ବାବା ରାମଦେବଙ୍କ ଠାରୁ କମ୍‌ ନୁହଁନ୍ତି ଆଚାର୍ଯ୍ୟ ବାଳକୃଷ୍ଣ, ଆରବପତିଙ୍କ ତାଲିକାରେ ସାମିଲ୍‌

ବାବା ରାମଦେବ ଓ ତାଙ୍କ ସହଯୋଗୀ ଆଚାର୍ଯ୍ୟା ବାଲକୃଷ୍ଣ ଦେଶର ଆରବପତିଙ୍କ ତାଲିକାରେ ରହିଛନ୍ତି । ବହୁତ କମ୍‌ ଲୋକ ଜାଣିଥିବେ ଯେ ପତଞ୍ଜଳିର ଶ୍ରେୟ ବାବା ରାମଦେଙ୍କୁ ଯାଉଥିଲେ ମଧ୍ୟ ଏଥିରେ ଆଚାର୍ଯ୍ୟ ବାଲକୃଷ୍ଣଙ୍କର ୯୮.୫ ପ୍ରତିଶତ ସେୟାର ରହିଛି । ଆଚାର୍ଯ୍ୟ ବାଲକୃଷ୍ଣଙ୍କର ଖାତିର ବାବା ରାମଦେବଙ୍କ ଠାରୁ କୈାଣସି ଗୁଣରେ କମ୍‌ ନୁହେଁ । କମ୍ପାନୀର ବରିଷ୍ଠତା କ୍ରମରେ ବାଲ୍‌କୃଷ୍ଣଙ୍କର ନାମ ବାବା ରାମଦେବଙ୍କ ପରେ ୨ୟ ନମ୍ବରରେ ଆସୁଛି । ପତଞ୍ଜଳି ଆୟୁର୍ବେଦର କାର୍ଯ୍ୟପ୍ରଣାଳୀ ପ୍ରସ୍ତୁତ କରିବା ଓ ହର୍ବାଲ ପ୍ରଡକ୍ଟସ୍‌ ବିଭାଗକୁ ସମ୍ଭାଳିବାରେ ବାଲ୍‌କୃଷ୍ଣଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ।

baba ramdev.jpg-2

ଗୁରୁକୁଳରେ ହୋଇଥିଲା ବାବା ରାମଦେବଙ୍କ ସହ ସାକ୍ଷାତ :

ସୂଚନାନୁଯାୟୀ, ଆଚାର୍ଯ୍ୟ ବାଳକୃଷ୍ଣଙ୍କର ଜନ୍ମ ହରିଦ୍ୱାରର ଏକ ନେପାଳୀ ପରିବାରରେ ହୋଇଛି । ତାଙ୍କର ପିଲାଦିନ ବି ନେପାଳରେ କଟିଛି । ଭାରତ ଫେରିବା ପରେ ଆଚାର୍ଯ୍ୟ ବାଲ୍‌କୃଷ୍ଣଙ୍କର ହରିୟାଣାର ଖାନ୍‌ପୁର ଗୁରୁକୁଳରେ ବାବା ରାମଦେବଙ୍କ ସହ ସାକ୍ଷାତ ହୋଇଥିଲା । ସେଠାରେ ଉଭୟଙ୍କର ବନ୍ଧୁତା ହୋଇଥିଲା । ତା’ପରେ ୨୦୦୬ ମସିହାରେ ବାଲ୍‌କୃଷ୍ଣ ବାବା ରାମଦେବଙ୍କ ସହ ମିଶି ପତଞ୍ଜଳି ଆୟୁର୍ବେଦର ସ୍ଥାପନ କରିଥିଲେ । ଆଜି ଏହି କମ୍ପାନୀ ର ବାର୍ଷିକ ଟର୍ଣ୍ଣଓଭର ୧୦ ହଜାର କୋଟି ଟଙ୍କା ହେବ ।

ପତଞ୍ଜଳି ଆୟୁର୍ବେଦର ସିଇଓ ଆଚାର୍ଯ୍ୟା ବାଲ୍‌କୃଷ୍ଣଙ୍କର ନାମ ଦେଶର ଧନୀକ ତାଲିକାରେ ୧୮ ନମ୍ବର ସ୍ଥାନରେ ରହିଛି । ହୁରନ୍‌ ଇଣ୍ଡିଆ ରିଚ୍‌ ଲିଷ୍ଟ ଅନୁଯାୟୀ, ଆଚାର୍ଯ୍ୟା ବାଲ୍‌କୃଷ୍ଣଙ୍କର ସମ୍ପତ୍ତି ୪୬,୮୦୦ କୋଟି ଟଙ୍କାର ବୋଲି ଜଣାପଡ଼ିଛି । ତେବେ ୨୦୧୯ ତାଲିକା ଅନୁଯାୟୀ ଆଚାର୍ଯ୍ୟାଙ୍କ ତାଲିକାରେ କୈାଣସି ପରିବର୍ତ୍ତନ ହୋଇନାହିଁ । ସେ ଏବେ ବି ସେହି ୧୮ ନମ୍ବର ତାଲିକାରେ ରହିଛନ୍ତି ।

baba ramdev

ରେଞ୍ଜ୍‌ ରୋଭରରେ ଯାଆନ୍ତି ଆଚାର୍ଯ୍ୟ ବାଲ୍‌କୃଷ୍ଣ :

ଆଚାର୍ଯ୍ୟ ଆରବପତି ହେଲେ ମଧ୍ୟ ସୈାଖିନ ଜୀବନରୁ ନିଜକୁ ଦୂରେଇ ରଖନ୍ତି । ହେଲେ ସେ ଏପରି ଦୁଇଟି ଜିନିଷ ବ୍ୟବହାର କରନ୍ତି ଯାହା ଦୁନିଆର ଟପ୍‌ ଲୋକ ହିଁ ବ୍ୟବହାର କରନ୍ତି । ସେ ଦୁଇଟି ଜିନିଷ ମଧ୍ୟରେ ଅଛି ରେଞ୍ଜ୍‌ ରୋଭର କାର୍‌ ଓ ଆଇ ଫୋନ୍‌ ।
ଆଚାର୍ଯ୍ୟ ବାଲ୍‌କୃଷ୍ଣ ପତଞ୍ଜଳି ଦ୍ୱାରା ସ୍ଥାପିତ ପତଞ୍ଜଳି ୟୁନିଭରସିଟି ର କୁଳପତି ଅଟନ୍ତି : ବାଲ୍‌କୃଷ୍ଣ ବାରଣାସୀ ସଂସ୍କୃତ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଛନ୍ତି । ଆଚାର୍ଯ୍ୟ ବାଲ୍‌କୃଷ୍ଣ ପତଞ୍ଜଳି ଦ୍ୱାରା ସ୍ଥାପିତ ପତଞ୍ଜଳି ୟୁନିଭରସିଟି ର କୁଳପତି ମଧ୍ୟ ଅଟନ୍ତି । ତାଙ୍କର କୈାଣସି ପ୍ରଫେସନାଲ୍‌ ଡିଗ୍ରୀ ମଧ୍ୟ ନାହିଁ । ହେଲେ ସେ ଦେଶର ସବୁଠୁ ଧନୀ ସିଇଓଙ୍କ ମଧ୍ୟରୁ ଜଣେ ।