ଏଟିଏମ୍‌ରୁ ଟଙ୍କା ଉଠାଣ ଉପରେ ଲାଗିପାରେ ଅତିରିକ୍ତ ଚାର୍ଜ, ଖୁବ୍‌ଶୀଘ୍ର ହେବ ଅଫିସିଆଲ ଘୋଷଣା

ଏଟିଏମ୍‌ରୁ ଟଙ୍କା ଉଠାଣ ବେଳେ ଏବେ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିପାରେ। ଏଟିଏମ୍‌ ଅପରେଟର ଆସୋସିଏସନ୍‌ ଏନେଇ ରିଜର୍ଭ ବ୍ୟାଙ୍କକୁ ପତ୍ର ଲେଖିଛନ୍ତି। ଆସୋସିଏସନ୍‌ ତରଫରୁ ପତ୍ରରେ ଅନୁରୋଧ କରାଯାଇଛି ଯେ ଟଙ୍କା ଉଠାଣ ପାଇଁ ଲାଗୁ ହେଉଥିବା ଇଣ୍ଟରଚାର୍ଜ ଫି’କୁ ବଢ଼ାଯାଉ। ତେବେ ଏହି ଅନୁରୋଧକୁ ଆରବିଆଇ ଦ୍ୱାରା ଗଠିତ କମିଟି ମଞ୍ଜୁର କରିପାରେ ବୋଲି ସୂଚନା ମିଳିଛି।

atm withdrawn extra charges

ଏଟିଏମ୍‌ ଅପରେଟର ଆସୋସିଏସନ୍‌ ରିଜର୍ଭ ବ୍ୟାଙ୍କକୁ ଚିଠି ଲେଖି କହିଛନ୍ତି ଯେ ଇଣ୍ଟରଚେଞ୍ଜ ଫି’ କମ୍‌ ହେବା ଦ୍ୱାରା ସେମାନଙ୍କର ପ୍ରବଳ କ୍ଷତି ହୋଇଛି। ନିକଟରେ ରିଜର୍ଭ ବ୍ୟାଙ୍କ ସୁରକ୍ଷା ଉପରେ ଅଧିକ ଧ୍ୟାନ ଦେବା ପାଇଁ ଏଟିଏମ୍‌ ଅପରେଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି କାରଣରୁ ମଧ୍ୟ ସେମାନଙ୍କ ଖର୍ଚ୍ଚ ବୃଦ୍ଧି ପାଇଛି।

Image result for atm withdrawn

 

ଆରବିଆଇର ଗାଇଡଲାଇନ୍‌ ମୁତାବକ ଏଟିଏମ୍‌ ଅପରେଟରଙ୍କୁ ପ୍ରତି ଟ୍ରାନ୍‌ଜାକ୍ସନ୍‌ ଉପରେ ୧୫ ଟଙ୍କାର ଇଣ୍ଟରଚେଞ୍ଜ ଫିସ୍‌ ଭାବେ ମିଳେ। ଆରବିଆଇ ତଥ୍ୟ ମୁତାବକ ବର୍ତ୍ତମାନ ସାରା ଦେଶରେ ୨ ଲକ୍ଷ ୨୭ ହଜାର ଏଟିଏମ୍‌ କାର୍ଯ୍ୟକ୍ଷମ ରହିଛି। ଏଣୁ ଖର୍ଚ୍ଚ ମଧ୍ୟ ବଢ଼ୁଛି।

rbi

ଅପରେଟରଙ୍କ ଦାବିକୁ ଦୃଷ୍ଟିରେ ରଖି ଆରବିଆଇ ଏକ କମିଟି ଗଠନ କରିଛି। କମିଟି ଖୁବ୍‌ଶୀଘ୍ର ଆରବିଆଇକୁ ନିଜ ମତାମତ ଦେବ। ତେବେ ଏହି ଅନୁରୋଧକୁ ଆରବିଆଇ ସବୁଜ ସଙ୍କେତ ଦେଖାଇବ ବୋଲି ଆଶା କରାଯାଉଛି।

ଏହି ନୂଆ ନିୟମ ଲାଗୁ ହେଲେ ସିଧାସଳଖ ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିବ। ଗ୍ରାହକଙ୍କୁ ଟଙ୍କା ଉଠାଣ ଉପରେ ଅଧିକ ଚାର୍ଜ ଲାଗିପାରେ ବୋଲି ଆଶଙ୍କା କରାଯାଉଛି।