ଇଂଜିନିୟରିଂରେ ଡିପ୍ଲୋମା କରିଥିଲେ ତୁରନ୍ତ କରନ୍ତୁ ଆବେଦନ, ମାସକୁ ଦରମା୯୦ ହଜାରରୁ ଊର୍ଦ୍ଧ୍ୱ

ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌(BEL) ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। BEL ରେ ବାଙ୍ଗାଲୁରୁ କମ୍ପ୍ଲେକ୍ସ ପାଇଁ ସ୍ଥାନୀୟ ଭାବେ ୯୧ ଜଣ ଇଂଜିନିୟରିଂ ଆସିଷ୍ଟାଣ୍ଟ ଟ୍ରେନି, ଟେକ୍ନିସିଆନ୍‌ ପଦ ପାଇଁ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ୍‌ belindia.in କୁ ଯାଇ ଆବେଦନ କରିପାରିବେ।

ପଦବୀ ବିବରଣୀ:

ଇଂଜିନିୟରିଂ ଆସିଷ୍ଟାଣ୍ଟ ଟ୍ରେନି

ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ :୧୭
( ମାସକୁ ଦରମା ୨୪,୫୦୦ ରୁ ୯୦ ହଜାର )

ମେକାନିକାଲ: ୩୩

ଇଲେକ୍ଟ୍ରିକାଲ: ୧୬

ଇଲେକ୍ଟ୍ରୋନିକ୍ସ ମେକାନିକ: ୬
(ଦରମା: ୨୧, ୫୦୦ ରୁ ୮୨ ହଜାର ପର୍ଯ୍ୟନ୍ତ)

ଫିଚର: ୧୧

ଇଲେକ୍ଟ୍ରିକାଲ : ୪

ମିଲର: ୨

ଇଲେକ୍ଟ୍ରୋ ପ୍ଲାଣ୍ଟର: ୨

ଶିକ୍ଷାଗତ ଯୋଗ୍ୟତା: ଇଂଜିନିରିଂ ଆସିଷ୍ଟାଣ୍ଟ ଟ୍ରେନିଂ ପାଇଁ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଇଂଜିନିୟରିଂରେ ୩ ବର୍ଷର ଡିପ୍ଲୋମା କରିଥିବା ଜରୁରୀ।

ବୟସ ସୀମା: ଏହି ପଦବୀରେ ଭର୍ତ୍ତି ପାଇଁ ବୟସ ସୀମା ୨୮ ବର୍ଷ ହୋଇଥିବା ଜରୁରୀ।

ଆବେଦନ ଶୁଳ୍କ: ଏହି ପଦବୀରେ ଆବେଦନ କରିବା ପାଇଁ ଜେନେରାଲ/ଓବିସି ଏବଂ EWS ଶ୍ରେଣୀର ପ୍ରାର୍ଥୀଙ୍କ ପାଇଁ ୨୫୦ ଟଙ୍କା ଅନୁସୂଚିତ ଜାତ/ ଜନଜାତି/PWD/ Ex-Army ପ୍ରାର୍ଥୀଙ୍କୁ କୌଣସି ଆବେଦନ ଶୁଳ୍କ ଦେବାକୁ ହେବ ନାହିଁ।

ଆବେଦନ କେମିତି କରିବେ :

ଇଚ୍ଛୁକ ପ୍ରାର୍ଥୀBEL ର ଅଧିକାରକ େଓ୍ଵବସାଇଟ୍‌bel-india.in ମାଧ୍ୟମରେ ଅନଲାଇନ ଆବେଦନ କରିପାରିବେ। ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ ହେବ। ଆପ୍ଲାଏ କରିବା ପାଇଁ ନୋଟିଫିକେସନ ଦେଖି ସବୁକିଛି ଯାଞ୍ଚ କରିଦିଅନ୍ତୁ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://www.bel-india.in/Documentviews.aspx?fileName=Final%20Non%20Ex%20English%20AD-06-04-22.pdf

Leave A Reply

Your email address will not be published.