ଏହି ସରକାରୀ ଯୋଜନାରେ ଦିନକୁ ୭ ଟଙ୍କା ନିବେଶ କରି ମାସକୁ ପାଆନ୍ତୁ ୫ ହଜାର ପେନସନ

ଆଜିର ମହଙ୍ଗା ଦୁନିଆରେ ସମସ୍ତେ ନିଜର ଭବିଷ୍ୟତକୁ ନେଇ ଚିନ୍ତାରେ ରହୁଛନ୍ତି। ଯେ ଏବେଠୁ ଏତେ ଦରଦାମ୍‌ ବଢ଼ିଲାଣି ତ ଆଗକୁ କଣ ହେବ। ଆଗାମୀ ଭବିଷ୍ୟତ କେମିତି ଚାଲିବ? ତେଣୁ ଯଦି ଆପଣଙ୍କୁ ମଧ୍ୟ ନିଜ ବୃଦ୍ଧାବସ୍ଥାକୁ ସିକ୍ୟୁର କରିବାର ଅଛି ତାହେଲେ ଏହି ଖବର ନିଶ୍ଚୟ ପଢ଼ନ୍ତୁ। ଆପଣଙ୍କୁ ଆଜି ଆମେ ଏମିତି ଏକ ସରକାରୀ ଯୋଜନା ବିଷୟରେ କହିବୁ, ଯେଉଁଥିରେ ଆପଣ ନିବେଶ କରି ମାସକୁ ହଜାର ହଜାର ଟଙ୍କା ପେନସନ୍‌ ପାଇପାରିବେ। ଏହି ଯୋଜନା ହେଉଛି ଅଟଳ ପେନସନ୍‌ ଯୋଜନା। ଆପଣ ହୁଏତ ଏହି ନିବେଶ ବିଷୟରେ ଜାଣିଥିବେ କିନ୍ତୁ ଆମେ ଆପଣଙ୍କୁ ଆଜି ଏହାକୁ ନେଇ କିଛି ଖାସ୍‌ ବେନିଫିଟ୍ସ ବିଷୟରେ କହିବାକୁ ଯାଉଛୁ।

ଅଟଳ ପେନସନ୍‌ ଯୋଜନାକୁ ୨୦୧୫ରେ ଆରମ୍ଭ କରାଯାଇଥିଲା। ୧୮ ରୁ ୪୦ ବର୍ଷର କୌଣସି ବି ଭାରତୀୟ ନାଗରିକ ଏହି ଯୋଜାନରେ ଇନଭେଷ୍ଟ କରିପାରିବେ। ଏହି ଯୋଜନାରେ ୬୦ ବର୍ଷ ପରେ ଜମାକର୍ତ୍ତାଙ୍କୁ ପେନସନ୍‌ ମିଳିବା ଆରମ୍ଭ ହୋଇଯାଏ। ଯୋଜନା ଅନ୍ତର୍ଗତ ଆପଣଙ୍କୁ ଅତିକମରେ ଏକ ହଜାର ଟଙ୍କା, ୨ହଜାର ଟଙ୍କା, ୩୦୦୦ ଟଙ୍କା, ୪୦୦୦ ଟଙ୍କା ଏବଂ ଅଧିକତମ ୫,୦୦୦ ଟଙ୍କା ମାସିକ ପେନସନ୍‌ ମିଳିଥାଏ। ଏହା ଏକ ଏମିତି ସରକାରୀ ଯୋଜନା ଯେଉଁଥିରେ ଆପଣଙ୍କ ନିବେଶ ଏକଦମ୍‌ ସୁରକ୍ଷିତ। ଯଦି ଆପଣ ମଧ୍ୟ ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ତାହେଲେ ରେଜିଷ୍ଟ୍ରେସନ୍‌ କରିପାରିବେ। ଏଥିପାଇଁ ଆପଣଙ୍କ ପାଖରେ ସେଭିଙ୍ଗସ୍‌ ଆକାଉଣ୍ଟ, ଆଧାର ନମ୍ବର ଏବଂ ମୋବାଇଲ ନମ୍ବର ରହିବା ଜରୁରୀ।

ସରକାରଙ୍କ ଏହି ଖାସ୍‌ ଯୋଜନାରେ ଆପଣ ଯେତେ ଜଲଦି ନିବେଶ କରିବେ ଆପଣଙ୍କୁ ସେତେ ଅଧିକ ଫାଇଦା ମିଳିବ। ଯଦି କୌଣସି ବ୍ୟକ୍ତି ୧୮ ବର୍ଷ ବୟସରୁ ଅଟଳ ପେନସନ୍‌ ଯୋଜନାରେ ଯୋଡିହେଲେ ତାହେଲେ ସେ ୬୦ ବର୍ଷ ବୟସ ପରେ ପ୍ରତି ମାସ ୫୦୦୦ ଟଙ୍କା ମାସିକ ପେନସନ୍‌ ପାଇପାରିବେ। ଏହି ପାଞ୍ଚ ହଜାର ଆପଣ ସେତେବେଳେ ପାଇବେ ଯେତେବେଳେ ଆପଣ ପ୍ରତି ମାସ ୨୧୦ ଟଙ୍କା ଜମା କରିବେ। ଅର୍ଥାତ୍‌ ଏହି ଯୋଜନାରେ ନିବେଶ କରିବା ପାଇଁ ସମୟର ବି ବିଶେଷ ଧ୍ୟାନ ରଖିବା ଆବଶ୍ୟକ।

ମାସକୁ ମିଳିବ ୫ ହଜାର

  • ଏବେ କଥା ହେବା ଯୋଜନାର ଲାଭ ବିଷୟରେ। ଏହି ଯୋଜନାରେ ଯଦି ଆପଣ ପ୍ରତି ଦିନ ୭ ଟଙ୍କା ଜମା କରୁଛନ୍ତି ତାହେଲେ ପ୍ରତି ମାସ ଆପଣ ୫,୦୦୦ ଟଙ୍କା ପାଇପାରିବେ।
  • ସେହିପରି ଏଥିରେ ଆପଣ ପ୍ରତି ମାସ ୪୨ ଟଙ୍କା ଜମା କରୁଛନ୍ତି ତାହେଲେ ୧୦୦୦ ଟଙ୍କା ମାସିକ ପେନସନ୍‌ ମିଳିବ।
  • ଯଦି ଆପଣ ୨୦୦୦ ଟଙ୍କା ପେନସନ୍‌ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ୮୪ ଟଙ୍କା ନିବେଶ କରିବାକୁ ହେବ।
  • ଯଦି ଆପଣ ୩୦୦୦ ଟଙ୍କା ମାସିକ ପେନସନ୍‌ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ୧୨୬ ଟଙ୍କା ମାସିକ ନିବେଶ କରିବାକୁ ହେବ।
  • ଆଉ ଯଦି ଆପଣ ୪ ହଜାର ଟଙ୍କା ମାସିକ ପେନସନ୍‌ ପାଇବାକୁ ଚାହୁଁଛନ୍ତି ତାହେଲେ ପ୍ରତି ମାସ ୧୬୮ ଟଙ୍କା ଜମା କରିବାକୁ ହେବ।
  • ଏହି ଯୋଜନାର ସବୁଠାରୁ ବଡ ଖାସିୟତ୍‌ ହେଉଛି ଏଥିରେ ମିଳୁଥିବା ଟ୍ୟାକ୍ସ ବେନିଫିଟ୍‌। ଅଟଳ ପେନସନ୍‌ ଯୋଜନାରେ ନିବେଣ କରୁଥିବା ଲୋକଙ୍କୁ ଇନକମ୍‌ ଟ୍ୟାକ୍ସ ଆକ୍ଟ ୮୦ସି ଅନୁଯାୟୀ ଦେଢ଼ ଲକ୍ଷ ଟଙ୍କା
  • ପର୍ଯ୍ୟନ୍ତ ଟ୍ୟାକ୍ସ ବେନିଫିଟ୍‌ ମିଳିଥାଏ। ଏଥିରେ ଟ୍ୟାକ୍ସେବଲ ଇନକମକୁ ହ୍ରାସ କରିଦିଆଯାଏ। ଏହାବ୍ୟତୀତ କିଛି ମାମଲାରେ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତର ଏକ୍ସଟ୍ରା ଟ୍ୟାକ୍ସ ବେନିଫିଟ୍‌ ମିଳିଥାଏ। ଅର୍ଥାତ୍‌ ମୋଟକୁ
  • ମିଶାଇ ଏହିି ଯୋଜନାରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିଡକ୍ସନ୍‌ ମିଳିଥାଏ।

ଆପଣଙ୍କ ମନରେ ନିହାତି ଭାବେ ପ୍ରଶ୍ନ ଆସୁଥିବ ଯଦି କେହି ବ୍ୟକ୍ତିଙ୍କୁ ୬୦ ବର୍ଷ ହେଇନି କିନ୍ତୁ ସେ ମୃତ୍ୟୁବରଣ କଲେ ତାହେଲେ ସେ ନିବେଶ କରିଥିବା ଟଙ୍କା କଣ ହେବ? ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଯଦି ଜମାକର୍ତ୍ତାଙ୍କ ମୃତ୍ୟୁ ୬୦ ବର୍ଷ ପୂର୍ବରୁ ହୋଇଯାଉଛି ତାହେଲେ ତାଙ୍କ ସ୍ତ୍ରୀ/ସ୍ୱାମୀ ଏହି ଯୋଜାନରେ ଟଙ୍କା ଜମା କରି ରଖିପାରିବେ ଏବଂ ୬୦ ବର୍ଷ ପରେ ପ୍ରତି ମାସ ପେନସନ୍‌ ପାଇପାରିବେ। ଏହାବ୍ୟତୀତ ଆଉ ଏକ ବିକଳ୍ପ ମଧ୍ୟ ଅଛି, ସେହି ବ୍ୟକ୍ତିଙ୍କ ପତ୍ନୀ ନିଜର ସ୍ୱାମୀଙ୍କ ମୃତ୍ୟୁ ପରେ ଏକ ନିର୍ଦ୍ଧିଷ୍ଟ ରାଶି ଦାବି କରିପାରିବେ। ଆଉ ଯଦି ସ୍ତ୍ରୀଙ୍କର ବି ମୃତ୍ୟୁ ହୋଇଗଲା ତାହେଲେ ନିବେଶକଙ୍କ ନମିନୀଙ୍କୁ ଏକ ନିର୍ଦ୍ଧିଷ୍ଟ ରାଶି ମିଳିଥାଏ।

Leave A Reply

Your email address will not be published.