କେନ୍ଦ୍ରର ବିଭିନ୍ନ ବିଭାଗରେ ଖାଲି ଅଛି ୪୦୦୦ରୁ ଅଧିକ ପୋଷ୍ଟ, ଆଜି ହିଁ କରନ୍ତୁ ଆବେଦନ

କେନ୍ଦ୍ରୀୟ କର୍ମଚାରୀ ଚୟନ ଆୟୋଗ ଦ୍ୱାରା ଆୟୋଜିତ କରାଯାଉଥିବା କମ୍ବାଇଣ୍ଡ ହାୟର ସେକେଣ୍ଡାରୀ ଲେବଲ 2020 ପାଇଁ ଆଜି ହେଉଛି ଶେଷ ତାରିଖ । ବିଭାଗ ଦ୍ୱାରା ବାହାର କରାଯାଇଥିବା ପାଖାପାଖି ୪୦୦୦ ପୋଷ୍ଟ ପାଇଁ ଯେଉଁମାନେ ଆବେଦନ କରି ନାହାନ୍ତି ତୁରନ୍ତ ଆବେଦନ କରାଇ ନିଅନ୍ତୁ ।

ଆଶାୟୀ ପ୍ରାର୍ଥୀ ମାନେ SSCର ଅଧିକାରୀକ ୱେବ ସାଇଟ ssc.nic.in ଜରିଆରେ ଅନଲାଇନ ଆବେଦନ କରିପାରିବେ । ଏହା ପୂର୍ବରୁ ଆବେଦନର ଶେଷ ତାରିଖ ଡିସେମ୍ବର ୧୯ ତାରିଖ ରଖାଯାଇଥିବା ବେଳେ ପରେ ଏହାକୁ ଡିସେମ୍ବର ୨୬ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି ।

ସର୍ବନିମ୍ନ ଯୋଗ୍ୟତା: ଦ୍ୱାଦଶ ପାସ

ପୋଷ୍ଟ ସଂଖ୍ୟା; ୪୭୨୬

ପଦବୀ : LDC /JSA /JPA ପାଇଁ 158 ପୋଷ୍ଟ

PA /SA ପାଇଁ ୩୧୮୧ ପୋଷ୍ଟ

ଦରମା ରାଶି: ୧୯ ହଜାର ୯୦୦ ରୁ ୬୩ ହଜାର ୨୦୦ଟଙ୍କା ପର୍ଯ୍ୟନ୍ତ ରହିବ

ଆବେଦନ ପାଇଁ ଫିସ ଜମାକରିବା ଶେଷ ତାରିଖ ଡିସେମ୍ବର ୨୮ ତାରିଖ ରଖାଯାଇଛି । ଆଉ ଚାଲାଣ ଜମା କରିବାର ଶେଷ ତାରିଖ ଜାନୁଆରୀ ୧ ତାରିଖ ରଖାଯାଇଛି ।

ପରୀକ୍ଷା: ସିଏଚଏସଏଲ Tier -1 ପରୀକ୍ଷା ଆସନ୍ତା ଏପ୍ରିଲ ମାସ ୧୨ରୁ ୨୭ ତାରିଖ ଭିତରେ ଅନୁଷ୍ଠିତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.