ଦଶମ ପାସ କରି ବି ISROରେ ପାଇପାରିବେ ଚାକିରୀ, ଜାଣନ୍ତୁ କେମିତି କରିବେ ଆବେଦନ

ସାଧାରଣତଃ ଦଶମ ପାସ କରିବା ପରେ ଆଶାୟୀ ମାନେ ସରକାରୀ ଚାକିରୀ ଖୋଜିବାରେ ଲାଗିପଡନ୍ତି । କିନ୍ତୁ କମ ଯୋଗ୍ୟତା କାରଣରୁ ମନମୁତାବକ ଚାକିରୀଟିଏ ମିଳିପାରେ ନାହିଁ । କିନ୍ତୁ ଜମା ବି ବ୍ୟସ୍ତ ହେବାରେ ନାହିଁ । ଆମେ ଆଜି ଏମିତି ଏକ ଖବର ନେଇ ଆସିଛୁ ଯାହାଦ୍ୱାରା ସରକାରୀ ଆଶାୟୀ ମାନେ ଦଶମ ପାସ କରିଥିଲେ ବି ମନ ମୁତାବକ ଚାକିରୀଟିଏ ପାଇଁ ଆବେଦନ କରିପାରିବେ ଆଉ ଖୁବ ସହଜରେ ମଧ୍ୟ ସରକାରୀ ପଦବୀରେ ନିଯୁକ୍ତି ପାଇପାରିବେ । ଏଇ ନିକଟରେ ଇଣ୍ଡିଆନ ସ୍ପେସ ରିସର୍ଚ ଅର୍ଗାନାଇଯେସନ ବା ଇସ୍ରୋର ଲିକ୍ୱିଡ଼ ପ୍ରପଲସନ ସିଷ୍ଟମ ସେଣ୍ଟର ପକ୍ଷରୁ ବିଭିନ୍ନ ପଦ ପାଇଁ ଆବେଦନ ପ୍ରକ୍ରିୟା ଜାରିହୋଇଛି । ଜାରି ହୋଇଥିବା ନୋଟିଫିକେସନ ଅନୁଯାୟୀ ଆଶାୟୀ ମାନେ ଭାରି ବାହନ ଚାଳକ, ହାଲୁକା ବାହନ ଚାଳକ, ରୋଷେଇୟା, ଫାୟରମ୍ୟାନ, କ୍ୟାଟେରିଙ୍ଗ ଆଟେଣ୍ଡାଟ ପରି ପଦ ପାଇଁ ଆବେଦନ କରିପାରିବେ । ଏସବୁକୁ ମିଶାଇ ସମୁଦାୟ ୮ଟି ଖାଲି ଥିବା ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରିହୋଇଛି । ଏସବୁ ବାବଦରେ ଅଧିକ ତଥ୍ୟ ପାଇବା ପାଇଁ ଆଶାୟୀ ମାନେ ଇସ୍ରୋର ଅଫିସିଆଲ ୱେବସାଇଟକୁ ଭିଜିଟ କରିପାରିବେ ।

ଆବେଦନ ପାଇଁ କଣ ରହିଛି ସର୍ବନିମ୍ନ ଯୋଗ୍ୟତା ଜାଣନ୍ତୁ:

– ଭାରୀ ବାହନ ଚାଳକ, ହାଲୁକା ବାହନ ଚାଳକ, ରୋଷେଇୟା ପାଇଁ ସର୍ବାଧିକ ଆୟୁ ୩୫ ବର୍ଷ ହେବା ଆବଶ୍ୟକ ।
– ଫାୟାର ମ୍ୟାନ ଓ କ୍ୟାଟେରିଙ୍ଗ ଆଟେଣ୍ଡାଂଟ ପଦ ପାଇଁ ଆବେଦକଙ୍କ ଆୟୁ ସର୍ବାଧିକ ବୟସ ୨୫ ବର୍ଷ ହେବା ଆବଶ୍ୟକ ।
– କିନ୍ତୁ ଆବେଦନକାରୀ ମାନେ ନିହାତି ରୂପେ ଦଶମ ପାସ କରିଥିବା ଆବଶ୍ୟକ ।
– ଏହାସହ ନିର୍ଦ୍ଦିଷ୍ଟ ପଦ ଗୁଡିକର କାର୍ଯ୍ୟରେ ଆବଶ୍ୟକ ଅନୁଭବ ଥିବା ନିହାତି ଆବଶ୍ୟକ ।

 

ISRO NEW IMAGE

ଜରୁରୀ ସୂଚନା:

ଏଥି ପାଇଁ ଆବେଦନ ପ୍ରକ୍ରିୟା ଅଗଷ୍ଟ ୨୪ ତାରିଖରୁ ଆରମ୍ଭ ହେଉଥିବା ବେଳେ ଶେଷ ତାରିଖ ସେପ୍ଟେମ୍ବର ୬ ତାରିଖ ରଖାଯାଇଛି ।

ଡ୍ରାଇଭର: ୧୯ ହଜାର ୯୦୦ ରୁ ୬୩ ହଜାର ୨୦୦ ଟଙ୍କା

ରୋଷେଇୟା: ୧୯ ହଜାର ୯୦୦ ରୁ ୬୩ ହଜାର ୨୦୦ ଟଙ୍କା

ଫାୟରମ୍ୟାନ: ୧୯ ହଜାର ୯୦୦ ରୁ ୬୩ ହଜାର ୨୦୦ ଟଙ୍କା

କ୍ୟାଟେରିଙ୍ଗ ଆଟେଣ୍ଡଣ୍ଟ: ୧୮ ହଜାର ରୁ ୫୬ ହଜାର ୯୦୦ ଟଙ୍କା

Leave A Reply

Your email address will not be published.