ନୂଆ କାର କିଣିବାର ବଢ଼ିଆ ମଉକା !  Tata ଦେଉଛି ବମ୍ପର ଡିସକାଉଣ୍ଟ, ଏପରି କିଣନ୍ତୁ ଶସ୍ତାରେ

ଯଦି ଆପଣ ଏକ ନୂଆ କାର କିଣିବାକୁ ପ୍ଲାନ କରୁଛନ୍ତି, ତାହେଲେ ଆପଣଙ୍କ ପାଇଁ ବଢ଼ିଆ ମଉକା। ଟାଟା ମୋଟର୍ସ ତାର କାର ଉପରେ ବମ୍ପର ଅଫର ଦେଉଛି। ଅଗଷ୍ଟରେ ଟାଟାର ଗାଡି ଗୁଡିକୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଶସ୍ତାରେ କିଣିପାରିବେ। ଟାଟା ମୋଟର୍ସର ଏହି ଅଫର କମ୍ପାନୀର Tiago, Tigor, Harrier ଏବଂ Safari ଭଳି ମଡେଲ୍ସରେ ଉପଲବ୍ଧ ରହିଛି। ତେବେ ସବୁଠୁ ବଡ କଥା ହେଉଛି ଏହି ଅଫରର ଫାଇଦା କେବଳ ୩୧ ଅଗଷ୍ଟ, ୨୦୨୨ ପର୍ଯ୍ୟନ୍ତ ହିଁ ରହିଛି। ତେବେ ଆସନ୍ତୁ ଆଉ ଡେରି ନକରି ଜାଣିବା କେଉଁ ମଡେଲ ଉପରେ କେତେ ଟଙ୍କା ରିହାତି ମିଳିବ।

ଟାଟା ସଫାରୀ

ସବୁଠାରୁ ଅଧିକ ରିହାତି ଟାଟା ସଫାରୀରେ ହିଁ ମିଳୁଛି। କମ୍ପାନୀ ସଫାରୀ ଏସୟୁଭିରେ ଅଗଷ୍ଟରେ ମ୍ୟାକ୍ସିମମ୍‌ ୪୦,୦୦୦ ଟଙ୍କାର ଏକ୍ସଚେଞ୍ଜ ଡିସକାଉଣ୍ଟ ଅଫର କରୁଛି। ଏହି ୬/୭ ସିଟର ଏହି କାରର ଦାମ୍‌ ୧୫.୩୫ ଲକ୍ଷ ଟଙ୍କାରୁ ୨୩.୫୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି।

ଟାଟା ହାରିୟର

ଟାଟା ହ୍ୟାରିୟରର ସମସ୍ତ ଭ୍ୟାରିୟଣ୍ଟରେ ୪୦,୦୦୦ ଟଙ୍କାର ଏକ୍ସଚେଞ୍ଜ ଡିସକାଉଣ୍ଟ ମିଳୁଛି। ଏହାବ୍ୟତୀତ ଗ୍ରାହକ ୫,୦୦୦ ଟଙ୍କାର କର୍ପୋରେଟ ଡିସକାଉଣ୍ଟ ମଧ୍ୟ ପାଇପାରିବେ। ଟାଟା ହ୍ୟାରିୟର ଏକ ୫ ସିଟର ଏସୟୁଭି। ଯାହାର ଦାମ୍‌ ୧୪.୭୦ ଲକ୍ଷ ଟଙ୍କାରୁ ୨୧.୯୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇଥାଏ।

ଟାଟା ଟିଆଗୋ

କମ୍ପାନୀ ଟାଟା ଟିଆଗୋ ହ୍ୟାଚବ୍ୟାକର XE, XM ଏବଂ XT ଭ୍ୟାରିୟଣ୍ଟ ଉପରେ ୧୦,୦୦୦ ଟଙ୍କାର ଏକ୍ସଚେଞ୍ଜ ଡିସକାଉଣ୍ଟ ମିଳୁଛି। XZ ଏବଂ ଏହାର ଉପର ଭ୍ୟାରିୟଣ୍ଟରେ ମୋଟ୍‌ ୨୦,୦୦୦ ଟଙ୍କାର ଡିସକାଉଣ୍ଟ ରହିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଡିସକାଉଣ୍ଟର ଫାଇଦା ସିଏନଜି ଭ୍ୟାରିୟଣ୍ଟ ଉପରେ ନାହିଁ।

ଟାଟା ଟିଗୋର

ଏହା ହେଉଛି କମ୍ପାନୀର ଏକ ଶସ୍ତା ସେଡାନ କାର। ଏହାର  XE ଏବଂ XM ଭ୍ୟାରିୟଣ୍ଟ ଉପରେ ୧୦,୦୦୦ ଟଙ୍କାର ଏକ୍ସଚେଞ୍ଜ ଡିସକାଉଣ୍ଟ ମିଳୁଛି। ଏହାର XZ  ଉପରେ ଭ୍ୟାରିୟଣ୍ଟ ଉପରେ ମୋଟ ୨୦,୦୦୦ ଟଙ୍କାର ରିହାତି ମିଳୁଛି। କମ୍ପାନୀ ୩,୦୦୦ ଟଙ୍କାର କର୍ପୋରେଟ ମଧ୍ୟ ଅଫର କରୁଛି।

ଟାଟା ନେକ୍ସନ

ଏହା ଦେଶର ସବୁଠାରୁ ଅଧିକ ବିକ୍ରି ହେଉଥିବା ଏସୟୁଭି। ଏହାର ପେଟ୍ରୋଲ ଭର୍ସନରେ ୩,୦୦୦ ଟଙ୍କା ଏବଂ ଡିଜେଲ ଭର୍ସନରେ ୫,୦୦୦ ଟଙ୍କା ପର୍ଯ୍ୟନ୍ତର ଡିସକାଉଣ୍ଟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.