Bajaj ଲଞ୍ଚ କଲା ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍ ସ୍କୁଟର, ଜାଣନ୍ତୁ ଫିଚର୍ସ ଏବଂ ପ୍ରାଇସ୍

Bajaj Auto ନିଜର ପପୁଲାର ଇଲେକ୍ଟ୍ରିକ୍ ସ୍କୁଟର Chetak ର ନୂଆ ଭାରିଆଣ୍ଟ Chetak 3503 କୁ ଭାରତରେ ଲଞ୍ଚ କରିଛି । ଏହା Chetak 35 ସିରିଜର ସବୁଠାରୁ ଶସ୍ତା ମଡେଲ୍ । ଯାହାର ଏକ୍ସ-ଶୋରୁମ୍ ପ୍ରାଇସ୍ ୧,୦୯,୫୦୦ ଟଙ୍କା । ଏଥି ସହ ଏହି ସ୍କୁଟରଟି Chetak 3501 ଅପେକ୍ଷା ପ୍ରାୟ ୨୦,୦୦୦ ଟଙ୍କା ଶସ୍ତା, ଯାହା ଏହାକୁ ଏକ ବଜେଟ୍-ଫ୍ରେଣ୍ଡେଲି ଅପ୍ସନ କରିଥାଏ । ବର୍ତ୍ତମାନ ଜାଣିବା ଏହି ପାୱାରଫୁଲ୍ ସ୍କୁଟରଟି ଥରେ ଫୁଲ୍ ଚାର୍ଜ ହୋଇଗଲେ ଏହା କେତେ କିଲୋମିଟର ରେଞ୍ଜ ପ୍ରଦାନ କରିପାରିବ ।

ନୂଆ ସ୍କୁଟରରେ କ’ଣ ରହିଛି ଖାସ୍?
Chetak 3503 ରେ ଅଧିକ ମହଙ୍ଗା ଭାରିଆଣ୍ଟ ପରି ସମାନ୍ ଚେସିସ୍ ଏବଂ ବ୍ୟାଟେରୀ ସେଟଅପ୍ ଅଛି । କିନ୍ତୁ ମୂଲ୍ୟ କମ୍ ରଖିବା ପାଇଁ କିଛି ଫିଚର୍ସକୁ ହଟାଇ ଦିଆଯାଇଛି । ଏଥିରେ ୩୫ ଲିଟରର ଅଣ୍ଡରସିଟ୍ ଷ୍ଟୋରେଜ୍ ଅଛି ଏବଂ ଏଥି ସହ ଏହାର ଡିଜାଇନରେ କୌଣସି ବଡ଼ ପରିବର୍ତ୍ତନ କରାଯାଇ ନାହିଁ ।

ଭାରିଆଣ୍ଟସ୍ ଏବଂ ପ୍ରାଇସ୍ :
Bajaj Chetak 35 ସିରିଜ ଅଧୀନରେ ତିନୋଟି ଭାରିଆଣ୍ଟ ଉପସ୍ଥାପନ କରିଛି । ଏହାର ସବୁଠାରୁ ଶସ୍ତା ଭାରିଆଣ୍ଟ ହେଉଛି Chetak 3503, ଯାହାର ମୂଲ୍ୟ ୧,୦୯,୫୦୦ ଟଙ୍କା ରହିଛି । ଏହା ପରେ 3502, ର ମୂଲ୍ୟ ୧,୨୨,୪୯୯ ଟଙ୍କା । ଏଥି ସହ ଯାଣିରଖନ୍ତୁ ଯେ ଏହାର ସବୁଠାରୁ ମହାଙ୍ଗା ମଡେଲ ହେଉଛି Chetak 3501 ଯାହାର ପ୍ରାଇସ୍ ରହିଛି ୧,୨୯,୭୪୩ ଟଙ୍କା ।

ବ୍ୟାଟେରୀ, ରେଞ୍ଚ ଏବଂ ଟପ୍ ସ୍ପିଡ୍ :
Chetak 3503 ରେ ୩,୫kWh ର ଏକ ବ୍ୟାଟେରୀ ପ୍ୟାକ୍ ଅଛି ଯାହା ଥରେ ଫୁଲ୍ ଚାର୍ଜ ହେବା ପରେ ୧୫୫ କିଲୋମିଟର ପର୍ଯ୍ୟନ୍ତ ଡ୍ରାଇଭିଂ ରେଞ୍ଜ ପ୍ରଦାନ କରେ । ଏହାର ସର୍ବାଧିକ ସ୍ପିଡ୍ ପ୍ରତି ଘଣ୍ଟା ୬୩ କିଲୋମିଟର ପର୍ଯ୍ୟନ୍ତ ସୀମିତ କରାଯାଇଛି, ଯାହା ଏହି ସ୍କୁଟରକୁ ସହରରେ ଗାଡି ଚାଳନା ପାଇଁ ଉନ୍ନତ କରିଥାଏ । ଏହି ସ୍କୁଟରରେ ବେସିକ୍ ବ୍ଲୁଟୁଥ୍ କପେକ୍ଟିଭିଟି ଏବଂ କଲର LCD ଡିସପ୍ଲେ ମଧ୍ୟ ଅଛି । ବ୍ୟାଟେରୀକୁ ୦ ରୁ ୮୦% ଚାର୍ଜ କରିବାକୁ ପ୍ରାୟ ୩ ଘଣ୍ଟା ୨୫ ମିନିଟ୍ ସମୟ ଲାଗେ, ଯାହା ଅନ୍ୟ ପ୍ରକାର ତୁଳନାରେ ଟିକିଏ ଅଧିକ । ଏଥିରେ ଡ୍ରମ୍ ବ୍ରେକ୍ ବ୍ୟବହାର କରାଯାଇଛି, କିନ୍ତୁ ଡିସ୍କ ବ୍ରେକ୍ ଦିଆଯାଇ ନାହିଁ । ଏହା ସହିତ, ସିକ୍ବେଏସ୍ନାଲ୍ ଇଣ୍ଡିକେଟର ଏବଂ ଟର୍ନ-ବାୟ-ଟର୍ନ ନାଭିଗେସନ୍ ଭଳି ଫିଚର୍ସଗୁଡ଼ିକ ଏଥିରେ ସାମିଲ୍ ନାହିଁ । ହେଲେ ଏଥିରେ ଦୁଇଟି ରାଇଡିଂ ମୋଡ୍ ଅଛି ଯାହା ହେଉଛି – ଇକୋ ଏବଂ ସ୍ପୋର୍ଟସ୍ । ଏହା ସହିତ, ଏହି ସ୍କୁଟରରେ ହିଲ୍-ହୋଲ୍ଡ ଆସିଷ୍ଟ ଏବଂ ଫୁଲ୍ ମେଟାଲ୍ ବଡି ଭଳି ଗୁରୁତ୍ୱପୂର୍ଣ୍ଣ ଏବଂ ସ୍ମାର୍ଟ ଫିଚର୍ସଗୁଡ଼ିକ ରହିଛି ।

କଲର ଅପ୍ସନ୍ ଏବଂ ବୁକିଂ ଡିଟେଲ୍ସ :
ଆପଣମାନେ ନିଶ୍ଚିତ ଭାବରେ ଜାଣିରଖନ୍ତୁ ଯେ, Chetak 3503 କୁ କମ୍ପାନୀ ୪ଟି କଲର ଅପ୍ଦନରେ ଲଞ୍ଚ କରିଛି ଯାହା ହେଉଛି – ଇଣ୍ଡିଗୋ ବ୍ଲୁ, ବ୍ରୁକଲିନ୍ ବ୍ଲାକ୍, ସାଇବର ହ୍ବାଇଟ୍ ଏବଂ ମ୍ୟାଟ୍ ଗ୍ରେ ସାମିଲ ଅଛି । ଏଥି ସହ ଏହି ସ୍କୁଟରର ବୁକିଂ ବଜାରର ଅଫିସିଆଲ୍ ୱେବସାଇଟ୍ ଏବଂ ନିକଟତମ ଡିଲରସିପ୍ଗୁଡିକରେ ଆରମ୍ଭ ହୋଇଛି । ଆସନ୍ତା ମାସରୁ ଡେଲିଭରୀ ପ୍ରକ୍ରିୟା ଆରମ୍ଭ ହେବାର ସମ୍ଭାବନା ମଧ୍ୟ ଅଛି ।

ଆପଣଙ୍କୁ ଜଣାଇ ଦେଉଛୁ ଯେ Chetak 3503 ହେଉଛି Chetak 35 ସିରିଜର ସବୁଠାରୁ ଶସ୍ତା ଭାରିଆଣ୍ଟ । କିନ୍ତୁ ଯଦି ଆମେ ସମଗ୍ର Chetak ପୋର୍ଟଫୋଲିଓ ବିଷୟରେ କଥା ହେବା, ତେବେ Chetak 2903 ହେଉଛି କମ୍ପାନୀର ସବୁଠାରୁ ଆଫର୍ଡେବଲ୍ ମଡେଲ । ଏହାର ପ୍ରାରମ୍ଭିକ ମୂଲ୍ୟ ୯୮,୪୯୮ ଟଙ୍କା ଏବଂ ଏଥିରେ ୨.୯kWh ବ୍ୟାଟେରୀ ପ୍ୟାକ୍ ମଧ୍ୟ ଅଛି ଯାହା ୧୨୩ କିଲୋମିଟର ଡ୍ରାଇଭିଂ ରେଞ୍ଜ ପ୍ରଦାନ କରେ । ଏଥି ସହ ଯଦି ଆପଣ ଆଫର୍ଡେବଳ ପ୍ରାଇସରେ ଏକ ଶସ୍ତା ଇଲେକ୍ଟ୍ରିକ୍ ସ୍କୁଟର କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ସ୍କୁଟର ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।