ଯଦି ଆପଣ ନିବେଶ କରିବାକୁ ଚାହୁଁଚନ୍ତି ତେବେ ଏହି ସ୍କିମ୍ ଉପରେ ଥରେ ପକାନ୍ତୁ ନଜର
ଆଜିକାଲି ସଭିଏଁ କିଛି ନା କିଛି ନିବେଶ କରିବାକୁ ଚାହୁଁଛନ୍ତି । ତାହା ପୁଣି ଏକ ସୁରକ୍ଷିତ ସ୍କିମ୍ରେ । ଯେଉଁଠି ନିବେଶ ଟଙ୍କା କଲେ ସୁରକ୍ଷିତ ରହିବା ସହିତ ଭଲ ସୁଧ ଯେମିତି ମିଳିପାରିବ । ତେବେ ଆପଣ ବି ଏଭଳି କିଛି ସ୍କିମ୍ ଖୋଜୁଛନ୍ତି କି ? ଯଦି ଖୋଜୁଛନ୍ତି ତେବେ ରେକରିଂ ଡିପୋଜିଟ୍ ଟିକେ ଭାବିପାରିବେ ।
ରେକରିଂ ଡିପୋଜିଟ୍ରେ ନିବେଶ କରିବାର କୌଣସି ବି ସୀମା ନଥାଏ । ଏହି ସ୍କିମ୍ରେ ପ୍ରାୟ ୫୫ ହଜାର ଟଙ୍କା ସୁଧ ମିଳି ପାରିବ । ଆଉ ଏଥିପାଇଁ ଆପଣଙ୍କୁ ଏକା ଥରକେ ବି ଟଙ୍କା ଜମା କରିବାକୁ ପଡିବ ନାହିଁ । ଆଉ ଯଦି ଷ୍ଟେଟ୍ ବ୍ୟାଙ୍କ୍ରେ ନିବେଶ କରିବେ ତେବେ ୬.୫ରୁ ଆରମ୍ଭ ୭ ହାରରେ ରିଟର୍ଣ୍ଣ ପାଇ ପାରିବେ ।
ତେବେ ଯଦି ଆପଣ ନିବେଶ କରିବାକୁ ଇଛ୍ଛୁକ ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଏଠାରେ ଆପଣ ୧୦୦ ଟଙ୍କାରୁ ବି ନିବେଶ ଆରମ୍ଭ କରି ପାରିବେ । ଖାଲି ସେତିକି ନୁହେଁ ଏହି SBI RDରେ ନିବେଶ ପାଇଁ କୌଣସି ସୀମା ନାହିଁ । ରେକରିଂ ଡିପୋଜିଟ୍ ମାଧ୍ୟମରେ ଏକ ଛୋଟ ଆକାରରେ ଜମା ଆରମ୍ଭ କରି ପାରିବେ । ଏଭଳି ଭାବରେ ଏକ ବଡ଼ ଫଣ୍ଡ୍ ଆପଣ ଜମା କରି ପାରିବେ ।
ରେକରିଂ ଡିପୋଜିଟ୍ରେ ନିବେଶ କଲେ ଆକାଉଣ୍ଟ୍ରୁ ପ୍ରତି ମାସରେ କିଛି ଟଙ୍କା କଟିଥାଏ । ଧରନ୍ତୁ କି ଯଦି ଆପଣ ପ୍ରତି ମାସରେ ୫ ବର୍ଷ ପାଇଁ ୫୦୦୦ ଟଙ୍କା ନିବେଶ କରୁଛନ୍ତି । ତେବେ ଏହି ଜମା ରାଶି ପାଇଁ ଆପଣଙ୍କୁ ୬.୫ ପ୍ରତିଶତ ହାରରେ ସୁଧ ମିଳିବ । ହିସାବ କଲେ ପ୍ରତି ମାସରେ ୬୦ ହଜାର ଟଙ୍କା ନିବେଶ କରିବେ ଆପଣ । ଏମିତି ଭାବେ ୫ ବର୍ଷରେ ୩ ଲକ୍ଷ ଟଙ୍କା ଫଣ୍ଡ ଜମା କରିପାରିବେ ।
ବରିଷ୍ଠ ନାଗରିକଙ୍କ ପାଇଁ SBI RDରେ ୦.୫ ପ୍ରତିଶତ ରିଟର୍ଣ୍ଣ ମିଳୁଛି । ଅନ୍ୟ ବ୍ୟାଙ୍କ୍ ତୁଳନାରେ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଅଧିକ ସୁଧ ଦେଇଥାଏ । ନିବେଶ କରିବାର ମାତ୍ର ୧ରୁ ୨ ବର୍ଷ ପାଇଁ ନିବେଶକଙ୍କୁ ୬.୮ ହାରରେ ସୁଧ ମିଳିବା ଆରମ୍ଭ ହୋଇଯିବ । ସେହିଭଳି ଦୁଇ ବର୍ଷରୁ ତିନି ବର୍ଷ ପାଇଁ ୭ ପ୍ରତିଶତ ହାରରେ ଓ ୩ରୁ ୫ ବର୍ଷ ପାଇଁ ୬.୫ ପ୍ରତିଶତ ହାରରେ ରିଟର୍ଣ୍ଣ ମିଳିବ ।
ଏହାସହିତ ୬.୫୬ ହାରରେ ଏହି ମୂଳଧନ ଉପରେ ଆପଣଙ୍କୁ ୩ ଲକ୍ଷ ୫୪ ହଜାର ୯ଶହ ଟଙ୍କା ମାଚ୍ୟୁରିଟି ବେଳେ ମିଳିବ । SBI RD ଉପରେ ଆପଣ ଲୋନ୍ ମଧ୍ୟ ଉଠାଇ ପାରିବେ । ଜମା ରାଶି ଉପରେ ୯୦ ପ୍ରତିଶତ ଲୋନ୍ ଉଠାଇ ପାରିବେ । ତେବେ ଏତିକିରେ ସରିନି କୌଣସି କାରଣରୁ ଯଦି ପ୍ରିମିୟମ ଜମା ନକରି ପାରିବେ, ତାହାହେଲେ ଆଗାମୀ ମାସରେ କିଛି ଶୁଳ୍କ ସହିତ ଟଙ୍କା ଜମା କରି ପାରିବେ ଆପଣ ।