ଦେଶରେ ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ, ଅଶୋକ ଲେଲ୍ୟାଣ୍ଡର ହଜାର ହଜାର କର୍ମଚାରୀ ବେକାର, ଅନେକ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ କମ୍ପାନୀର ଏହି ସବୁ ପ୍ଲାଣ୍ଟ

ଦେଶରେ ଆର୍ଥିକ ସଙ୍କଟ ସମୟରେ ଅଟୋ ସେକ୍ଟର ସବୁଠାରୁ ବେଶୀ ପ୍ରଭାବିତ ହୋଇଛି ବୋଲି କୁହାଯାଉଛି । ଏହି ସେକ୍ଟରରେ କେବଳ ବିକ୍ରି ହ୍ରାସ ପାଇଛି ତା ନୁହେଁ ବରଂ ଅନେକ କମ୍ପାନୀ ନିଜ କର୍ମଚାରୀ ମାନଙ୍କୁ ଚାକିରିରୁ ବାହାର ମଧ୍ୟ କରିଦେଇଛି । ଏହି ତାଲିକାରେ ବର୍ତ୍ତମାନ ଆଉ ଏକ କମ୍ପାନୀ ଅଶୋକ ଲେଲ୍ୟାଣ୍ଡର ନାମ ମଧ୍ୟ ଯୋଡ଼ା ଯାଇଛି ।


ସୂଚନା ଅନୁଯାୟୀ ଅଟୋ ସେକ୍ଟରର ସବୁଠାରୁ ବଡ଼ କମ୍ପାନୀ ଅଶୋକ ଲେଲ୍ୟାଣ୍ଡ ନିଜର ପାଞ୍ଚଟି ପ୍ଲାଣ୍ଟକୁ ଅନେକ ଦିନ ପର୍ଯ୍ୟନ୍ତ ବନ୍ଦ ରଖିବାର ଘୋଷଣା କରିଛି । କମ୍ପାନୀ ତରଫରୁ ପ୍ଲାଣ୍ଟକୁ ବନ୍ଦ ରଖିବା ବିଷୟରେ ସୂଚନା ଦିଆଯାଇଛି । ବଜାରରେ କମରସିଆଲ ବାହନ ଗୁଡିକର ମାନ୍ଦାବସ୍ଥାକୁ ଦେଖି କମ୍ପାନୀ ଏଭଳି ନିଷ୍ପତ୍ତି ନେଇଛି । ବର୍ତ୍ତମାନ କମ୍ପାନୀ ପନ୍ତନଗର ପ୍ଲାଣ୍ଟକୁ ୧୮ ଦିନ । ଭଣ୍ଡାରା ପ୍ଲାଣ୍ଟକୁ ୧୦ ଦିନ । ଅଲବର ପ୍ଲାଣ୍ଟକୁ ୧୦ ଦିନ । ହୋଶୂର ପ୍ଲାଣ୍ଟକୁ ୫ ଦିନ ଏବଂ ଏନ୍ନୋର ପ୍ଲାଣ୍ଟକୁ ୧୬ ଦିନ ବନ୍ଦ ରଖିବାର ଘୋଷଣା କରିଛି । ସୂଚନା ମୁତାବକ ହିନ୍ଦୁଜା ଗୃପର ପ୍ରମୁଖ କମ୍ପାନୀ ଅଶୋକ ଲେଲ୍ୟାଣ୍ଡର ଗତ ବର୍ଷ ଏହି ମାସରେ ୧୧,୧୩୫ ଟ୍ରକ ବିକ୍ରି କରିଥିବା ବେଳେ ଚଳିତ ବର୍ଷ ଅଗଷ୍ଟ ମାସରେ ୭୦ ପ୍ରତିଶତ ଘଟି ୩,୩୩୬ ହୋଇଛି ।

ବର୍ତ୍ତମାନ କମ୍ପାନୀ ତରଫରୁ ପ୍ରଡକ୍ସନ ବନ୍ଦ କରିବାର ପ୍ରଭାବ ସିଧା ସଳଖ ଭାବେ ପ୍ଲାଣ୍ଟର କର୍ମଚାରୀ ମାନଙ୍କ ଉପରେ ପଡିବ । କାରଣ ବର୍ତ୍ତମାନ ଏହି ସମସ୍ତ କର୍ମଚାରୀ ମାନଙ୍କୁ ଘରେ ବସିବାକୁ ପଡିବ । ଏମାନଙ୍କ ମଧ୍ୟରୁ ଅନେକ ଠିକା କର୍ମଚାରୀ ମଧ୍ୟ ଅଟନ୍ତି ।

ଏହାସହ ପଢନ୍ତୁ ଏବେ ଆହୁରି ସହଜ ହୋଇଯିବ ଫ୍ଲିପକାର୍ଟ ସପିଙ୍ଗ, କମ୍ପାନୀ କଲା ନୂଆ ଘୋଷଣା

ଆର୍ଥିକ ମାନ୍ଦାବସ୍ଥା କାରଣରୁ ଅଟୋ ସେକ୍ଟରରେ ଲକ୍ଷ ଲକ୍ଷ ଲୋକଙ୍କ ଚାକିରୀ ଯାଇ ସାରିଛି । ଏହା ପୂର୍ବରୁ ମଧ୍ୟ ଜାପାନ କମ୍ପାନୀ ଟୋୟୋଟା ମୋଟର ଏବଂ ଦକ୍ଷିଣ କୋରିଆ କମ୍ପାନୀ ହୁଣ୍ଡାଇ ମୋଟର ବିକ୍ରିରେ ହ୍ରାସ ଦେଖି ଗାଡି ଗୁଡିକର ପ୍ରଡକ୍ସନ ବନ୍ଦ କରି ଦେଇଥିଲେ ।

KNews Bureau

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

10 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

18 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

34 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago