ଲଞ୍ଚ ହେଲା ଦମଦାର ଇଲେକ୍ଟ୍ରିକ୍‌ ରିକ୍ସା, ଫିଚର୍ସ ଜାଣିଲେ ହେବେ ଆଶ୍ଚର୍ଯ୍ୟ

୨ ଲକ୍ଷ ଟଙ୍କାରେ ଲଞ୍ଚ ହୋଇଛି eblu Cety ଇଲେକ୍ଟ୍ରିକ୍‌ ରିକ୍ସା । ଏହି ଇ-ରିକ୍ସାକୁ ଲୋକମାନେ ବହୁତ ପସନ୍ଦ କରିବା ସହ ଭଲ ରିଭ୍ୟୁ ମଧ୍ୟ ଦେଉଛନ୍ତି । ଏହା ସହ ୧୦୦ରୁ ଅଧିକ ଲୋକ ଏଥିପାଇଁ ପ୍ରି ବୁକିଂ ମଧ୍ୟ କରିଛନ୍ତି । ଗୋଟିଏ ଥର ଚାର୍ଜ କଲେ ଏହି ଇ-ରିକ୍ସା ୯୫ କିଲୋମିଟର ପର୍ଯ୍ୟନ୍ତ ଚାଲିଥାଏ ଏବଂ ଏହାର ସର୍ବୋଚ୍ଚ ବେଗ ଘଣ୍ଟା ପ୍ରତି ୩୫ କିଲୋମିଟର । ଭାରତରେ ଗୋଦାବରୀ ଇଲେକ୍ଟ୍ରିକ୍‌ ମୋଟର୍ସର ସମସ୍ତ ଶୋରୁମ୍‌ରେ ଏହି ଇ-ରିକ୍ସା ଉପଲବ୍ଧ ହେବ ।

ଡିଜାଇନ୍‌ ଏବଂ ସାଇଜ୍‌:
Eblu Cety ଇ-ରିକ୍ସାର ଲମ୍ବ ୨୭୯୫ ମିମି, ମୋଟେଇ ୯୯୩ ମିମି ଏବଂ ଏହାର ଉଚ୍ଚତା ୧୭୮୨ ମିମି ରହିଛି । ଏଥି ସହ ଏହାର ହ୍ଵିଲ ବେସ୍‌ ୨୧୭୦ ମିମି ଏବଂ ଗ୍ରାଉଣ୍ଡ କ୍ଲିୟରାନ୍ସ ହେଉଛି ୨୪୦ ମିମି । ଏହାର ଡିଜାଇନ୍‌ ଏକ ଅଟୋ ସହିତ ସମାନ । ଯାହାଦ୍ୱାରା ଡ୍ରାଇଭରକୁ ଟ୍ରାଫିକ୍‌ ଭଲ ଭାବରେ ଦେଖାଯାଇଥାଏ ।

ପାଓ୍ଵାର ଏବଂପରଫରମାନ୍ସ:
ଏହି ଇ-ରିକ୍ସାରେ 51.2V ଭୋଲଟେଜ୍‌ ଏବଂ 100Ah କ୍ଷମତା ବିଶିଷ୍ଟ ଲିଥିୟମ୍‌-ଆୟନ୍‌ ବ୍ୟାଟେରୀ ଅଛି । ଏହା 1.6 କିଲୋଓ୍ଵାଟ୍‌ର ପିକ୍‌ ପାଓ୍ଵାର ଏବଂ 20Nmର ପିକ୍‌ ଟର୍କ ଜେନେରେଟ କରେ । ଏହା ସହ ଏଥିରେ ଗ୍ରେଡବିଲିଟି ଏବଂ ରିଜେନେରେଟିବ୍‌ ବ୍ରେକିଂ ସିଷ୍ଟମ ଭଳି ଫିଚର୍ସ ଅଛି । ଯାହା ଏହାକୁ ସହରରେ ଯାତାୟାତ ପାଇଁ ଉପଯୁକ୍ତ କରିଥାଏ ।

ଫିଚର୍ସ:
Eblu Cetyରେ ଅନେକ ଫିଚର୍ସ ସାମିଲ ଅଛି । ଏଥିରେ ଏକ ଅଟୋମେଟିକ୍‌ ୱାଇପର୍‌ ଅଛି, ଯାହା ସ୍କ୍ରିନକୁ ବର୍ଷା କିମ୍ବା ଧୂଳିରୁ ସଫା ରଖେ । ଏହା ସହ ଯାତ୍ରୀମାନଙ୍କ ସୁବିଧା ବଢ଼ାଇଥାଏ । ଏହା ବ୍ୟତୀତ ଏହାର ଫରଓ୍ଵାଡ୍‌ ଏବଂ ରିଭର୍ସ ମୋଡ୍‌, ଆରାମଦାୟକ ସିଟ୍‌ ଏବଂ ଏକ ଦମଦାର ନାଭିଗେସନ୍‌ ସିଷ୍ଟମ୍‌ ଅଛି । ଏହାର 3.75×12 ଇଞ୍ଚ, 4PR ଟାୟାରଗୁଡିକ ରାସ୍ତାରେ ଉନ୍ନତ ସ୍ଥିରତା ଏବଂ ଟ୍ରାକ୍ସନ୍‌ ପ୍ରଦାନ କରିଥାଏ । Eblu Cety ୧୨ ମାସ କିମ୍ବା ୨୦,୦୦୦ କିଲୋମିଟର ଓ୍ଵାରେଣ୍ଟି ସହିତ ଆସିଥିବାବେଳେ ଏହାର ବ୍ୟାଟେରୀର ୩ ବର୍ଷ ଏବଂ ୮୦,୦୦୦ କିଲୋମିଟର ଓ୍ଵାରେଣ୍ଟି ରହିଛି । ଗୋଦାବରୀ ଇଲେକ୍ଟ୍ରିକ୍‌ ମୋଟର୍ସର ନିର୍ଦ୍ଦେଶକ ତଥା CEO ହାଇଦର ଖାନ୍‌ କହଛନ୍ତି ଯେ, ତାଙ୍କ କମ୍ପାନୀ ଇଲେକ୍ଟ୍ରିରେ ଚାଲୁଥିବା ଗାଡିଗୁଡିକୁ ଉନ୍ନତ କରିବାକୁ ଚେଷ୍ଟା କରୁଛି । ଏହା ପଛରେ ସେମାନଙ୍କର ଉଦ୍ଦେଶ୍ୟ ହେଉଛି ସମସ୍ତେ ସହଜରେ ଏବଂ ପ୍ରଦୂଷଣ ବିନା ଗାଡି ଚଲାଇପାରିବେ । Eblu Cety ଏହି ପ୍ରୟାସର ଏକ ଗୁରତ୍ୱପୂର୍ଣ୍ଣ ଅଂଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like