ସରକାରୀ ଚାକିରୀ ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ୧୯୩୫ରୁ ଅଧିକ ପଦବୀ ପାଇଁ ତୁରନ୍ତ କରନ୍ତୁ ଆବେଦନ

ପଞ୍ଜାବ ଅଧିନସ୍ଥ ସେବା ଚୟନ ବୋର୍ଡ କିମ୍ବା ପିଏସଏସଏସବି କ୍ଳରିକାଲ ପଦପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି କରିଛନ୍ତି । ଏହି ନିଯୁକ୍ତି ପାଇଁ ଅନଲାଇନ ଜରିଆରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଯେଉଁମାନେ ଏଥିରେ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ sssb.punjab.gov.inକୁ ଯାଇ ଆବେଦନ କରିପାରିବେ । ବୋର୍ଡ ତରଫରୁ ଆବେଦନର ଶେଷ ଦିନ ଅଗଷ୍ଟ ୧୧ ତାରିଖ ରଖାଯାଇଛି । ଯୋଗ୍ୟ ତଥା ଆଶାୟୀ ପ୍ରାର୍ଥୀମାନେ ଏହି ତାରିଖ ପୂର୍ବରୁ ଆବେଦନ ପ୍ରକ୍ରିୟା ଶେଷ କରିବା ନିହାତି ଜରୁରୀ । ଏହା ପରେ ଆବେଦନ ପାଇଁ କୌଣସି ମୌକା ମିଳିବ ନାହିଁ । PSSSB ତରଫରୁ ଏହି ନିଯୁକ୍ତି ପ୍ରକ୍ରିୟରେ ୧୯୦୦ଟି ଖାଲି ପଦ ନିର୍ଦ୍ଧାରିତ କରାଯାଇଛି ।

ଅଶାୟୀ ମାନଙ୍କ ନିକଟରେ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ସଂସ୍ଥାନର ସ୍ନାତକ ଡିଗ୍ରୀ ଥିବା ଆବଶ୍ୟକ । ଏହା ସହିତ କମ୍ୟୁଟରରେ ସମ୍ୟକ ଜ୍ଞାନ ଥିବା ଆବଶ୍ୟକ । ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା, ଟାଇପିଙ୍ଗ ସ୍କିଲ ଟେଷ୍ଟ, ଜରୁରୀ ଦସ୍ତାବିଜ ତଥା ମେଡିକାଲ ଟେଷ୍ଟ ଆଦି କରାଯିବ । ଅଧିକ ତଥ୍ୟ ପାଇଁ ଆଶାୟୀ ମାନେ ଅଫିସିଆଲ ୱେବସାଇଟରେ ଉପଲବ୍ଧ ନୋଟିଫିକେସନକୁ ଚେକ କରିପାରିବେ ।

ଜାଣନ୍ତୁ କେଉଁ କେଉଁ ପଦ ପଦବୀ ପାଇଁ ବାହାରିଛି କେତେ ପଦ:

କ୍ଳରିକାଲ ପଦବୀ ପାଇଁ- ୯୧୭

ଲିଗାଲ କ୍ଲର୍କ ପଦବୀ ସଂଖ୍ୟା- ୨୮୩

କ୍ଲର୍କ ପଦ ପାଇଁ- ୭୦୪

ଆଇଟି କ୍ଲର୍କ ପଦବୀ ସଂଖ୍ୟା- ୧୦

ଆକାଉଣ୍ଟ କ୍ଲର୍କର ପଦବୀ ସଂଖ୍ୟା-୨୧

ଜାଣନ୍ତୁ କେମିତି କରିବେ ଆବେଦନ:

ସର୍ବପ୍ରଥମେ ଅଫିସିଆଲ ୱେବସାଇଟ sssb. punjab .gov.inକୁ ଯାଆନ୍ତୁ ।

ଏବେ ହୋମ ପେଜରେ ଦେଖାଦେଉଥିବା ଲିଙ୍କ ଉପରେ କ୍ଲିକ କରନ୍ତୁ ।

ଏବେ ଏକ ନୂଆ ପେଜ ଦେଖାଦେବ ।

ଏବେ ମଗାଯାଇଥିବା ତଥ୍ୟ ଦେଇ ଆବେଦନ ପତ୍ର ଭର୍ତ୍ତି କରନ୍ତୁ ।

ଏବେ ଆବେଦନ ଶୁଳ୍କ ଭର୍ତ୍ତି କରନ୍ତୁ ।

ଭବିଷ୍ୟତର ଆବଶ୍ୟକତା ପାଇଁ ଆବେଦନ ପତ୍ରକୁ ଡାଉନଲୋଡ଼ କରି ଏହାର ଏକ ପ୍ରିଣ୍ଟ ନିଜ ପାଖରେ ରଖନ୍ତୁ ।

 

 

 

 

 

Leave A Reply

Your email address will not be published.