ONGC ରେ ଗ୍ରାଜୁଏଟ ଟ୍ରେନି ପଦବୀରେ ବମ୍ପର ନିଯୁକ୍ତି, ଜାଣନ୍ତୁ କେମିତି କରିବେ ଆବେଦନ

ଅଏଲ ଆଣ୍ଡ ନ୍ଯାଚୁରାଲ ଗ୍ଯାସ କର୍ପୋରେସନ ଲିମିଟେଡ(ONGC)ରେ ଖାଲିପଡିଛି ଗ୍ରାଜୁଏଟ ଟ୍ରେନି ପଦବୀ। ଏଠାରେ ୩୧୩ ଗ୍ରାଜୁଏଟ ଟ୍ରେନି ପଦବୀରେ ଭର୍ତ୍ତି ପାଇଁ ପ୍ରକ୍ରିୟା ୨୨ ସେପ୍ଟେମ୍ବରରୁ ଆରମ୍ଭ ହୋଇଗଲାଣି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଗେଟ ୨୦୨୦ ସ୍କୋର ମାଧ୍ୟମରେ ଇଂଜିନିୟରିଂ ଏବଂ ଭୂ-ବିଜ୍ଞାନ ପଦବୀ ପାଇଁ ଆବେଦନ କରିପାରିବେ। ଆବେଦନ ପତ୍ର ଦାଖଲ କରିବାର ଶେଷ ତାରିଖ ୧୨ ଅକ୍ଟୋବର ରହିଛି। ପ୍ରାର୍ଥୀ ONGC ର ଅଧିକାର ୱେବସାଇଟ www.ongcindia.comକୁ ଯାଇ ନୋଟିଫିକେସନ ଦେଖିପାରିବେ।

ପଦବୀ ବିବରଣୀ: ୩୧୩

ଆବେଦନ ଶୁଳ୍କ: ସାଧାରଣ ବର୍ଗ/ EWC/OBC ପ୍ରାର୍ଥୀ ୩୦୦ ଟଙ୍କା ଏବଂ ଅନୁସୂଚିତ ଜାତି/ଜନଜାତି/PWD ଶ୍ରେଣୀର ପ୍ରାର୍ଥୀଙ୍କୁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ।

ବୟସ ସୀମା: ପ୍ରାର୍ଥୀଙ୍କ ବୟସ ୩୦ ବର୍ଷରୁ ଅଧିକ ହୋଇନଥିବ।

ଏମିତି କରନ୍ତୁ ଆବେଦନ:

ପ୍ରଥମେ ଅଧିକାରକ ୱେବସାଇଟ ongcindia.comକୁ ଯାଆନ୍ତୁ।

ତା’ ପରେ career tab ଉପରେ କ୍ଲିକ କରନ୍ତୁ।

‘Recruitment of GTs in Engineering & Geoscience disciplines through GATE 2020 score ଲିଙ୍କରେ କ୍ଲିକ କରନ୍ତୁ।

New applicant” ଉପରେ କ୍ଲିକ କରନ୍ତୁ।

ଗେଟ୍ ୨୦୨୦ ଆବେଦନ ନମ୍ବର ଏବଂ ମେଲ ଆଇଡି ଦାଖଲ କରନ୍ତୁ।

ଫଟୋଗ୍ରାଫ ଏବଂ ଦସ୍ତଖତ ମଧ୍ୟ ଅପଲୋଡ କରନ୍ତୁ।

ଆପ୍ଲିକେସନ ଫିସ୍ ସବମିଟ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.