ଅଟଳ ପେନସନ ଯୋଜନାରେ ମାସକୁ ମିଳିବ ୧୦ ହଜାର ଟଙ୍କା ପେନସନ, ଏପରି ଉଠାନ୍ତୁ ଫାଇଦା

ଯଦି ଆପଣ ବି ବିବାହିତ ତେବେ ସରକାରଙ୍କ ଏହି ସ୍କିମରୁ ଫାଇଦା ଉଠାଇପାରିବେ। ସରକାରଙ୍କ ଏହି ସ୍କିମରେ ଆପଣ ଘରେ ବସି ଖୁବ କମ ମୂଲ୍ୟରେ ନିବେଶ କରି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ରାଶି ପାଇପାରିବେ। ଏହି ଯୋଜନା ଅନ୍ତର୍ଗତ ୧୮ରୁ ୪୦ ବର୍ଷ ମଧ୍ୟରେ ବୟସ ଥିବା ଲୋକ ଏହି ଯୋଜନାର ଫାଇଦା ଉଠାଇପାରିବେ।

ଭବିଷ୍ୟତକୁ ଦୃଷ୍ଟିରେ ରଖି ସମସ୍ତେ କିଛି ନା କିଛି ସଞ୍ଚୟ କରିବା ନିହାତି ଜରୁରୀ। କାରଣ ଏହା ତାଙ୍କୁ ସୁରକ୍ଷିତ ଭାବେ ବିନା ଚିନ୍ତାରେ ବଞ୍ଚିବାର ସାହସ ଦେବ। ତେଣୁ ଏସବୁ ମଧ୍ୟରେ ପେନସନ ପ୍ଲାନିଂ କରିବା ବହୁତ ଜରୁରୀ। ଯଦି ଆପଣ ନିଜ ରିଟାୟରମେଣ୍ଟ ପରେ ସିକ୍ୟୁର ଲାଇଫ ଚାହୁଁଛନ୍ତି ସେଥିପାଇଁ ବିଶ୍ୱାସଯୋଗ୍ୟ ସ୍ଥାନରେ ଇନଭେଷ୍ଟ କରିବା ଜରୁରୀ। ଆଜି ଆମେ କହିବ ୁ ସରକାରଙ୍କ ଅଟଳ ପେନସନ ଯୋଜନା ସମ୍ପର୍କରେ.. ଯେଉଁଥିରେ ସ୍ୱାମୀ ଓ ସ୍ତ୍ରୀ ଭିନ୍ନ ଭିନ୍ନ ଆକାଉଣ୍ଟ ଖୋଲି ପ୍ରତି ମାସରେ ୧୦ ହଜାର ଟଙ୍କାର ପେନସନ ହାସିଲ କରିପାରିବେ। ଏହି ଯୋଜନାର ଅନେକ ଫାଇଦା ରହିଛି।

ଏବେ ଜାଣନ୍ତୁ କଣ ଏହି ଅଟଳ ପେନସନ ଯୋଜନା:

ଅଟଲ ପେନସନ ସ୍କିମ ଏକ ଏମିତି ସରକାରୀ ସ୍କିମ ଯେଉଁଥିରେ ଆପଣଙ୍କ ନିବେଶ ଆପଣଙ୍କ ବୟସ ଉପରେ ନିର୍ଭର କରେ। ଏହି ଯୋଜନାରେ ଆପଣଙ୍କୁ ଅତିକମ ରେ ହଜାର ଟଙ୍କା, ୨ ହଜାର ଟଙ୍କା, ୩ ହଜାର ଟଙ୍କା, ୪ ହଜାର ଟଙ୍କା ଓ ଅଧିକତମ ଭାବେ ୫ହଜାର ଟଙ୍କା ମାସିକ ପେନସନ ମିଳି ପାରିବ। ଏହା ଏକ ସୁରକ୍ଷିତ ନିବେଶ।

ଏବେ ଜାଣନ୍ତୁ କେଉଁ ମାନେ କରିପାରିବେ ନିବେଶ:

ଅଟଳ ପେନସନ ଯୋଜନାର ଆରମ୍ଭ ୨୦୧୫ ମସିହାରେ ହୋଇଥିଲା। ପ୍ରଥମେ ଏହା ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଏହି ସ୍କିମ ବାହାରିଥିଲା , କିନ୍ତୁ ଏବେ ଏହା ୧୮ ରୁ ୪୦ ବର୍ଷ ବୟସ ହୋଇଥିବା ସମସ୍ତ ଭାରତୀୟ ନାଗରିକ ନିବେଶ କରିପାରିବେ। ଏଥିରେ ୬୦ ବର୍ଷ ପରେ ଜମା କର୍ତ୍ତାକୁ ପେନସନ ମିଳିବା ଆରମ୍ଭ ହେବ।

ଏହାର ଫାଇଦା:

-ଏଥିରେ ୧୮ ରୁ ୪୦ ବର୍ଷ ବୟସ ଲୋକ ନିବେଶ କରିପାରିବେ।
-ଆବେଦକଙ୍କ ପାଖରେ ଏଥିପାଇଁ ବ୍ୟାଙ୍କ କିମ୍ବା ଡାକଘର ଥିବା ଜରୁରୀ।
-ଆପଣଙ୍କ ପାଖେ କେବଳ ଗୋଟିଏ ଅଟଳ ପେନସନ ଆକାଉଣ୍ଟ ହୋଇପାରିବ।
-ଯେତେ ଶୀଘ୍ର ନିବେଶ କରିବେ ସେତେ ଶୀଘ୍ର ଫାଇଦା ପାଇବେ।
– ୬୦ ବର୍ଷ ପରେ ମାସକୁ ୫୦୦୦ ଟଙ୍କା ପେନସନ ପାଇଁ ମାସକୁ କେବଳ ୨୧୦ ଟଙ୍କା ଜମା କରିବାକୁ ହେବ।
-ଏମିତିରେ ଯୋଜନାରୁ ଅଧିକ ପ୍ରଫିଟ ମିଳିବ।

ଏବେ ଜାଣନ୍ତୁ ୧୦ ହଜାର ଟଙ୍କା କିପରି ପାଇବେ:

-ଏହାର ଫାଇଦା ୩୯ ବର୍ଷରୁ କମ ବୟସର ଲୋକ ମାନେ ସ୍ୱାମୀ –ସ୍ତ୍ରୀ ଊଠାଇପାରିବେ।
-ଏମାନଙ୍କ ବୟସ ୩୦ ବର୍ଷରୁ କମ ହେଲେ ସେମାନେ APY ଆକାଉଣ୍ଟରେ ପ୍ରତି ମାସ ୫୭୭ ଟଙ୍କା ଯୋଗଦାନ କରିପାରିବେ।
-ଯଦି ବୟସ ୩୫ ବର୍ଷ ତେବେ ତାଙ୍କୁ ପ୍ରତି ମାସରେ ୯୦୨ ଟଙ୍କା ଜମା କରିବାକୁ ହେବ।
-ଗ୍ୟାରେଣ୍ଟିଡ ମନ୍ଥଲି ପେନସନ ବ୍ୟତିତ ଯଦି ସ୍ୱାମି ଓ ସ୍ତ୍ରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହେଲେ ଜୀବିତ ପାର୍ଟନରଙ୍କୁ ୮.୫ ଲକ୍ଷ ଟଙ୍କା ମିଳିବ। ଏହାସହ ଜୀବନସାରା ପ୍ରତି ମାସରେ ତାଙ୍କୁ ପେନସନ ମିଳିବ।

ଏଥିରେ ଟାକ୍ସ ବେନିଫିଯ ମଧ୍ୟ ମିଳିବ। ଏହି ଯୋଜନା ଅନ୍ତର୍ଗତ ଇନକମ ଟାକ୍ସ ଆକ୍ଟ ୮୦ସି ମୁତାବିକ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟାକ୍ସ ବେନିଫିଟ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.