ବ୍ୟବସାୟ ଓ ଅର୍ଥନୀତି

ATM Card ଥିଲେ ଆପଣଙ୍କୁ ମିଳିବ ଲକ୍ଷ ଲକ୍ଷ ଟଙ୍କା, ଜାଣନ୍ତୁ କେଉଁ କାର୍ଡରେ ରହିଛି କେତେ ବେନିଫିଟ୍

ଆଜିକାଲି ସବୁ ଲୋକ ଡେବିଟ୍‌ କାର୍ଡ ବ୍ୟବହାର କରୁଛନ୍ତି । ଯଦି ଆପଣ ମଧ୍ୟ ଏଟିଏମ୍‌ କାର୍ଡ ବ୍ୟବହାର କରୁଛନ୍ତି ତାହେଲେ ଆପଣଙ୍କ ପାଇଁ ବଡ ଖୁସି ଖବର। ଯେଉଁ ବି ଗ୍ରାହକ ଏଟିଏମ୍‌ କାର୍ଡର ବ୍ୟବହାର କରୁଛନ୍ତି ସେହି ଲୋକଙ୍କୁ ବ୍ୟାଙ୍କ ତରଫରୁ ମିଳିବ ୫ ଲକ୍ଷ ଟଙ୍କା। ତେବେ ଅନେକ ଲୋକ ଏଟିଏମ କାର୍ଡରେ ମିଳୁଥିବା ସୁବିଧା ସୁଯୋଗ ବିଷୟରେ ଜାଣି ନଥାନ୍ତି । ଆପଣମାନେ ଏଥିରୁ ଲକ୍ଷ ଲକ୍ଷ ଟଙ୍କାର ଫାଇଦା ପାଇ ପାରିବେ । ବ୍ୟାଙ୍କ ପକ୍ଷରୁ ଆପଣଙ୍କୁ ଡେବିଟ୍ / ଏଟିଏମ୍ କାର୍ଡ ମିଳିବା ପରେ ସଙ୍ଗେସଙ୍ଗେ ଗ୍ରାହକଙ୍କୁ ଦୁର୍ଘଟଣା ଓ ମୃତ୍ୟୁ ଜନିତ ବୀମା ପ୍ରଦାନ କରାଯାଇଥାଏ ।

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ୱେବସାଇଟ୍ ମୁତାବକ, ଡେବିଟ୍ କାର୍ଡ ହୋଲ୍ଡରଙ୍କୁ ଅସମୟରେ ମୃତ୍ୟୁ ପାଇଁ ବୀମା ସୁବିଧା ମିଳିଥାଏ । ଏହି ବୀମା କଭର ଅଲଗା ଅଲଗା କାର୍ଡ ପାଇଁ ଭିନ୍ନ ଭିନ୍ନ ହୋଇଥାଏ । ଗ୍ରାହକ ଯଦି ଦୁର୍ଘଟଣା ତାରିଖରୁ ୯୦ ଦିନ ପୂର୍ବରୁ ଥରୁଟିଏ ଯେ କୌଣସି ଏଟିଏମ, ପିଓଏସ, ଇ-କମରେ ନିଜର କାର୍ଡର ବ୍ୟବହାର କରିଥିବେ, ତେବେ ତାଙ୍କୁ ଏହି ବୀମା କଭର ମିଳିପାରିବ ।

ଯଦି ଜଣେ ବ୍ୟକ୍ତି କୌଣସି ସରକାରୀ ବା ବେସରକାରୀ ବ୍ୟାଙ୍କର ଏଟିଏମର ବ୍ୟବହାର ଅତିକମରେ ୪୫ ଦିନଠାରୁ କରୁଥିବେ ତେବେ ସେ ବୀମା ପାଇବାକୁ ହକଦାର ହେବେ । ପ୍ରତ୍ୟେକ ବ୍ୟାଙ୍କ ପାଇଁ ଏହି ସମୟସୀମା ଅଲଗା ରହିଥାଏ । ଏଟିଏମ କାର୍ଡର କ୍ୟାଟେଗୋରୀ ହିସାବରେ ସେଥିରେ ମିଳୁଥିବା ବୀମା ରାଶି ନିର୍ଭର କରିଥାଏ ।

କେଉଁ କାର୍ଡରେ କେତେ ଟଙ୍କା

କ୍ଲାସିକ କାର୍ଡରେ ୧ ଲକ୍ଷ, ପ୍ଲାଟିନମ କାର୍ଡରେ ୨ ଲକ୍ଷ, ସାମାନ୍ୟ ମାଷ୍ଟର କାର୍ଡରେ ୫୦ ହଜାର, ପ୍ଲାଟିନମ ମାଷ୍ଟର କାର୍ଡରେ ୫ ଲକ୍ଷ, ଭିସା କାର୍ଡରେ ୧.୫-୨ ଲକ୍ଷ, ରୁପେ କାର୍ଡରେ ୨ ଲକ୍ଷର ବୀମା କଭର ମିଳିଥାଏ । ଏଥିପାଇଁ ଆପଣ ନୋମିନି ସମ୍ବନ୍ଧିତ ବ୍ୟାଙ୍କକୁ ଯାଇ ଇନ୍ସ୍ୟୁରାନ୍ସ କ୍ଲେମ କରିପାରିବେ ।

Pritiparna

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

10 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

22 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

31 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

35 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago