Jio ୟୁଜର୍ସଙ୍କ ପାଇଁ ନିରାଶାଜନକ ଖବର! କମ୍ପାନୀ ହଠାତ୍‌ ବନ୍ଦ କରିଦେଲା ନିଜର ଦୁଇଟି ଶସ୍ତା ପ୍ଲାନ୍‌, ଜାଣନ୍ତୁ କ’ଣ

Reliance Jio ୟୁଜର୍ସଙ୍କ ପାଇଁ ନିରାଶ କଲା ଭଳି ଏକ ଖବର ରହିଛି। ଆଜି ଗଣେଶ ଚତୁର୍ଥୀ ଅବସରରେ କମ୍ପାନୀ ସବୁଠାରୁ ଶସ୍ତା 4G ସ୍ମାର୍ଟଫୋନ JioPhone Next ସେଲ୍‌ ପାଇଁ ନେଇକି ଆସିବାର ଥିଲା। କିନ୍ତୁ ଏହି ସେଲକୁ ବର୍ତ୍ତମାନ ପାଇଁ ଟାଳି ଦିଆଯାଇଛି। ସେପଟେ ୟୁଜର୍ସଙ୍କ ପାଇଁ ଆଉ ଏକ ନିରାଶଜନକ ଖବର ରହିଛି କି, Jio ନିଜର ଦୁଇଟି ଶସ୍ତା ପ୍ରିପେଡ୍‌ ପ୍ଲାନ୍‌କୁ ଏବେ ବନ୍ଦ କରି ଦେଇଛି। ଏହି ପ୍ଲାନ୍‌ର ଦାମ୍‌ ୩୯ ଟଙ୍କା ଏବଂ ୬୯ ଟଙ୍କା। ଏହି ଦୁଇଟି ଯାକ ହିଁ JioPhoneର ପ୍ରିପେଡ୍‌ ପ୍ଲାନ। ତେବେ କମ୍ପାନୀ ବର୍ତ୍ତମାନ ଏ ନେଇ କୌଣସି ଅଫିସିଆଲ ଘୋଷଣା କରିନାହିଁ। କିନ୍ତୁ Jioର େଓ୍ଵବସାଇଟରେ ଏହି ଦୁଇଟି ଯାକ ପ୍ଲାନ୍‌ ଲିଷ୍ଟେଡ୍‌ ନାହିଁ। କହି ରଖୁଛୁ, ଏଥି ପୂର୍ବରୁ କମ୍ପାନୀ Buy 1 Get 1 Free ଅଫରକୁ ବି ବନ୍ଦ କରି ଦେଇଥିଲା।

୩୯ ଟଙ୍କା ବାଲା ପ୍ଲାନ୍‌

JioPhoneର ୩୯ ଟଙ୍କା ବାଲା ପ୍ଲାନ୍‌ ସବୁଠାରୁ ଛୋଟ ଏବଂ ଶସ୍ତା ପ୍ଲାନ୍‌, ଯାହାକି ୧୪ ଦିନର ବୈଧତା ସହିତ ଆସିଥାଏ। ଏଥିରେ ୟୁଜର୍ସଙ୍କୁ ଦୈନିକ 100MB ଡାଟାର ସୁବିଧା ମିଳିଥାଏ। ଏହାଛଡ଼ା ୟୁଜର୍ସ କୌଣସି ବି ନେଟ୍‌ଓ୍ଵାର୍କରେ ଅନଲିମିଟେଡ୍‌ କଲିଙ୍ଗ୍‌ର ଲାଭ ଉଠାଇ ପାରନ୍ତି। ଦୈନିକ ୧୦୦ ଏସ୍‌ଏମ୍‌ଏସ୍‌ ମଧ୍ୟ ଦିଆଯାଉଛି। ଏତିକି ନୁହେଁ, ୟୁଜର୍ସଙ୍କୁ Jio ଆପ୍ସର ଫ୍ରି ସବ୍ସକ୍ରିପ୍‌ସନ୍‌ ବି ମିଳିଥାଏ। କିନ୍ତୁ ଏବେ ୟୁଜର୍ସ ଏହି ପ୍ଲାନର ଲାଭ ଉଠାଇ ପାରିବେ ନାହିଁ। କାହିଁକିନା, କମ୍ପାନୀ ଏହାକୁ ବନ୍ଦ କରି ଦେଇଛି।

୬୯ ଟଙ୍କା ବାଲା ପ୍ଲାନ

ଏହା ମଧ୍ୟ ୧୪ ଦିନର ବୈଧତା ସହିତ ଆସିଥାଏ। ଏହି ପ୍ଲାନରେ ଆପଣଙ୍କୁ ଦୈନିକ 0.5GB ଡାଟାର ସୁବିଧା ପ୍ରାପ୍ତ ହେବ। ୩୯ ଟଙ୍କା ଏବଂ ୬୯ ଟଙ୍କା ଦୁଇଟି ଯାକ ପ୍ଲାନରେ କେବଳ ଡାଟାର ହିଁ ମୁଖ୍ୟ ଅନ୍ତର ରହିଛି। ଅନ୍ୟାନ୍ୟ ସୁବିଧା ସମାନ ରହିଛି।

Leave A Reply

Your email address will not be published.