଂରକ୍ଷିତ/EWS/OBC ପ୍ରାର୍ଥୀଙ୍କ ପାଇଁ ୨୦୦ ଟଙ୍କା ଆବେଦନ ଶୁଳ୍କ ଭରିବାକୁ ହେବ। ସେହିପରି ଅନୁସୂଚିତ ଜାତି/ଜନଜାତି ଏବଂ ପିଡବ୍ଲ୍ୟୁଡି ପ୍ରାଥୀ କୌଣସି ଶୁଳ୍କ ଦେବେ ନାହିଁ ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ଇଲେକ୍ଟ୍ରିକାଲ ଇଂଜିନିୟରିଂରେ ସ୍ନାତକ ଡିଗ୍ରୀ କିମ୍ବା ମେକାନିକାଲ/ଇନଷ୍ଟମେଣ୍ଟେସନ/ଇଲେକ୍ଟ୍ରିକାଲ/ କେମିକାଲ ଇଂଜିନିୟରିଂ ସହିତ ୬୫ ପ୍ରତିଶତ ମାର୍କ ରଖିଥିବା ଜରୁରୀ। ଏହାଛଡା ଅଭିଜ୍ଞତା ଥିବା ଅଗ୍ରାଧିକାର ଦିଆଯିବ ।
ଦରମା : ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଦରମା ରହିଛି ।
କେମିତି କରିବେ ଆବେଦନ :
ପ୍ରଥମେ ଅଫିସିଆଲ ୱେବସାଇଟ୍ gailonline.com କୁ ଯାଆନ୍ତୁ ।
ତା’ ପରେ ହୋମପେଜରେ କ୍ଲିକ କରି କ୍ୟାରିଅର ଲିଙ୍କ ଉପରେ କ୍ଲିକ୍ କରନ୍ତୁ ।
ରେଜିଷ୍ଟ୍ରେସନ କରିବା ପରେ ଫର୍ମ ଫିଲଅପ୍ କରନ୍ତୁ ।
ଆବଶ୍ୟକ ଥିବା ସମସ୍ତ ଦସ୍ତାବିଜକୁ ଅପଲୋଡ୍ କରନ୍ତୁ।
ତା’ ପରେ ଆବେଦନ ଶୁଳ୍କ ଦେବା ପରେ ସବମିଟ୍ କରନ୍ତୁ।
ଏହାର ଏକ କପି ଭବିଷ୍ୟତ ପାଇଁ କାଢି ରଖନ୍ତୁ ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :
https://gailonline.com/careers/currentOpnning/DETAILEDADVTOPENENG29.12.22.pdf