OLA ଏବଂ Bajaj କୁ ଟକ୍କର ଦେବାକୁ ଆସିଲା ‘Baaz’, କମ୍‌ ଦାମରେ ମିଳୁଛି ବଢିଆ ଫିଚର୍ସ

ପେଟ୍ରୋଲ ଓ ଡିଜେଲ ଦାମ୍‌ ବଢୁଥିବା ଦେଖି ଇଲେକ୍ଟ୍ରିକ୍ ଗାଡ଼ି (ଇଭି)ର ଚାହିଦା ଭାରତରେ ବଢ଼ି ବଢ଼ି ଚାଲିଛି। ଇଲେକ୍ଟ୍ରିକ କାର ହେଉ ଅବା ସ୍କୁଟର ଲୋକଙ୍କ ମଧ୍ୟରେ ଇଭିର ଚାହିଦା ଦେଖି ନାମୀଦାମୀ କମ୍ପାନୀ ତାଙ୍କର ଆକର୍ଷକ ମଡେଲ ଲଞ୍ଚ କରୁଛନ୍ତି। କିନ୍ତୁ ଓଲା ଏବଂ ବଜାଜଙ୍କୁ ଟକ୍କର ଦେବା ପାଇଁ ନୂଆ ଏକ ସ୍କୁଟର କମ୍ପାନୀ ବଜାରକୁ ଆସିଛି। ନୂଆ ସ୍କୁଟର Baaz ର ଏଣ୍ଟ୍ରି ହୋଇଯାଇଛି। ଏହି ଗାଡିରଫିଚର ଏବଂ ଦାମ୍‌ ଗ୍ରାହକଙ୍କୁ ଆକର୍ଷଣ କରୁଛି।

ଆଇଆଇଟି ଦିଲ୍ଲୀସ୍ଥିତ ଇଲେକ୍ଟ୍ରିକ ମୋବିଲିଟି ଷ୍ଟାର୍ଟଅପ Baaz Bikes ଇଭି ମାର୍କେଟରେ ଦମଦାର ଏଣ୍ଟ୍ରି କରିଛି। କମ୍ପାନୀ ଏହାର ନୂଆ ଇଲେକ୍ଟ୍ରିକ ସ୍କୁଟର Baaz ଲଞ୍ଚ କରିଛି। ଏହି ସ୍କୁଟରରେ ବ୍ୟାଟେରୀ ସ୍ୱାପିଂ ସୁବିଧା ଦିଆଯାଇଛି। ଏହାର ସ୍ୱାପିଂ ପ୍ଲାଟଫର୍ମରେ ୯ଟି ବ୍ୟାଟେରୀ ଫିକ୍ସ କରାଯାଇପାରେ। କମ୍ପାନୀ ଅନୁସାରେ ଏହି ଗାଡ଼ିର ବ୍ୟାଟେରୀକୁ ମାତ୍ର ୯୦ ସେକେଣ୍ଡରେ ବଦଳା ଯାଇପାରେ। ତେବେ ବ୍ୟାଟେରୀ ସ୍ୱାପିଂ ଷ୍ଟେସନରୁ ବ୍ୟାଟେରୀ ପରିବର୍ତ୍ତନ କରିବା ପରେ ୟୁଜର ଏହାକୁ ନନ୍‌ ଷ୍ଟପ୍‌ ସଫରର ମଜା ନେଇପାରିବେ।

କମ୍ପାନୀ କହିବାନୁସାରେ, ବ୍ୟାଟେରୀ ସ୍ୱାପିଂ ଷ୍ଟେସନ ଅଲଗା ପାଣିପାଗ ଅନୁସାରେ ଡିଜାଇନ କରାଯାଇଛି। ବର୍ଷା ଓ ଧୂଳି ଲାଗି ଏହାକୁ ଅଲ ୱେଦର ଆଇପି ୬୫ ରେଟିଂ ଦିଆଯାଇଛି। ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଯାଇପାରିବେ। ଏହାର ବ୍ୟାଟେରୀ ଆଲୁମିନିୟମ କେସିଙ୍ଗରେ ଫିଟ୍‌ ଲିଥିୟମ-ଆୟନ ସେଲ୍‌ ରହିଛି। ଏହା ଓ୍ଵାଟରପ୍ରୁଫ ରହିଛି। ଏହି ସ୍କୁଟରର ମୂଲ୍ୟ ମାତ୍ର ୩୫ ହଜାର ଟଙ୍କା ରଖାଯାଇଛି। ତେବେ ଏହା ସିଙ୍ଗଲ ଚାର୍ଜରେ କେତେ କିମି ବାଟ ଯାଇପାରିବ ତାହା ଏପର୍ଯ୍ୟନ୍ତ ଖୁଲାସା କରାଯାଇନାହିଁ। Baaz Bikesର ଏହି ଇଲେକ୍ଟ୍ରିକ ସ୍କୁଟର ବିଲକୁଲ କି-ଲେସ୍। ଏହାର ରେଜିଷ୍ଟ୍ରେସନର ଆବଶ୍ୟକତା ନାହିଁ କି ଏହି ଗାଡି ଚଳାଇବା ପାଇଁ ଡ୍ରାଇଭିଂ ଲାଇସେନସର ମଧ୍ୟ ଆବଶ୍ୟକତା ନାହିଁ।

You might also like