ଇଂଜିନିୟରିଂ କରିଥିଲେ ତୁରନ୍ତ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ରେ କରନ୍ତୁ ଆବେଦନ, ଜାଣନ୍ତୁ କେମିତି

ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍(HPCL), ମୁମ୍ବାଇ ରିଫାଇନାରୀରେ ଗ୍ରାଜୁଏଟ୍ ଅପାରଣ୍ଟିସ ପଦବୀରେ ଭର୍ତ୍ତି ପାଇଁ ଅନଲାଇନ ଆବେଦନ ଗ୍ରହଣ କରୁଛି। ସମସ୍ତ ଇଚ୍ଛୁକ ପ୍ରାର୍ଥୀ ୨୮ ଫେବୃଆରୀ ୨୦୨୨ ପର୍ଯ୍ୟନ୍ତ ଆବେଦନ କରିପାରିବେ।
ନୋଟିଫିକେସନ ଅନୁସାରେ, ଏହି ଅଭିଯାନ ମାଧ୍ୟମରେ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ରେ ଗ୍ରାଜୁଏଟ ଇଂଜିନିୟରିଂ ଅପାରଣ୍ଟିସରେ ୧୦୦ଟି ପଦବୀରେ ଭର୍ତ୍ତି ହେଉଛି।
ପଦବୀ ବିବରଣୀ: ୧୦୦
ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୨୮ ଫେବୃଆରୀ ୨୦୨୨ ରହିଛି।
ଚୟନ ହେବା ଆବେଦନକାରୀ ମାସକୁ ୨୫ ହଜାର ଟଙ୍କାର ଷ୍ଟାଇପେଣ୍ଡ ଦିଆଯିବ।
ଶିକ୍ଷାଗତ ଯୋଗ୍ୟତା: ଅପାରଣ୍ଟିସ ପଦବୀ ପାଇଁ ଆବେଦନ କରିବା ପାଇଁ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ସଂସ୍ଥାରୁ ଇଷ୍ଟମେଣ୍ଟେସନ ଇଂଜିନିୟରିଂ/କେମିକାଲ ଇଂଜିନିୟରିଂ/ଇଲେକ୍ଟ୍ରିକାଲ ଆଣ୍ଡ
ଇଲେକ୍ଟ୍ରୋନିକ୍ସ ଇଂଜିନିୟରି/ କମ୍ପ୍ୟୁଟର ଇଂଜିନିୟରିଂ/ ସିଭିଲି ଇଂଜିନିୟରିଂ/ ମେକାନିକାଲ ଇଂଜିନିୟରିଂରେ ଡିଗ୍ରୀ ରଖିଥିବା ଜରୁରୀ।
ବୟସ ସୀମା: ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୧୮ ଓ ସର୍ବାଧିକ ୨୫ ବର୍ଷ ହୋଇଥିବା ଜରୁରୀ।
ଚୟନ ପ୍ରକ୍ରିୟା: ଏହି ପଦବୀରେ ଭର୍ତ୍ତି ଇଣ୍ଟରଭ୍ୟୁ ଏବଂ ମେରିଟ ଆଧାରରେ କରାଯିବ।
ସମସ୍ତ ଯୋଗ୍ୟ ପ୍ରାର୍ଥୀଙ୍କୁ ଏଚପିସିଏଲ୍ ଗ୍ରାଜୁଏଟ ଅପାରଣ୍ଟିସ ରିକ୍ର୍ୟୁଟମେଣ୍ଟ ୨୦୨୨ ପାଇଁ ନ୍ୟାସନାଲ ଅପାରଣ୍ଟିସସିପ୍ ଟ୍ରେନିଂ ସ୍କିନ (NATS) ପୋର୍ଟାଲ mhrdnats.gov.in କୁ ଯାଇ ରେଜିଷ୍ଟ୍ରସନ କରିପାରିବେ।
ଅଧିକ ଜାଣିବା ପାଇଁ ଅଧିକାରକ ନୋଟିଫିକେସନ ଚେକ୍ କରନ୍ତୁ:
https://freeebook.jagranjosh.com/free-pdf-page?file=hpcl-recruitment-2022.pdf
Also read : TSCAB ରେ ଖାଲିପଡିଛି ୪୪୫ ପଦବୀ, ତୁରନ୍ତ କରନ୍ତୁ ଆବେଦନ