ନିଜ ବାଇକ୍କୁ ଅଧିକ ମାଇଲେଜ୍ ଦେବାକୁ ଚାହୁଁଛନ୍ତି କି ? ତେବେ ଭୁଲରେ କରନ୍ତୁ ନାହିଁ ଏହିସବୁ କାମ

ଆପଣ ନିଜ ବାଇକର କମ୍ ମାଇଲେଜକୁ ନେଇ ଚିନ୍ତିତ ଅଛନ୍ତି କି ? ଅଧିକାଂଶ ଲୋକେ ନିଜ ବାଇକର ମାଇଲେଜ ଏବଂ ଅଧିକ ଇନ୍ଧନ ଖର୍ଚ୍ଚକୁ ନେଇ ମଧ୍ୟ ଚିନ୍ତିତ ରହିଥାନ୍ତି। ଯଦି ଏହାକୁ ନେଇ ଆପଣ ଚିନ୍ତିତ ଥାଆନ୍ତି, ତେବେ ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ ଯାହା ଦ୍ୱାରା ଆପଣଙ୍କ ବାଇକର ମାଇଲେଜ ବଢିବା ସହ ଅଳ୍ପ ଇନ୍ଧନ ମଧ୍ୟ ଖର୍ଚ୍ଚ ହେବ । ଆସନ୍ତୁ ଜାଣିବା କ’ଣ ରହିଛି ଟିପ୍ସ:
ବାରମ୍ବାର କ୍ଲଚ ବ୍ୟବହାର କରନ୍ତୁ ନାହିଁ:
ଗାଡି ଚଲାଇବା ସମୟରେ ବାରମ୍ବାର କ୍ଲଚ ବ୍ୟବହାର କରନ୍ତୁ ନାହିଁ। ଅଧିକାଂଶ ଲୋକ କ୍ଲଚ୍କୁ ଧରି ବାଇକ ଚଲାଇବାର ନଜିର ରହିଛି। ଏହାଦ୍ୱାରା ମାଇଲେଜ ଉପରେ ପ୍ରଭାବ ପଡିବା ସହିତ ଇଞ୍ଜିନ ମଧ୍ୟ କ୍ଷତିଗ୍ରସ୍ତ ହୁଏ। ଯଦି କ୍ଲାଚ ଟାଇଟ ହୋଇଯାଏ, ତେବେ ତୁରନ୍ତ ଏହାକୁ ଠିକ୍ କରନ୍ତୁ।
ହାଇ ସ୍ପିଡ ବେଳେ ଲୋ ଗିଅରରେ ଯାଆନ୍ତୁ ନାହିଁ:
ଆପଣଙ୍କ ବାଇକ ହାଇସ୍ପିଡ ରହିଥିବା ବେଳେ ଟପ୍ ଗିଅରରେ ରଖନ୍ତୁ, ଏହାକୁ ଲୋ ଗିଅର ବିଲକୁଲ ବ୍ୟବହାର କରନ୍ତୁ ନାହିଁ। ଏହାଦ୍ୱାରା ଇଞ୍ଜିନ ଉପରେ ପ୍ରଭାବ ପଡିଥାଏ। ଇନ୍ଧନ ମଧ୍ୟ ବେଶୀ ଖର୍ଚ୍ଚ ହୋଇଥାଏ।
ଇଞ୍ଜିନକୁ ସାମ୍ନାରୁ କଭର କରନ୍ତୁ ନାହିଁ :
ଅନେକ ଲୋକ ଇଞ୍ଜିନକୁ ସାମ୍ନା କିମ୍ବା ସାଇଡରୁ କୌଣସି ଜିନିଷ ଦ୍ୱାରା ଇଞ୍ଜିନ ମଇଳା ନ ହେବା ପାଇଁ କଭର କରିଦେଇଥାନ୍ତି। କିନ୍ତୁ ଏପରି କରିବା ଆଦୌ ଠିକ୍ ନୁହେଁ। ଏମିତି କଲେ ଇଞ୍ଜିନକୁ ଥଣ୍ଡା ହେବା ପାଇଁ ଅସୁବିଧା ହୋଇଥାଏ। ଯାହାର ସିଧା ପ୍ରଭାବ ଇଞ୍ଜିନ ଉପରେ ପଡିଥାଏ।
ସର୍ବଦା ବ୍ରେକକୁ ଚାପି ରଖନ୍ତୁ ନାହିଁ:
ଗାଡି ଚଲାଇବା ସମୟରେ ସବୁବେଳେ ବ୍ରେକ ଉପରେ ପାଦ ଚାପି ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଟାଏର୍ସ ବ୍ରେକ ମୋଡରେ ଚାଲିଯାଏ, ଯେଉଁଥିପାଇଁ ଇଞ୍ଜନ ଉପରେ ଅଧିକ ପ୍ରେସର ପଡିଥାଏ। ଏହାଦ୍ୱାରା ଇଞ୍ଜିନ ଅଧିକ ପେଟ୍ରୋଲ ଟାଣିଥାଏ।
୩୦ ସେକେଣ୍ଡରୁ ଅଧିକ ରହିବାକୁ ଥିଲେ ଇଞ୍ଜିନ ବନ୍ଦ କରିଦିଅନ୍ତୁ:
ଗାଡି ଚଲାଇବା ସମୟରେ କିମ୍ବା ଟ୍ରାଫିକରେ ଯଦି ଆପଣଙ୍କୁ ୩- ସେକେଣ୍ଡରୁ ଅଧିକ ସମୟ ରହିବାକୁ ପଡୁଛି, ତେବେ ଇଞ୍ଜିନ ବନ୍ଦ କରିଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କର ପେଟ୍ରୋଲ ଅଧିକ ଖର୍ଚ୍ଚ ହୋଇନଥାଏ।
ଖରାରେ ବାଇକ୍ ପାର୍କିଙ୍ଗ କରନ୍ତୁ ନାହିଁ:
ଅନେକ ସମୟରେ ଲୋକମାନେ ଖରାରେ ବାଇକକୁ ପାର୍କିଙ୍ଗ କରିଦେଇଥାନ୍ତି। ଅଧିକ ସମୟ ଗାଡି ଖରାରେ ରହିବା ଦ୍ୱାରା ଗାଡି ଟାଙ୍କିରୁ ପେଟ୍ରୋଲ ଗ୍ୟାସ୍ରେ ପରିବର୍ତ୍ତନ ହୋଇ ଉଡିଯାଏ। କିନ୍ତୁଏହା ବହୁତ କମ୍ ମାତ୍ରାରେ ଉଡିଥାଏ। ତେଣୁ କରି ସବୁବେଳ ଗାଡିକୁ କୌଣସି ଛାଇ ସ୍ଥାନ ଦେଖି ପାର୍କିଙ୍ଗ କରନ୍ତୁ।
ଟାୟର୍ସରେ ପ୍ରେସର କମ୍ ହେବାକୁ ଦିଅନ୍ତୁ ନାହିଁ:
ଟାୟର୍ସରେ ଏୟାର ପ୍ରେସର କମ୍ ହେବା ଦ୍ୱାରା ଏହାର ସିଧା ପ୍ରଭାବ ଗାଡି ଇଞ୍ଜିନ ଏବଂ ଡ୍ରାଇଭିଂ ଉପରେ ପଡିଥାଏ। ଗାଡି ଚକାରେ ପମ୍ପ କମ ହେବା ଦ୍ୱାରା ଇଞ୍ଜିନ ଉପରେ ବେଶୀ ପ୍ରଭାବ ପଡିଥାଏ। ଗାଡିରେ ସଠିକ ପ୍ରେସର ରହିବା ଦ୍ୱାରା ବାଇକ୍ ସ୍ମୁଥ ଚାଲିଥାଏ ଏବଂ ମାଇଲେଜ ମଧ୍ୟ ବୃଦ୍ଧି ହୋଇଥାଏ।