ଇନକମ ଟ୍ୟାକ୍ସ ବିଭାଗରେ ଚାକିରୀ ପାଇଁ ଆଶାୟୀ କି, ତେବେ ତୁରନ୍ତ କରନ୍ତୁ ଆବେଦନ

ଅଧିକାଂଶ ଯୁବପିଢ଼ିଙ୍କର ସରକାରୀ ଚାକିରୀ ଟିଏ କରିବାକୁ ଇଚ୍ଛା ଥାଏ । ସରକାରୀ ଚାକିରୀ ଟିଏ ମିଳିଗଲେ ଲାଗେ ଯେମିତି ଭାଗ୍ୟ ବଦଳି ଗଲା । ଆଉ ଯଦି ଥରେ ଚାନ୍ସ ମିଳିଯାଏ ତାକୁ ନଛାଡିବା ହିଁ ବୁଦ୍ଧିମାନର କଥା । ଆଉ ଆପଣଙ୍କ ପାଇଁ ଏମିତି ଏକ ସୁଯୋଗ ଆସିଛି । ଆୟକର ବିଭାଗ ୧୫୫ ଟି ପଦ ପାଇଁ ଅଫିସିଆଲ ୱେବସାଇଟରେ ଅଧିସୂଚନା ଜାରି କରିଛି । ଅଧିସୂଚନା ଅନୁଯାୟୀ ଆଶାୟୀ ପ୍ରାର୍ଥୀ ମାନେ ମଲ୍ଟି ଟାସ୍କିଙ୍ଗ ଷ୍ଟାଫ, ଇନକମ ଟାସ୍କ ଆସିଷ୍ଟାଣ୍ଟ, ଇନକମ ଟାସ୍କ ଇନ୍ସପେକ୍ଟର ପଦ ପାଇଁ ଆବେଦନ କରିପାରିବେ । ଦଶମରୁ ଆରମ୍ଭ କରି ସ୍ନାତକ ଧାରୀ ମାନେ ଅଫିସିଆଲ ୱେବସାଇଟକୁ ଯାଇ ଅନଲାଇନରେ ସହଜରେ ଆବେଦନ କରିପାରିବେ ।

ମୋଟ ପଦ ସଂଖ୍ୟା- ୧୫୫

ଟ୍ୟାକ୍ସ ଆସିଷ୍ଟାଣ୍ଟ- ୮୩

ମଲ୍ଟି ଟାସ୍କିଙ୍ଗ ଷ୍ଟାଫ- ୬୪

ଇନକମ ଟ୍ୟାକ୍ସ ଇନ୍ସପେକ୍ଟର- ୮

ଆବେଦନର ପ୍ରଥମ ତାରିଖ ୮ ଜୁଲାଇ, ୨୦୨୧ ରଖାଯାଇଥିବା ବେଳେ ଆବେଦନର ଶେଷ ତାରିଖ ୨୫ ଅଗଷ୍ଟ, ୨୦୨୧ ତାରିଖ ରଖାଯାଇଛି । ବିଭାଗର ଅଫିସିଆଲ ୱେବସାଇଟ www.incometaxmumbai.gov.inକୁ ଯାଇ ଆବେଦନ କରିପାରିବେ । ଏହି ବିଭାଗର ଅଧିକାରୀଙ୍କ ଦରମା ବାବଦରେ ଏଯାବତ ସୂଚନା ଦିଆଯାଇନାହିଁ |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.