ଦଶମ ପାସଙ୍କ ପାଇଁ “ଭାରତୀୟ ସର୍ବେକ୍ଷଣ ବିଭାଗ” ଆଣିଲା ସୁବର୍ଣ୍ଣ ସୁଯୋଗ, ଖାଲି ଥିବା ପଦ ପାଇଁ ତୁରନ୍ତ କରନ୍ତୁ ଆବେଦନ

ଭାରତୀୟ ସର୍ବେକ୍ଷଣ ବିଭାଗରେ ଖାଲି ଥିବା ଅନେକ ପଦ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ମୋଟର ଡ୍ରାଇଭର କମ ମେକାନିକ ପଦ ପାଇଁ ହିଁ ଏହି ଆବେଦନ ପ୍ରକ୍ରିୟାକୁ ବିଭାଗ ତରଫରୁ ଆରମ୍ଭ କରାଯାଇଛି । ଏଥିରେ ନିଯୁକ୍ତି ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ଆସନ୍ତା ଏପ୍ରିଲ ୩୦ ପୂର୍ବରୁ ଆବେଦନ କରିବାକୁ ପଡିବ । କହି ରଖିବା ଉଚିତ ହେବ କି, ଗତ ମାର୍ଚ୍ଚ ୩୧ ତାରିଖ ଆବେଦନର ଶେଷ ତାରିଖ ରଖାଯାଇ ଥିବାବେଳେ ପରେ କିନ୍ତୁ ଏହି ଅବଧିକୁ ବଢ଼ାଇ ଦିଆଯାଇଛି ।

ସୂଚନା ଦେବା ଯୋଗ୍ୟକି, ବିଭାଗରେ ମୋଟର- ଡ୍ରାଇଭର କମ ମେକାନିକ ପଦ ପାଇଁ ସମୁଦାୟ ୧୪ ଟି ପଦ ଖାଲି ଅଛି । ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ଼ର ନିୟମ ଅନୁଯାୟୀ ଆବେଦନକାରୀଙ୍କ ସର୍ବନିମ୍ନ ଆୟୁ ୧୮ବର୍ଷ ରଖାଯାଇଥିବା ବେଳେ ସର୍ବୋଚ୍ଚ ବୟସ ୨୭ ବର୍ଷ ରଖାଯାଇଛି ।

jobs new

ସୂଚନା ଦିଆଯାଇଥିବା ଅନୁଯାୟୀ ଏଥିପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଅତି କମରେ ୧୦ମ ପାସ ହୋଇଥିବା ଆବଶ୍ୟକ ।
କେମିତି କରିବେ ଆବେଦନ:

1. ସର୍ବ ପ୍ରଥମେ ଆବେଦନକାରୀ ବିଭାଗୀୟ ୱେବସାଇଟ ବା ଦିଆଯାଇଥିବା ନୋଟିଫିକେସନ ଲିଙ୍କ ଉପରେ କ୍ଲିକ କରନ୍ତୁ ।

2. ଦିଆଯାଇଥିବା ସମସ୍ତ ଆବଶ୍ୟକୀୟ ତଥ୍ୟ ଗୁଡିକୁ ଧ୍ୟାନର ସହ ପଢନ୍ତୁ । ଏବେ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ କରନ୍ତୁ ।

3. ଆବେଦନ ପତ୍ରର ଏକ ପ୍ରିଣ୍ଟ ଆଉଟ ଭବିଷ୍ୟତ ଦରକାର ପାଇଁ ରଖନ୍ତୁ ।

4. ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା, ପର୍ଶନାଲ ସ୍କିଲ ଟେଷ୍ଟ ଆଧାରରେ ହିଁ କରାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.