Hero ଲଞ୍ଚ କରିଛି ଷ୍ଟାଇଲିସ୍ ଏବଂ ପାୱାରଫୁଲ୍ ବାଇକ୍, ରହିଛି ମର୍ଡନ ଫିଚର୍ସ ସହ ପାୱାରଫୁଲ୍ ଇଞ୍ଜିନ୍

ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋ ୨୦୨୫ ର ଗତ କାଲି ଅର୍ଥାତ୍ ଜାନୁଆରୀ ୧୭ ରେ ଅନେକ ଦମଦାର୍ କାର୍ ଏବଂ ବାଇକ୍ ଲଞ୍ଚ କରାଯାଇଛି । ଏହି ଇଭେଣ୍ଟରେ Hero MotoCorp ନିଜର ନୂଆ ସ୍ପୋଟ୍ସ ବାଇକ୍ Hero Xtreme 250R କୁ ଲଞ୍ଚ କରିଛି । ଏହି ବାଇକକୁ କମ୍ପାନୀ ଏକ୍ସ-ସୋରୁମ୍ ପ୍ରାଇସ୍ ମୂଲ୍ୟରେ ୧ ଲକ୍ଷ ୮୦ ହଜାର ଟଙ୍କାରେ ଲଞ୍ଚ କରିଛି ।

Hero Xtreme 250R ର ଡିଜାଇନ୍ ବହୁତ ଆଟ୍ରାକ୍ଟିଭ୍ ଏବଂ ସ୍ପୋର୍ଟି ହୋଇଛି, ଯେଉଁଥିରେ ଲୋ-ସ୍ଲିଙ୍ଗ ହେଡଲାଇଟ୍ସ ଏବଂ ସାର୍ପ ଫ୍ୟୁଲ୍ ଟ୍ୟାଙ୍କ୍ ଏହାକୁ ଗୁଡ୍ ଲୁକ୍ ଦେଇଥାଏ । ଏହାର ଅପ୍ସପେଟ୍ ଟେଲ୍ ସେକ୍ସନ୍ ଏବଂ ଆଥେଲିଟିକ୍ ଷ୍ଟେନ୍ସ ରାଇଡର୍ସଙ୍କୁ ଆକର୍ଷିତ କରିଥାଏ ।

ଏହା ବ୍ଲାକ୍ ଏବଂ ରେଡ୍ କଲରରେ ପ୍ରଦର୍ଶିତ ହୋଇଛି, କିନ୍ତୁ ଲଞ୍ଚ ସମୟରେ ଆହୁରି ଅଧିକ କଲର ଅପ୍ସନ୍ ଉପଲବ୍ଧ ହୋଇପାରେ । ଏଥିରେ ବ୍ରେକିଂର ସୁବିଧା ଉଭୟ ସାଇଡରେ ByBre କଲିପର ସହିତ ସିଙ୍ଗଲ ପେଟଲ-ଟାଇପ୍ ଡିସ୍କ ଦ୍ବାରା ଦିଆଯାଇଛି ।

ପରଫରମାନ୍ସ ଏବଂ ଇଞ୍ଜିନ୍ :

Hero Xtreme 250R ବାଇକରେ ୨୫୦cc ର ଲିକ୍ୟୁଡ୍-କୁଲ୍ଡ, DOHC, ୪-ଭଲଭ୍ ଇଞ୍ଜିନ୍ ରହିଛି । Hero Xtreme 250R ଇଞ୍ଜିନ୍ ୩୦ bhp ର ପାୱାର ଏବଂ ୨୫ Nm ର ଟର୍କ ତଜନେରେଟ କରିବାରେ ସକ୍ଷମ ହୋଇଥାଏ । ଏହା ୬-ସ୍ପିଡ୍ ଗିୟରବକ୍ସ ସହିତ ଆସିଥାଏ, ଯାହାକି ଘଣ୍ଟା ପ୍ରତି ୦-୬୦ କିଲୋମିଟରରୁ ମାତ୍ର ୩.୨୫ ସେକେଣ୍ଡରେ ଧରିପାରେ ।

Hero Xtreme 250R ବାଇକରେ ୪୩ mm ଅପସାଇଡ୍-ଡାଉନ୍ ଫର୍କ ଏବଂ ରିୟରରେ ପ୍ରିଲୋଡେଡ୍- ଆଡଜଷ୍ଟେବଲ୍ ମନୋସକ୍ ସସ୍ପେନ୍ସନ୍ ରହିଛି । ଅଧିକ ସେଫ୍ଟି ପାଇଁ ଏଥିରେ ଡୁଆଲ୍-ଚ୍ୟାନେଲ୍ ABS ଏବଂ ୧୭-ଇଞ୍ଚ ଆଲଏ ହୁଇଳ୍ ଦିଆଯାଇଛି ।

Hero Xtreme 250R ର ଡିଜାଇନ୍ :

Hero Xtreme 250R, Bajaj Pulsar N250 and Suzuki Gixxer 250 କୁ ସିଧାସଳଖ ଭାବରେ ଟକ୍କର ଦେବ । ଏହାର ପ୍ରାଇସ୍ ଏବଂ ଫିଚର୍ସ ଏହି ସେଗମେଣ୍ଟରେ ବାଇକକୁ ଏକ ପାୱାରଫୁଲ୍ ଟକ୍କର କରିଥାଏ । Hero Xtreme 250R ର ଡିଜାଇନ୍ ଏବଂ ମର୍ଡନ ଫିଚର୍ସ ବାଇକ୍ ଲଭର୍ସଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।