• Likes
  • Followers
  • Followers
  • Subscribers
  • Subscribe
  • Saturday, September 5, 2026

KNews Odisha KNews Odisha - Sabuthi Sabubele Hata Muthare Khabar

Logos
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ
KNews Odisha
  • Home
  • ବ୍ୟବସାୟ ଓ ଅର୍ଥନୀତି
  • ଯଦି ଆପଣ ନିବେଶ କରିବାକୁ ଚାହୁଁଚନ୍ତି ତେବେ ଏହି ସ୍କିମ୍ ଉପରେ ଥରେ ପକାନ୍ତୁ ନଜର

ଯଦି ଆପଣ ନିବେଶ କରିବାକୁ ଚାହୁଁଚନ୍ତି ତେବେ ଏହି ସ୍କିମ୍ ଉପରେ ଥରେ ପକାନ୍ତୁ ନଜର

By Sonalisa Last updated Jun 29, 2024
sbi

ଆଜିକାଲି ସଭିଏଁ କିଛି ନା କିଛି ନିବେଶ କରିବାକୁ ଚାହୁଁଛନ୍ତି । ତାହା ପୁଣି ଏକ ସୁରକ୍ଷିତ ସ୍କିମ୍‌ରେ । ଯେଉଁଠି ନିବେଶ ଟଙ୍କା କଲେ ସୁରକ୍ଷିତ ରହିବା ସହିତ ଭଲ ସୁଧ ଯେମିତି ମିଳିପାରିବ । ତେବେ ଆପଣ ବି ଏଭଳି କିଛି ସ୍କିମ୍‌ ଖୋଜୁଛନ୍ତି କି ? ଯଦି ଖୋଜୁଛନ୍ତି ତେବେ ରେକରିଂ ଡିପୋଜିଟ୍‌ ଟିକେ ଭାବିପାରିବେ ।

ରେକରିଂ ଡିପୋଜିଟ୍‌ରେ ନିବେଶ କରିବାର କୌଣସି ବି ସୀମା ନଥାଏ । ଏହି ସ୍କିମ୍‌ରେ ପ୍ରାୟ ୫୫ ହଜାର ଟଙ୍କା ସୁଧ ମିଳି ପାରିବ । ଆଉ ଏଥିପାଇଁ ଆପଣଙ୍କୁ ଏକା ଥରକେ ବି ଟଙ୍କା ଜମା କରିବାକୁ ପଡିବ ନାହିଁ । ଆଉ ଯଦି ଷ୍ଟେଟ୍‌ ବ୍ୟାଙ୍କ୍‌ରେ ନିବେଶ କରିବେ ତେବେ ୬.୫ରୁ ଆରମ୍ଭ ୭ ହାରରେ ରିଟର୍ଣ୍ଣ ପାଇ ପାରିବେ ।

ତେବେ ଯଦି ଆପଣ ନିବେଶ କରିବାକୁ ଇଛ୍ଛୁକ ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଏଠାରେ ଆପଣ ୧୦୦ ଟଙ୍କାରୁ ବି ନିବେଶ ଆରମ୍ଭ କରି ପାରିବେ । ଖାଲି ସେତିକି ନୁହେଁ ଏହି SBI RDରେ ନିବେଶ ପାଇଁ କୌଣସି ସୀମା ନାହିଁ । ରେକରିଂ ଡିପୋଜିଟ୍‌ ମାଧ୍ୟମରେ ଏକ ଛୋଟ ଆକାରରେ ଜମା ଆରମ୍ଭ କରି ପାରିବେ । ଏଭଳି ଭାବରେ ଏକ ବଡ଼ ଫଣ୍ଡ୍‌ ଆପଣ ଜମା କରି ପାରିବେ ।

ରେକରିଂ ଡିପୋଜିଟ୍‌ରେ ନିବେଶ କଲେ ଆକାଉଣ୍ଟ୍‌ରୁ ପ୍ରତି ମାସରେ କିଛି ଟଙ୍କା କଟିଥାଏ । ଧରନ୍ତୁ କି ଯଦି ଆପଣ ପ୍ରତି ମାସରେ ୫ ବର୍ଷ ପାଇଁ ୫୦୦୦ ଟଙ୍କା ନିବେଶ କରୁଛନ୍ତି । ତେବେ ଏହି ଜମା ରାଶି ପାଇଁ ଆପଣଙ୍କୁ ୬.୫ ପ୍ରତିଶତ ହାରରେ ସୁଧ ମିଳିବ । ହିସାବ କଲେ ପ୍ରତି ମାସରେ ୬୦ ହଜାର ଟଙ୍କା ନିବେଶ କରିବେ ଆପଣ । ଏମିତି ଭାବେ ୫ ବର୍ଷରେ ୩ ଲକ୍ଷ ଟଙ୍କା ଫଣ୍ଡ ଜମା କରିପାରିବେ ।

ବରିଷ୍ଠ ନାଗରିକଙ୍କ ପାଇଁ SBI RDରେ ୦.୫ ପ୍ରତିଶତ ରିଟର୍ଣ୍ଣ ମିଳୁଛି । ଅନ୍ୟ ବ୍ୟାଙ୍କ୍‌ ତୁଳନାରେ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଅଧିକ ସୁଧ ଦେଇଥାଏ । ନିବେଶ କରିବାର ମାତ୍ର ୧ରୁ ୨ ବର୍ଷ ପାଇଁ ନିବେଶକଙ୍କୁ ୬.୮ ହାରରେ ସୁଧ ମିଳିବା ଆରମ୍ଭ ହୋଇଯିବ । ସେହିଭଳି ଦୁଇ ବର୍ଷରୁ ତିନି ବର୍ଷ ପାଇଁ ୭ ପ୍ରତିଶତ ହାରରେ ଓ ୩ରୁ ୫ ବର୍ଷ ପାଇଁ ୬.୫ ପ୍ରତିଶତ ହାରରେ ରିଟର୍ଣ୍ଣ ମିଳିବ ।

ଏହାସହିତ ୬.୫୬ ହାରରେ ଏହି ମୂଳଧନ ଉପରେ ଆପଣଙ୍କୁ ୩ ଲକ୍ଷ ୫୪ ହଜାର ୯ଶହ ଟଙ୍କା ମାଚ୍ୟୁରିଟି ବେଳେ ମିଳିବ । SBI RD ଉପରେ ଆପଣ ଲୋନ୍‌ ମଧ୍ୟ ଉଠାଇ ପାରିବେ । ଜମା ରାଶି ଉପରେ ୯୦ ପ୍ରତିଶତ ଲୋନ୍‌ ଉଠାଇ ପାରିବେ । ତେବେ ଏତିକିରେ ସରିନି କୌଣସି କାରଣରୁ ଯଦି ପ୍ରିମିୟମ ଜମା ନକରି ପାରିବେ, ତାହାହେଲେ ଆଗାମୀ ମାସରେ କିଛି ଶୁଳ୍କ ସହିତ ଟଙ୍କା ଜମା କରି ପାରିବେ ଆପଣ ।

sbiSBI accountstate bank of india
Share FacebookTwitterWhatsAppEmailFacebook MessengerPinterestReddItLinkedinTelegram
omchorizontal
Recent Posts
  • Teacher Achievement: ଗାଁ ସ୍କୁଲରୁ ଦିଲ୍ଲୀ ଦରବାର, ଓଡ଼ିଶାର…

    Sep 5, 2026 0
  • ୨୦୧୩ ଝିରମ୍ ଘାଟି ମାଓବାଦୀ ଆକ୍ରମଣ ମାମଲାରେ ଆସିଲା ରାୟ, ୧୦…

    Sep 5, 2026 0
  • Inspirational Teacher: ୬ ବର୍ଷରେ ଚାଲିଗଲା ଆଖିର ଆଲୁଅ, ହେଲେ…

    Sep 5, 2026 0
  • Jawan Welcome: ୨୫ ବର୍ଷ ଦେଶ ସେବା ପରେ ଫେରିଲେ ଗାଁ ପୁଅ,…

    Sep 5, 2026 0
  • Guru Diwas: ହାତୁଡ଼ି ହେଉ କି ମୋବାଇଲ, ଏଠି ଗଢ଼ାହେଉଛି…

    Sep 5, 2026 0
  • NandUtsav: ଜନ୍ମ ନେଲେ ନନ୍ଦଲାଲା, ଭଜନ-କୀର୍ତ୍ତନରେ ଝୁମିଲା…

    Sep 5, 2026 0
  • About KNews Odisha
  • Contact us
  • Privacy Policy
  • Terms Of Service
  • Disclaimer
© 2026 - Knews Odisha. All Rights Reserved.
Portal Devloped & Maintained by knewsodisha
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ