ଭାରତୀୟ ସେନାରେ ନିଯୁକ୍ତି ନେଇ ଆଶାୟୀ ଅଛନ୍ତିକି ? ଆପଣଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ

ସରକାରୀ ଚାକିରୀ ପାଇଁ ପ୍ରସ୍ତୁତି ଚଳାଇଥିବା ଆଶାୟୀଙ୍କ ଭାରତୀୟ ସେନାରେ ଏକ ସୁବର୍ଣ୍ଣ ସୁଯୋଗ ଆସିଛି । ଭାରତୀୟ ସେନାର ଏଏସସି ସେଣ୍ଟର ଫାୟରମ୍ୟାନ, କୁକଙ୍କ ସମେତ ବିଭିନ୍ନ ପଦରେ ଭର୍ତ୍ତି ପାଇଁ ଅଧିସୂଚନା ଜାରି କରିଛନ୍ତି । ଏହି ଭର୍ତ୍ତି ପାଇଁ ଆବେଦନ ଅଫଲାଇନ ମୋଡରେ ହେବ । ଯେଉଁ ଆଶାୟୀମାନେ ଏହି ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହେବାକୁ ଚାହୁଁଛନ୍ତି ସେମାନେ ନିଜ ନିଜ ଆବେଦନ ଅଫିସିଆଲ ନୋଟିଫିକେସନରେ ଦିଆଯାଇଥିବା ନିର୍ଦ୍ଧାରିତ ଠିକଣାରେ ପଠାଇ ପାରିବେ । ଭାରତୀୟ ସେନାରେ ଏହି ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି । ଭର୍ତ୍ତି ପାଇଁ ଆବେଦନ ବିଜ୍ଞାପନ ଜାରି ହେବା ପରେ ୨୧ଦିନ ଯାଏଁ ଜାରି ରହିବ ।

ଏହି ଭର୍ତ୍ତି ନେଇ ବିଜ୍ଞାପନ ଜୁନ ୨୫ ତାରିଖରେ “ରୋଜଗାର ସମାଚାର” ନାମକ ଏକ ପତ୍ରିକାରେ ଜାରି ହୋଇଥିଲା । ଏହି ହିସାବରେ ଆବେଦନର ଶେଷ ତାରିଖ ଜୁଲାଇ ୧୫ ତାରିଖ ରଖାଯାଇଛି | ଏନେଇ ଆଗ୍ରହ ରଖିଥିବା ଆଶାୟୀ ମାନେ ଶେଷ ତାରିଖର ପୂର୍ବରୁ ନିଜ ଆବେଦନ ଭରିପାରିବେ । ଭାରତୀୟ ସେନା ପକ୍ଷରୁ ୪୫୮ଟି ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି କରାଯାଇଛି । ଭର୍ତ୍ତିରେ ସିବିଲିୟନ କ୍ୟାଟରିଂଗ ଇନଷ୍ଟ୍ରାକ୍ଟର, ଫାୟରମ୍ୟାନ, ଏମଟିଏସ, କୁକ, ଫାୟର ଇଂଜିନିୟର ପରି ଅନ୍ୟାନ ପଦ ମଧ୍ୟ ସାମିଲ ଅଛି । ଆଶାୟୀଙ୍କ ୧୦ମ ତଥା ଦ୍ୱାଦଶ ସର୍ବନିମ୍ନ ଯୋଗ୍ୟତା ରଖାଯାଇଛି ।

ଯେବେକି ଭିନ୍ନ ଭିନ୍ନ ପଦ ପାଇଁ ଭିନ୍ନ ଭିନ୍ନ ଆୟୁସୀମା ରହିଛି । କହିରଖୁଛୁକି ଏହି ଭର୍ତ୍ତି ପାଇଁ ଆଶାୟୀ ମାନଙ୍କୁ ସ୍କିଲ ଟେଷ୍ଟ, ଶାରୀରିକ ପରୀକ୍ଷା ଅଥବା ପ୍ରୟୋଗିକ ପରୀକ୍ଷା ତଥା ଲିଖିତ ପରୀକ୍ଷା ଆଧାରରେ ହେବ । ଅଧିକ ସୂଚନା ପାଇଁ ଆଶାୟୀ ମାନେ ଅଧିକାରୀକ ନୋଟିଫିକେସନକୁ ଚେକ କରନ୍ତୁ । ଏହି ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଅଫଲାଇନ ମାଧ୍ୟମରେ ଜାରି କରାଯାଇଛି । ସମସ୍ତ ଆବେଦନ ସହ ଆବଶ୍ୟକୀୟ କାଗଜ ପତ୍ର ପୋଷ୍ଟ ମାଧ୍ୟମରେ ନିର୍ଦ୍ଧାରିତ ଠିକଣାରେ ପଠାଇବାକୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.