ବ୍ୟବସାୟ ଓ ଅର୍ଥନୀତି

ଆସନ୍ତା ଅପ୍ରେଲ ୧୫ରୁ ଟ୍ରେନ ଟିକେଟ ପାଇଁ ଦେବାକୁ ପଡ଼ିବ ଏକ୍ସଟ୍ରା ଭଡ଼ା, ବଢ଼ିଛି ଏତିକି ଟଙ୍କା

ମହଙ୍ଗା ମାଡ଼ରୁ ଆଉ ଯେମିତି ତ୍ରାହି ନାହିଁ । ତୈଳ ଦର ସହ ସମସ୍ତ ପରିବହନ ବ୍ୟବସ୍ଥା ବି ଭାରୀ ପଡ଼ିଲେଣି ସାଧାରଣ ଲୋକଙ୍କ ଉପରେ । ବସ୍‌ ଓ ଟ୍ୟାକ୍ସି ଆଦି ପରେ ବିମାନ ଭଡ଼ା ବଢ଼ିଥିଲା । ଏବେ କେଇଦିନ ମଧ୍ୟରେ ରେଳଯାତ୍ରୀଙ୍କ ପକେଟ୍‌ ଉପରେ ବି ବୋଝ ପଡ଼ିବ । ପ୍ରତିଦନ ଟ୍ରେନରେ ଯିବା ଆସିବା କରୁଥିବା ଲୋକଙ୍କ ପାଇଁ ଆସିଛି ଖରାପ ଖବର। ପ୍ରାୟତଃ ବ୍ୟବସାୟୀମାନେ ରାଜ୍ୟ ବାହାରକୁ ଯିବା ପାଇଁ ଟ୍ରେନର ସାହାଯ୍ୟ ଲୋଡି ଥାନ୍ତି। ଆହୁରି ମଧ୍ୟ ପ୍ରତିଦିନ ବିଭିନ୍ନ କାମରେ ପାଖ ସହରକୁ ଯିବା ଆସିବା କରୁଥିବା ଲୋକଙ୍କ ନିମନ୍ତେ ଟ୍ରେନ ସହଜ ଓ ଶସ୍ତା ମାଧ୍ୟମ ସାଜିଥାଏ। ଏଥିରେ ଟଙ୍କା ଖର୍ଚ୍ଚ ସହ ସମୟ ବି କମ ଲାଗେ ।

କିନ୍ତୁ ଏବେ ଭାରତୀୟ ରେଳ ବିଭାଗ ଟ୍ରେନ ଟିକେଟ ଭଡ଼ାକୁ ବଢ଼ାଇ ଦେଇଛନ୍ତି। ଯାହାର ସିଧା ପ୍ରଭାବ ସମସ୍ତ ଟ୍ରେନ ଯାତ୍ରୀଙ୍କ ଉପରେ ପଡ଼ିବ ।ଭାରତୀୟ ରେଳ ଡିଜେଲ ଇଞ୍ଜିନ ଦ୍ୱାରା ଚାଲୁଥିବା ଟ୍ରେନର ଲମ୍ବା ଯାତ୍ରାକୁ ନେଇ ଯାତ୍ରୀମାନଙ୍କଠୁ ଏବେ ଅଧିକ ଭଡ଼ା ନେବ। ଯାହାକି ଆଗାମୀ ୧୫ ଅପ୍ରେଲରୁ ଲାଗୁ ହେବ।

ବର୍ଷ ୨୦୨୨ ଯେତିକି ଆଗକୁ ଯାଉଛି ସବୁକିଛିର ଦରଦାମ ସେତିକି ବଢ଼ିବାରେ ଲାଗିଛି। ଏବେ ତେଲ ଦରଠୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ପର୍ଯ୍ୟନ୍ତ ସବୁକିଛିର ଦାମ ବଢ଼ି ଥିବା ବେଳେ ଟ୍ରେନ ଯାତ୍ରାରେ ମଧ୍ୟ ଭଡ଼ାକୁ ବୃଦ୍ଧି କରାଯାଇଛି। ଏହି ନୂଆ ନିୟମ ଆସନ୍ତା ୧୫ ଅପ୍ରେଲରୁ ଲାଗୁ ହେବ। ଟିକେଟ ବୁକିଂ ସମୟରେ ଅତିରିକ୍ତ ଭଡ଼ା ଏବେ ସବୁ ଯାତ୍ରୀଙ୍କୁ ଦେବାକୁ ପଡ଼ିବ। ଯାତ୍ରୀମାନେ ଅତି କମ୍‌ରେ ୫୦ଟଙ୍କା ଅଧିକ ଟ୍ରେନ ଭଡ଼ା ଦେବେ। ହାଇଡ୍ରୋକାର୍ବନ ସରଚାର୍ଜ କିମ୍ବା ଡିଜେଲ ଟାକ୍ସକୁ ଭାବରେ ଦର ବଢ଼ା ଯାଉଛି।

ଏହା କେବଳ ସେହି ଟ୍ରେନରେ ଲାଗୁ ହେବ ଯେଉଁଥିରେ ଡିଜେଲ ବ୍ୟବହାର ହେଉଥିବ। ଏହାର କାରଣ ରୁଷ-ୟୁକ୍ରେନ ଯୁଦ୍ଧ ବୋଲି ମଧ୍ୟ କୁହାଯାଉଛି। ଯାହାର ପ୍ରଭାବରେ ଗତ କିଛି ଦିନ ଭିତରେ ଅନେକ ଜିନିଷର ଦର ବଢ଼ିବାରେ ଲାଗିଛି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନଜରରେ ରଖି ରେଳ ବିଭାଗ ଏହି ନିଷ୍ପତ୍ତି ନେଇଛି ବୋଲି ଜଣାପଡ଼ିଛି। ଏବେ ଜାଣନ୍ତୁ କେଉଁ କ୍ଲାସ ପାଇଁ କେତେ ବଢ଼ିଛି।

ଏସି କ୍ଳାସ ପାଇଁ ୫୦ ଟଙ୍କା ବଢ଼ିଥିବା ବେଳେ ସ୍ଲିପର କ୍ଲାସ୍‌ରେ ୨୫ ଟଙ୍କା ଏବଂ ଜେନେରାଲ କ୍ଲାସ ପାଇଁ ସର୍ବନିମ୍ନ ୧୦ ଟଙ୍କା ବଢ଼ିଛି । ତେବେ ୧୫ ଅପ୍ରେଲ ପୂର୍ବରୁ ଟିକେଟ ବୁକ ହୋଇଥିଲେ ସେହି ଟିକେଟ ଉପରେ କୌଣସି ସରଚାର୍ଜ ଲାଗିବ ନାହିଁ।

ଏପଟେ ରୁଷ-ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧ ଏବଂ ସାଉଦି ଆରବ ଓ ୟେମେନ ମଧ୍ୟରେ ତିକ୍ତ ସମ୍ପର୍କ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି । ଏଥିପାଇଁ ଅଶୋଧିତ ତୈଳ ଦର ବର୍ତ୍ତମାନ ରେକର୍ଡ ସ୍ତରରେ ପହଞ୍ଚିଛି। ଯାହାର ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡ଼ିଛି। ରୁଷିଆରୁ ରିହାତି ଦରରେ ଆଣୁଥିଲେ ମଧ୍ୟ ଭାରତରେ ଏବେ ଇନ୍ଧନ ଦର ୧୪ ଦିନରେ ୧୨ ଥର ବଢ଼ି ସାରିଛି। ଏହାର ସିଧା ପଡ଼ୁଛି ପ୍ରଭାବ ଦେଶବାସୀଙ୍କ ଉପରେ ।

ରେଳ ବିଭାଗକୁ ଶତପ୍ରତିଶତ ବିଦ୍ୟୁତୀକରଣ କରିବା ପାଇଁ ଭାରତୀୟ ରେଳ ବିଭାଗ ଏଚସିଏସ୍ ସରଚାର୍ଜ ଲାଗୁ କରିଛି । ଯାହାଫଳରେ ସମସ୍ତ ଟ୍ରେନ୍‌ ବିଜୁଳି ଶକ୍ତିରେ ଚାଲିବ ଏବଂ ନେଟ ଜିରୋ କାର୍ବନ ଯୋଜନା ଅନୁସାରେ ପରିବେଶ ପ୍ରଦୂଷଣ ମୁକ୍ତ ହେବ । ଏଇ ମିଶନ ମୋଡରେ ଏବେ କାମ କରୁଛି ଭାରତୀୟ ରେଳ ବିଭାଗ । ତାର ଟିକସ ବର୍ତ୍ତମାନ ଯାତ୍ରୀମାନଙ୍କ ଉପରେ ପଡ଼ିବାକୁ ଯାଉଛି ।

D Sonali

Recent Posts

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

6 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

23 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

37 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

50 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

51 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago