ବାରମ୍ବାର ଏଟିଏମର ବ୍ଯବହାର କରୁଛନ୍ତି କି, ଅଯଥା ଚାର୍ଜେସରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ : ବର୍ତ୍ତମାନର ସମୟରେ ଏଟିଏମ୍ ନିତ୍ଯାବ୍ଯବହାର୍ଯ୍ଯ ଜିନିଷ ମାନଙ୍କ ମଧ୍ୟରେ ସାମିଲ ହୋଇଛି। ଖାସ କରି ଡ଼ିଜିଟାଲ ଇଣ୍ଡିଆ ପରେ ଏଟିଏମର ଚାହାଦି ଏବଂ ମହତ୍ତ୍ବ ବହୁଳ ଭାବେ ବଢ଼ିଯାଇଛି। ତେବେ କହିବାକୁ ଗଲେ ଏଟିଏମ୍ ଲୋକଙ୍କ ଜୀବନକୁ ସହଜ କରିଛି। ତେବେ ଏଟିଏମ ବ୍ଯବହାର ଅଧିକ ବ୍ଯବହାର କରିବା ଦ୍ବାରା ବ୍ଯାଙ୍କ ଦ୍ବାରା ନିର୍ଦ୍ଧାରିତ କିଛି ଚାର୍ଜ ଦେବାକୁ ପଡ଼ିଥାଏ। ଯାହା ଫଳରେ ଗ୍ରାହକଙ୍କୁ ଅଧିକ ଖର୍ଚ୍ଚାନ୍ତର ସମ୍ନା କରିବାକୁ ପଡ଼ିଥାଏ। କାରଣ ବ୍ଯାଙ୍କ ଗୁଡ଼ିକ କିଛି ସୀମିତ ଥର ଚାର୍ଜସକୁ ମାଗଣା ରଖିଥିବା ବେଳେ ତାହାପରେ ଚାର୍ଜ ଲଗାଇବା ଆରମ୍ଭ କରିଦିଅନ୍ତି। ଆଜି ଆମେ ଆପଣଙ୍କୁ କିପରି ଅତିରିକ୍ତ ଚାର୍ଜସରୁ ନିଜକୁ ବଞ୍ଚାଇବେ ତାହାର ଉପାୟ କହିବାକୁ ଯାଉଛୁ।

ନଗଦ ଟଙ୍କା ନେଇ ରଖନ୍ତୁ ଧ୍ୟାନ

ନିଜ ପାଖରେ ସବୁବେଳେ କିଛି ପରିମାଣର ନଗଦ ଟଙ୍କା ରଖିଥାନ୍ତୁ। କାରଣ କେଉଁ ସମୟରେ ଆପଣଙ୍କୁ ନଗଦ ଟଙ୍କାର ଆବଶ୍ଯକତା ପଡ଼ିପାରେ। ଚେଷ୍ଠା କରନ୍ତୁ ସବୁବେଳେ ଏକା ଥରରେ ଆବଶ୍ଯକୀୟ ନଗଦ ଟଙ୍କା ଏଟିଏମରୁ ବାହାର କରିଦେବେ। ଯାହା ଫଳରେ ଆପଣଙ୍କୁ ବାରମ୍ବାର ଏଟିଏମ୍ ବ୍ଯବହାର କରିବାକୁ ପଡ଼ିବ ନାହିଁ।

atm

ନିଜ ବ୍ଯାଙ୍କ ଏଟିଏମର କରନ୍ତୁ ବ୍ଯବହାର

ସାଧାରଣତଃ ସମସ୍ତ ଗ୍ରାହକ କାର୍ଯ୍ଯବ୍ଯସ୍ତତାରେ ନିଜ ବ୍ଯାଙ୍କ ନହେଲେ ଅନ୍ଯ ବ୍ଯାଙ୍କର ଏଟିଏମରୁ ଟଙ୍କା ଉଠାଇଥାନ୍ତି। ଯାହା ଫଳରେ ଅଧିକ ଚାର୍ଜେସ୍ ଦେବାକୁ ପଡ଼ିଥାଏ। ଏଣୁ ସବୁବେଳେ ନିଜ ଏଟିଏମ୍ କାର୍ଡ଼ ଥିବା ଏଟିଏମ୍ ମେସିନର ବ୍ଯବହାର କରିବାକୁ ଚେଷ୍ଟା କରନ୍ତୁ।

ଏମରଜେନ୍ସି ନଗଦ ଟଙ୍କା ସବୁବେଳେ ରଖନ୍ତୁ

ପ୍ରାୟ ସମସ୍ତେ ସୁରକ୍ଷା ନଜରରେ ଅତ୍ଯଧିକ ନଗଦ ଟଙ୍କା ରଖିବାକୁ ପସନ୍ଦ କରନ୍ତି ନାହିଁ। ତେବେ ଏହି ପରିପେକ୍ଷୀରେ ସବୁବେଳେ କିଛି ପରିମାଣର ନଗଦ ଟଙ୍କା ରଖନ୍ତୁ। ଯାହା ଫଳରେ ଚିକିତ୍ସା ପାଇଁ ଆବଶ୍ଯକ ସମୟରେ ପାଖରେ ନଗଦ ଟଙ୍କା ରହିଥିବ।

ବ୍ଯାଙ୍କରେ ଆକାଉଣ୍ଟ ଖୋଲିବା ପୂର୍ବରୁ ସେଠାରେ ନିଆଯାଉଥିବା ଚାର୍ଜେସ ମାନଙ୍କ ବିଷୟରେ ଜାଣି ରଖନ୍ତୁ। ସବୁବେଳେ ଚେଷ୍ଟା କରନ୍ତୁ ଅନାବଶ୍ଯକୀୟ ଚାର୍ଜେସ କମ ନେଉଥିବା ବ୍ଯାଙ୍କରେ ନିଜର ଆକାଉଣ୍ଟ ଖୋଲିବେ। ଯାହା ଫଳରେ ଅଧିକ ଖର୍ଚ୍ଚାନ୍ତର ସମ୍ନା କରିବାକୁ ପଡ଼ିବ ନାହିଁ।