ଭାରତରେ ଲଞ୍ଚ ହେଲା Aston Martin Vanquish, ପ୍ରାଇସ୍ ଜାଣିଲେ ଉଡିଯିବ ଆପଣଙ୍କ ହୋସ୍

ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ପ୍ରତ୍ୟେକ ମାସରେ ହେଉ କିମ୍ବା ବର୍ଷର ହେଉ କିଛି ନା କିଛି କାର୍ ଏବଂ ବାଇକ୍ ଲଞ୍ଚ ହେଉଛି । ଯାହା ଲୋକମାନଙ୍କୁ ବେସ୍ ଖୁସି ମଧ୍ୟ କରାଉଛି । ଏହି ଲୋକମାନଙ୍କ ଖୁସିକୁ ଦେଖି ବର୍ତ୍ତମାନ ମାର୍କେଟରେ ଲଞ୍ଚ ହୋଇଛି ଏକ ପାୱାରଫୁଲ୍ କାର୍ । ଯାହାର ନାମ ରହିଛି – Aston Martin Vanquish (ଆଷ୍ଟନ ମାର୍ଟିନ ଭାନକ୍ବିଶ) । ଏହି କାରର ନାଁ ଟି ଆପଣଙ୍କୁ ନିଶ୍ଚିତ ଭାବରେ ଅଜବ ଲାଗୁଥିବ । ହେଲେ କାରରେ ରହିଛି ପାୱାରଫୁଲ୍ ଫିଚର୍ସ, ଯାହା ବିଷୟରେ ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ । ତେବେ ଆସନ୍ତୁ ଜାଣିବା ଏହି କାରର ଡିଟେଲ୍ସ ।
Aston Martin Vanquish (ଆଷ୍ଟନ ମାର୍ଟିନ ଭାନକ୍ବିଶ) ର ଥାର୍ଡ ଜେନେରେସନ୍ ମଡେଲ୍ ମାର୍କେଟରେ ଲଞ୍ଚ ହୋଇଛି । ଏହି କାରର ମୂଲ୍ୟ Rolls-Royce Ghost ସହିତ ସମାନ । ଏକ୍ସଟେରିୟର ସହିତ ନୂଆ Aston Martin GT ର ଇଣ୍ଟେରିୟରକୁ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏହି କାରଟି ଲଞ୍ଚ ହେବା ମାତ୍ରେ ଏହା ଏହି ବ୍ରାଣ୍ଡର ଫାସଟେଷ୍ଟ ରନିଙ୍ଗ୍ କାର ହୋଇଗଲା । ଏହି ଆଷ୍ଟନ ମାର୍ଟିନ କାରର ସ୍ପିଡ୍ ବୁଲେଟ୍ ଟ୍ରେନ୍ ସହିତ ଟକ୍କର ଦେଇଥାଏ ।
Aston Martin ର ଦମଦାର୍ ପାୱାର :
Aston Martin Vanquish (ଆଷ୍ଟନ ମାର୍ଟିନ ଭାନକ୍ବିଶ) ରେ ୫.୨ ଲିଟର ଟ୍ବିନ୍-ଟର୍ବୋ V12 ଇଞ୍ଜନ ଲାଗିଛି । ଖାସ୍ କଥା ହେଉଛି ଯେ ଏହି କାରର ଇଞ୍ଜନକୁ ହାଇବ୍ରିଡ୍ ସିଷ୍ଟମ ସହିତ ଆଡ୍ କରାଯାଇ ନାହିଁ । ଏହି କାରର ଇଞ୍ଜିନ୍ ୮୩୫ hp ର ପାୱାର ମିଳିଥାଏ ଏବଂ ୧,୦୦୦ Nm ର ଟର୍କ ଜେନେରେଟ୍ ହୋଇଥାଏ । ଏହି ଗାଡ଼ିଟି ୮-ସ୍ପିଡ୍ ଟ୍ରାନ୍ସମିସନ୍ ମାଧ୍ୟମରେ ପଛ ଟାୟାରକୁ ପାୱାର ପ୍ରଦାନ କରେ । ଆଷ୍ଟନ୍ ମାର୍ଟିନ୍ ଭାନକ୍ବିସ୍ ମାତ୍ର ୩.୩ ସେକେଣ୍ଡେରେ ୦ ରୁ ୧୦୦ kmph ର ସ୍ପିଡ୍ ବଢ଼ାଇପାରିବ । ଏହି କାରର ଟପ୍-ସ୍ପିଡ୍ ୩୪୫kmph ରହିଛି, ଯାହା ବୁଲେଟ୍ ଟ୍ରେନର ଅପରେସନାଲ୍ ସ୍ପିଡ୍ ଅପେକ୍ଷା ଅଧିକ ।
ଭାରତରେ ମୁମ୍ବାଇ ଏବଂ ଅହମ୍ମଦାବାଦ୍ ମଧ୍ୟରେ ବୁଲେଟ୍ ଟ୍ରେନ୍ ପ୍ରୋଜେକ୍ଟ ଉପରେ କାମ ଚାଲିଛି । ଏହି ପ୍ରୋଜେକ୍ଟ ୨୦୨୮ସୁଦ୍ଧା ସମାପ୍ତ ହୋଇପାରେ । ଏଥି ସହ ଯେତେବେଳେ ଭାରତରେ ବୁଲେଟ୍ ଟ୍ରେନ୍ ଚାଲିବ, ଏହାର ସ୍ପିଡ୍ ଘଣ୍ଟା ପ୍ରତି ୩୨୦ କିଲୋମିଟର ହେବ । ସେହିଭଳି ଆଷ୍ଟନ୍ ମାର୍ଟିନ୍ ଭାନକ୍ବିଶର ଟପ୍-ସ୍ପିଡ୍ ହେଉଛି – ୩୪୫ kmph ।
ନୂଆ Aston Martin ର ଫିଚର୍ସ :
ଆପଣମାନେ ଜାଣି ରଖନ୍ତୁ ଯେ ଏହି ନୂଆ ଆଷ୍ଟନ୍ ମାର୍ଟିନ ଭାନକ୍ବିସରେ କେବଳ ଦୁଇଜଣ ଲୋକ ଏକାଠି ଯାତ୍ରା କରିପାରିବେ । ଏହି ଗାଡ଼ିର ୨-ସିଟର ଇଣ୍ଟେରିୟରେ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ କରାଯାଇଛି । ଏହି ଗାଡ଼ିରେ ୧୦.୨୫-ଇଞ୍ଚର ଟଚସ୍କ୍ରିନ୍ ଅଟୋର ଫିଚର ସାମିଲ୍ ଅଛି । ଏହି କାରରେ ଡ୍ରାଇଭର ଡିସପ୍ଲେ ପାଇଁ ନୂଆ ସଫ୍ଟୱେର୍ ଲଗାଯାଇଛି । ପ୍ରଥମ ଥର ପାଇଁ, ଆଷ୍ଟନ୍ ମାର୍ଟିନ୍ ଏହି ସୁପର ଲଗଜରୀ କାରରେ ଫିକ୍ସଡ୍ ଗ୍ଲାସରୁଫ୍ ର ଅପ୍ସନ ମଧ୍ୟ ଦିଆଯାଇଛି ।
Aston Martin ର ପ୍ରାଇସ୍ :
ଆଷ୍ଟନ୍ ମାର୍ଟିନ୍ ଭାନକ୍ବିସର ଏକ୍ସ-ଶୋରୁମ୍ ପ୍ରାଇସ୍ ୮.୮୫ କୋଟି ଟଙ୍କାରୁ ଆରମ୍ଭ ହେଉଛି । ଏହି କାରର ମୂଲ୍ୟ ପ୍ରାୟ ରୋଲ୍ସ-ରଏସ୍ ଘୋଷ୍ଟ ସହିତ ସମାନ୍ । ଏହି ବର୍ଷ ଫେବୃଆରୀ ୨୦୨୫ ରେ ଭାରତରେ ରୋଲ୍ସ-ରଏସ୍ ଘୋଷ୍ଟ ସିରିଜ୍ II ଲଞ୍ଚ ହୋଇଥିଲା । ଏହି ଲଗଜରୀ କାରର ଏକ୍ସ-ଶୋରୁମ୍ ପ୍ରାଇସ୍ ୮.୯୫ କୋଟି ଟଙ୍କାରୁ ଆରମ୍ଭ ହେଉଛି । ଏଥି ସହ ଯଦି ଆପଣ କିଛି ଲଗଜରୀ କାର୍ କିଣିବା ପାଇଁ ପ୍ଲାନ୍ କରୁଛନ୍ତି ତେବେ ଏହି କାର୍ ଆପଣଙ୍କ ପାଇଁ ବେଷ୍ଟ ହୋଇପାରିବ ।