ବଢ଼ିଆ ଆଉ ଦମଦାର୍‌ ଫିଚର୍ସ ଥିବା ଏହି ବାଇକ ମାର୍କେଟରେ କରିବ ରାଜ୍‌, ଥରକେ ଚାର୍ଜରେ ଚାଲିବ ୧୦୦ କିମି

ଏବେର ମହଙ୍ଗା ଦୁନିଆରେ ଇଲେକଟ୍ରିକ ବାଇକର ଚାହିଦା ବହୁତ ମାତ୍ରାରେ ବଢ଼ିଚାଲିଛି। ଏତେ ତ ଟୁ ହ୍ଵିଲର ସେଗମେଣ୍ଟର ଅନେକ ଇଲେକଟ୍ରିକ ବାଇକ ମଧ୍ୟ ଲଞ୍ଚ୍‌ ହେଉଛି। ଆଉ ଏହି ବାଇକ ବହୁତ ଷ୍ଟାଇଲିସ ଲୁକ ଏବଂ ଡିଜାଇନ୍‌ ସହିତ ଆସୁଛି। ଆଉ ବହୁତ କମ୍‌ ଖର୍ଚ୍ଚରେ ଏହା ବଢ଼ିଆ ପରଫର୍ମାନ୍ସ ବି ଦେଉଛି। ଯଦି ଆପଣ ମଧ୍ୟ ଏକ ପେଟ୍ରୋଲ ବାଇକ କାରଣରୁ ଇଲେକଟ୍ରିକ ବାଇକ କିଣିବାକୁ ପ୍ଲାନ କରୁଛନ୍ତି ତାହେଲେ ଆମେ ଆପଣଙ୍କୁ ଆଜି କହିବୁ ଏହି ଦମଦାର ଇଲେକଟ୍ରିକ ବାଇକର ପୂରା ଡିଟେଲ ଯାହା ଲମ୍ବା ରେଞ୍ଜ୍‌ ସହିତ ଆକର୍ଷକ ଡିଜାଇନ ମଧ୍ୟ ଦେଉଛି।

ଆମେ ଆପଣଙ୍କୁ କହୁଛୁ Atum 1.0 ର ଇଲେକଟ୍ରିକ ବାଇକ ବିଷୟରେ। ଯାହାକୁ ଲୋକେ ଷ୍ଟାଇଲ ଏବଂ ରେଞ୍ଜ୍‌ ପାଇଁ ଖୁବ୍‌ ପସନ୍ଦ କରୁଛନ୍ତି। ବାଇକର ବ୍ୟାଟେରୀ ପ୍ୟାକ ଏବଂ ପାଓ୍ଵାର ବିଷୟରେ କହିବା ତ କମ୍ପାନୀ ଏଥିରେ 48V, 26Ah କ୍ଷମତା ରଖୁଥିବା ଲିଥିୟମ ଆୟନ ବ୍ୟାଟେରୀ ପ୍ୟାକ ଦେଇଛି। ଏହି ବ୍ୟାଟେରୀ ସହିତ 250Wର ମୋଟରକୁ ଯୋଡା ଯାଇଛି। ଏହି ବ୍ୟାଟେରୀର ଚାର୍ଜିଙ୍ଗକୁ ନେଇ କମ୍ପାନୀ ଦାବି କରିଛି ଯେ ନର୍ମାଲ ଚାର୍ଜରରେ ଚାର୍ଜ କରିବା ଦ୍ୱାରା ଏହି ବ୍ୟାଟେରୀ ୩ ରୁ ୪ ଘଣ୍ଟାରେ ଫୁଲ ଚାର୍ଜ ହୋଇଯିବ।

bikeବାଇକର ଡ୍ରାଇଭିଙ୍ଗ ରେଞ୍ଜ ଠାରୁ ନେଇ କମ୍ପାନୀ ଦାବି କରିଛି ଯେ ଏହି ବାଇକ ଗୋଟେ ଥର ଫୁଲ ଚାର୍ଜ ହେବା ପରେ ୧୦୦ କିଲୋମିଟର ରେଞ୍ଜ୍‌ ଦେଇଥାଏ। ଏହି ରେଞ୍ଜ ସହିତ ୨୫ କିଲୋମିଟର ପ୍ରତି ଘଣ୍ଟାର ଟପ୍‌ ସ୍ପିଡ ମିଳିଥାଏ। ବାଇକର ବ୍ରେକିଙ୍ଗ ସିଷ୍ଟମ ବିଷୟରେ କହିବା ତ କମ୍ପାନୀ ଏହାର ଫ୍ରଣ୍ଟ ହ୍ଵିଊରେ ଡିସ୍କ ବ୍ରେକ ଏବଂ ରିୟର ହ୍ଵିଲରେ ଡ୍ରମ ବ୍ରେକକୁ ଲଗାଇଛି ଯାହା ସହିତ ସ୍ପୋକ ହ୍ଵିଲ ଏବଂ ଟ୍ୟୁବ ଟାୟାରକୁ ଯୋଡା ଯାଇଛି।

ଫିଚର୍ସ ବିଷୟରେ କହିବା ତ କମ୍ପାନୀ ଏଥିରେ ପୁଶ୍‌ ବଟନ ଷ୍ଟାର୍ଟ, ଡିଜିଟାଲ ସ୍ପିଡମିଟର, ଡିଜିଟାଲ ଟ୍ରିପ ମିଟର, ୧୪ ଲିଟରର ଅଣ୍ଡରସିଟ ଷ୍ଟୋରେଜ, ଏଲଇଡି ହେଡ ଲାଇଟ, ଏଲଇଡି ଟେଲ ଲାଇଟ, ଏଲଇଡି ଟର୍ନ ସିଗନାଲ ଲ୍ୟାମ୍ପ ଭଳି ଫିଚର୍ସକୁ ଦେଇଛି।

atummକମ୍ପାନୀ ଏହି ଇଲେକଟ୍ରିକ ବାଇକରେ ଦିଆଯାଇଥିବା ବ୍ୟାଟେରୀ ପ୍ୟାକରେ ୨ ବର୍ଷର ଓ୍ଵାରେଣ୍ଟୀ ମଧ୍ୟ ଦେଉଛି। ଏହାସହିତ ଏଥିରେ ଦିଆଯାଇଥିବା ଆମ୍ପିୟର ଚାର୍ଜର ଉପରେ ୧ ବର୍ଷର ଓ୍ଵାରେଣ୍ଟୀ ଏବଂ ଲାଇଫଟାଇମ ଫ୍ରେମ ଓ୍ଵାରେଣ୍ଟୀ ଦିଆଯାଉଛି। କେବଳ ଏତିକି ନୁହେଁ କମ୍ପାନୀ ଏଥିରେ ଦିଆଯାଇଥିବା ହବ୍‌ ମୋଟର ଉପରେ ମଧ୍ୟ ୧ ବର୍ଷର ଓ୍ଵାରେଣ୍ଟୀ ଦେଉଛି।

କମ୍ପାନୀ ଏହି ଇଲେକଟ୍ରିକ ବାଇକକୁ ୫୪,୯୯୯ ଟଙ୍କାର ପ୍ରାରମ୍ଭିକ ଦାମ ସହ ମାର୍କେଟରେ ଲଞ୍ଚ୍‌ କରିଛି। ଏହି ପ୍ରାରମ୍ଭିକ ଦାମ ହିଁ ଏହି ବାଇକର ଅନ୍‌ ରୋଡ ଦାମ୍‌ ମଧ୍ୟ। ଏହି ବାଇକର ଫିଚର୍ସ ବିଷୟରେ ଶୁଣିବା ପରେ ଯଦି ଆପଣ ଇଲେକଟ୍ରିକ ବାଇକ କିଣିବାକୁ ପ୍ଲାନ କରିଛନ୍ତି ତାହେଲେ ଏହା ନିଶ୍ଚିତ ପସନ୍ଦ ଆସିଥିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.