ଅଡି ଏହାର ଏକଦମ୍ ନୂଆ Audi Q5 Sportback ଏସୟୁଭି ଉପସ୍ଥାପନ କରିଛି । ଏହାର ପୂର୍ବ ମଡେଲ୍ ପରି, ଏହା Q5 ର ଏକ କୁପ୍- SUV ଭ୍ୟାରିଆଣ୍ଟ । ନୂଆ Q5 ସ୍ପୋର୍ଟବ୍ୟାକ୍ ଜବରଦସ୍ତ ଡିଜାଇନ୍, ଡିଟେଲ୍ସ, ଅଧିକ ଫିଚର୍ସ ଏବଂ ମେକାନିକାଲ୍ ଅପଗ୍ରେଡ୍ ପାଇଛି । ଯେଉଁଥିପାଇଁ ଏହା ଖୁବ ସାନଦାର ହୋଇଛି । ଏଥି ସହିତ, ଏହାକୁ ଉଭୟ ପେଟ୍ରୋଲ ଏବଂ ଡିଜେଲ ଇଞ୍ଜିନ ଅପ୍ସନରେ ଅଣାଯାଇଛି । ତେବେ ଆସନ୍ତୁ ଏହାର ଫିଚର୍ସ ବିଷୟରେ ଜାଣିବା ।
Audi Q5 Sportback ଏକ୍ସଟେରିୟର୍:
ନୂଆ Audi Q5 ସ୍ପୋର୍ଟବ୍ୟାକ୍ ସାମ୍ନାରୁ SUV ଭଳି ଦେଖାଯାଉଛି, କିନ୍ତୁ ଏହା ବ୍ୟତୀତ ଏଥିରେ ଅନ୍ୟ କୌଣସି ସମାନତା ନାହିଁ । ଏଥିରେ ଦିଆଯାଇଥିବା ରୁଫ୍ ଏବଂ ରିୟର ସମ୍ପୂର୍ଣ୍ଣ ଅଲଗା । ଏହାର ଏକ ସ୍ପଏଲର୍ ଅଛି ଯାହା ଏହାର କୁପ୍-ଏସୟୁଭି ଲୁକ୍ କମ୍ପ୍ଲିଟ୍ କରେ । ନୂଆ Q5ର ପଛ ଭାଗ OLED ଟେକ୍ନୋଲୋଜି ସହିତ ପୂର୍ଣ୍ଣ ଓସାରର ଟେଲ୍-ଲ୍ୟାମ୍ପ ଏବଂ ଷ୍ଟାଣ୍ଡାର୍ଡ ଏସୟୁଭି ପରି କଣ୍ଟ୍ରାଷ୍ଟିଂ ସିଲଭର ଟ୍ରିମ୍ ସହିତ ଏକ ଡୁଆଲ୍-ଟୋନ୍ ବମ୍ପର ପାଇଥାଏ ।
Audi Q5 Sportback ଇଣ୍ଟେରିୟର୍:
ପୂର୍ବ ମଡେଲ ତୁଳନାରେ ଅଧିକ ଆଡ଼ଭାନ୍ସ ଫିଚର୍ସ ସହିତ ଏହାକୁ ଏକ ସୁନ୍ଦର କ୍ୟାବିନ ଦିଆଯାଇଛି । ଏଥିରେ ତିନୋଟି ଇକ୍ୱିପମେଣ୍ଟ ଲେବଲ ଅଛି, ଯାହା ହେଉଛି ସ୍ପୋର୍ଟ, ଏସ୍ ଲାଇନ୍ ଏବଂ କ୍ୱାଟ୍ରୋ । ଏହାର ହାଇ ଭ୍ୟାରିଆଣ୍ଟର ଏକ ନୂଆ ଡିଜିଟାଲ୍ ଷ୍ଟେଜ୍ ସ୍କ୍ରିନ୍ ଅଛି, ଯେଉଁଥିରେ ୧୧. ୯-ଇଞ୍ଚ୍ ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ୍ ଡିସପ୍ଲେ ଏବଂ ୧୪. ୫-ଇଞ୍ଚ୍ ଇନଫୋଟେନ୍ମେଣ୍ଟ ଟଚ୍ ସ୍କ୍ରିନ୍ ମଧ୍ୟ ଅଛି । ଏହାର ଏକ ବଡ଼ OLED ପ୍ୟାନେଲ୍ ଅଛି । ଏହା ସହିତ, ଷ୍ଟାଣ୍ଡାର୍ଡ ଅଡି Q5 ପରି, ଆଗ ଯାତ୍ରୀଙ୍କ ପାଇଁ ୧୦. ୯-ଇଞ୍ଚ୍ ଟଚ୍ ସ୍କ୍ରିନ୍ ଅପ୍ସନ ମଧ୍ୟ ପ୍ରଦାନ କରାଯାଇଛି ।
Audi Q5 Sportback: ଇଞ୍ଜିନ୍:
ଏହାର ପାୱାର୍ ଟ୍ରେନ୍ ବିଷୟରେ କହିବାକୁ ଗଲେ ଏଥିରେ ଥିବା ଏଣ୍ଟ୍ରି ଲେଭଲ୍ ଇଞ୍ଜିନ୍ ହେଉଛି ୨. ୦-ଲିଟର ୪ ସିଲିଣ୍ଡର ଟର୍ବୋ-ପେଟ୍ରୋଲ ଇଞ୍ଜିନ୍, ଯାହା ୨୦୪ ଏଚପି ପାୱାର ଏବଂ ୩୪୦ Nm ପିକ୍ ଟର୍କ ଜେନେରେଟ କରିଥାଏ । ଏଥିରେ ଫ୍ରଣ୍ଟ-ହ୍ଵିଲ୍ ଡ୍ରାଇଭ୍ କିମ୍ବା AWD ସେଟଅପ୍ ମଧ୍ୟ ଅଛି । Q5 ସ୍ପୋର୍ଟବ୍ୟାକ୍ ରେ ଏକ ୨. ୦ ଲିଟର ୪ ସିଲିଣ୍ଡର ଡିଜେଲ ଇଞ୍ଜିନ୍ ଅପ୍ସନ ମଧ୍ୟ ପ୍ରଦାନ କରାଯାଇଛି । ଏହି ଇଞ୍ଜିନ୍ ୨୦୪ ଏଚପି ପାୱାର ଏବଂ ୪୦୦ Nm ପିକ୍ ଟର୍କ ଜେନେରେଟ କରେ ।
ଏଥିରେ ଫିଟ୍ ହୋଇଥିବା ଉଭୟ ଇଞ୍ଜିନ୍ ୪୮V ମାଇଲଡ୍-ହାଇବ୍ରିଡ୍ ଟେକ୍ନୋଲୋଜି ସହିତ ଆସିଥାଏ, ଯାହା ୧.୭ kWh ବ୍ୟାଟେରୀରୁ ପାୱାର ନେଇଥାଏ ଏବଂ ୨୪ ଏଚପି ପାୱାରରେ ପହଞ୍ଚେ । ନୂତନ SQ5 ସ୍ପୋର୍ଟବ୍ୟାକ୍ କୁପ-ଏସୟୁଭିର ଟପ୍ ଭ୍ୟାରିଏଣ୍ଟ ବର୍ତ୍ତମାନ ଡିଜେଲ ବଦଳରେ ପେଟ୍ରୋଲ ଇଞ୍ଜିନ ସହିତ ଆସିଛି । ଏଥିରେ ଏକ ମାଇଲଡ୍-ହାଇବ୍ରିଡ୍ ୩.୦-ଲିଟର V6 TFSI ପେଟ୍ରୋଲ୍ ଇଞ୍ଜିନ୍ ଅଛି, ଯାହା ୩୬୨ ଏଚପି ପାୱାର ଏବଂ ୫୫୦ Nm ର ପିକ୍ ଟର୍କ ଜେନେରେଟ କରେ ।
ଏହା କ୍ୱାଟ୍ରୋ AWD ସହିତ ଷ୍ଟାଣ୍ଡାର୍ଡ ଭାବରେ ଆସିଥାଏ, ଏକ ୭-ସ୍ପିଡ୍ ଡୁଆଲ୍-କ୍ଲଚ୍ ଅଟୋମେଟିକ ସହିତ ମିଳିତ । ଏବେ ଭାରତରେ ଏହାର ପୂର୍ବ ଜେନେରେସନ Q5 ବିକ୍ରି ହେଉଛି । ଏହାର ପରବର୍ତ୍ତୀ ଜେନେରେସନ Q5 ଏପର୍ଯ୍ୟନ୍ତ ଭାରତରେ ପରିଚିତ ହୋଇନାହିଁ । ଅଡି ଭାରତୀୟ ବଜାରରେ ଛୋଟ Q3 ସ୍ପୋର୍ଟବ୍ୟାକ୍ ବିକ୍ରି କରେ । ବର୍ତ୍ତମାନ ଦେଖିବାକୁ ବାକି ରହିଲା ଅଟୋ ନିର୍ମାତା କମ୍ପାନୀ Audi ର ଏହି ଆଗାମୀ କାର୍ ଲୋକଙ୍କୁ କେତେ ପସନ୍ଦ ଆସୁଛି!