ଓଡିଶା ଲୋକ ସେବା ଆୟୋଗରେ ଖାଲିପଡିଛି ଆସିଷ୍ଟାଣ୍ଟ ହର୍ଟିକଲଚର ଅଫିସର ପଦବୀ, ଜଲଦି କରନ୍ତୁ ଆବେଦନ

ଓଡିଶା ଲୋକ ସେବା ଆୟୋଗ (OPSC) ରେ ଖାଲିପଡିଛି ଆସିଷ୍ଟାଣ୍ଟ ହର୍ଟିକଲଚର ଅଫିସର ପଦବୀ। ଏଥିରେ ଭର୍ତ୍ତି ପାଇଁ ଅନଲାଇନ ଆବେଦନ ପତ୍ର ଗ୍ରହଣ କରାଯାଇଛି। ଯୋଗ୍ଯ ଏବଂ ଇଚ୍ଛୁକ ପ୍ରାର୍ଥୀ ଓପିଏସସିର ଅଧିକାରକ ୱେବସାଇଟ opsc.gov.inକୁ ଯାଇ ୧୦ ସେପ୍ଟେମ୍ବରରୁ ଆବେଦନ ଗ୍ରହଣ କରିପାରିବେ।

ଜରୁରୀ ତାରିଖ: ଆବେଦନ କରିବାର ତାରିଖ ୧୦ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ୮ ଅକ୍ଟୋବର ୨୦୨୧ ରହିଛି।

ପଦବୀ ବିବରଣୀ: ହର୍ଟିକଲଚର ଅଫିସର (୩୭)

ଅଣ ସରଂକ୍ଷିତ ବର୍ଗ: ୨୦
SEBC: ୭
ଅନୁସୂଚିତ ଜାତି: ୦୪
ଅନୁସୂଚିତ ଜନଜାତି: ୦୬

ବୟସ ସୀମା: ୨୧ରୁ ୩୧ ବର୍ଷ

ଶିକ୍ଷାଗତ ଯୋଗ୍ଯତା: ପ୍ରାର୍ଥୀଙ୍କ ପାଖରେ କୌଣସି ମାନ୍ଯତାପ୍ରାପ୍ତ ବିଶ୍ବବିଦ୍ଯାଳୟ କିମ୍ବା ସଂସ୍ଥାରୁ ହର୍ଟିକଲ୍ଚର/ କୃଷି ବିଜ୍ଞାନରେ ସ୍ନାତକ ଡିଗ୍ରୀ ରହିଥିବା ଜରୁରୀ।

ଆବେଦନ ଶୁଳ୍କ: ସାଧାରଣବର୍ଗ ପ୍ରାର୍ଥୀ ପରୀକ୍ଷା ଶୁଳ୍କ ଭାବେ ୫୦୦ ଟଙ୍କା ଦେବାକୁ ପଡିବ। କେବଳ ଓଡିଶା ଅନୁସୂଚିତ ଜାତି/ଜନଜାତି କିମ୍ବା ଦିବ୍ଯାଙ୍ଗ ସେମାନଙ୍କୁ କୌଣସି ଶୁକ୍ଳ ଦେବାକୁ ପଡିବ ନାହିଁ।

ଚୟନ ପ୍ରକ୍ରିୟା: ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା କିମ୍ବା ଇଣ୍ଟରଭ୍ଯୁ ମାଧ୍ୟମରେ ହେବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:

https://www.opsc.gov.in/Public/OPSC/Default.aspx

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.