୧୦ ହଜାର ଟଙ୍କାରେ ଆପଣ ପାଇପାରିବେ ଦୁନିଆର ପ୍ରଥମ CNG ବାଇକ୍, ଏଠାରେ ଜାଣନ୍ତୁ EMI ର ହିସାବ

ଦୁନିଆର ପ୍ରଥମ CNG ବାଇକ୍ Bajaj Freedom 125 ଆରମ୍ଭ ହେବା ମାତ୍ରେ ସେଲ୍ ମାମଲାରେ ହଙ୍ଗାମା ସୃଷ୍ଟି କରିଥିଲା । ବଜାଜର ଏହି ବାଇକ୍ ଅଫରଡେବଲ୍ ହେବା ସହିତ ଭଲ ମାଇଲେଜ୍ ମଧ୍ୟ ରହିଛି ।
ଯଦି ଆପଣ ମଧ୍ୟ ଏକ ଅଫରଡେବଲ୍ ବାଇକ୍ ଖୋଜୁଛନ୍ତି ତେବେ Bajaj Freedom 125 ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ୍ ହୋଇପାରିବ । Bajaj Freedom 125 ବାଇକର ଦାମ୍, ଭଲ ମାଇଲେଜ୍ ଏବଂ ଦମଦାର୍ ଫିଚର୍ସ ସହିତ ଆସିଥାଏ ।
ଦିଲ୍ଲୀର Bajaj Freedom 125 NG04 Drum ବାଇର ଏକ୍ସ-ସୋରୁମ୍ ପ୍ରାଇସ୍ ୮୯ ହଜାର ଟଙ୍କାରୁ ଆରମ୍ଭ ହୋଇଛି । ଏହି ବାଇର ଅନ୍-ରୋଡ୍ ପ୍ରାଇସ୍ ୧ ଲକ୍ଷ ୩ ହଜାର ଟଙ୍କା ରହିଛି । ଏକ ୱେବସାଇଟ୍ ଅନୁଯାୟୀ, ଆପଣ ୧୦ ହଜାର ଟଙ୍କା ଡାଉନ ପେମେଣ୍ଟ ସହିତ ଏହି ବାଇକକୁ କିଣିପାରିବେ ।
ଯଦି ଆପଣ ଏହି ବାଇକକୁ ଲୋନରେ କିଣିବା ପାଇଁ ଚାହୁଛନ୍ତି, ତେବେ ଡାଉନ ପେମେଣ୍ଟ ପରେ ଆପଣଙ୍କୁ ୯୩ ହଜାର ୬୫୭ ଟଙ୍କା କାର୍ ଲୋନ୍ ନେବାକୁ ପଡିବ । ବର୍ତ୍ତମାନ ଏହି ଲୋନକୁ ସୁଜାଇବା ପାଇଁ ଆପଣଙ୍କୁ ୩ ବର୍ଷ ପାଇଁ ପ୍ରତ୍ୟେକ ମାସ ୩ ହଜାର ଟଙ୍କା କିସ୍ତି ଦବାକୁ ପଡିବ । ଏହି ଉପାୟରେ ଆପଣଙ୍କୁ ସମୁଦାୟ ୧ ଲକ୍ଷ ୮ ହଜାର ୩୨୪ ଟଙ୍କା ଦେବାକୁ ପଡିବ ।
Bajaj Freedom 125 ବାଇକର ଫିଚର୍ସ :
Bajaj Freedom ବାଇକରେ ଦମଦାର୍ ୧୨୫ cc ର ଇଞ୍ଜିନ୍ ରହିଛି, ଯାହା ଭଲ ପାୱାର ସହିତ ଜବରଦସ୍ତ ମାଇଲେଜ୍ ଦେଇଥାଏ । ଏହାର ଡିଜାଇନ୍ ବହୁତ ଆକର୍ଷଣୀୟ ହୋଇଛି ଏବଂ ଏହା ଫ୍ୟାମିଲିକୁ ଆଖି ଆଗରେ ରଖି ଡିଜାଇନ୍ କରାଯାଇଛି । ଏହି ବାଇକରେ ଆପଣଙ୍କୁ ଦମଦାର୍ ଫିଚର୍ସ ଭଳି ଡିଜିଟାଲ୍ ଡିସପ୍ଲେ, LED ଲାଇଟ୍ସ ଏବଂ ଆରାମଦାୟକ ସିଟର ସୁବିଧା ମିଳିବ । ଏହି ଅରାମଦାୟକ ସିଟ୍ ଆପଣଙ୍କ ପାଇଁ ଏକ ବେଷ୍ଟ ଅପ୍ସନ ହୋଇପାରିବ ।
ଏହି ବାଇକକୁ ବହୁତ ପସନ୍ଦ କରାଯିବାର କାରଣ ହେଉଛି, ଅଫରଡେବଲ୍ ପ୍ରାଇସରେ ଏହାକୁ ଲଞ୍ଚ କରାଯାଇଛି । ଏହି ବାଇକ୍ ବିଷୟରେ କମ୍ପାନୀ ଦାବି କରିଛି ଯେ ଏହି ବାଇକ୍ ଲିଟର ପିଛା ୬୦-୬୫ କିଲୋମିଟର ମାଇଲେଜ୍ ଦେଇଥାଏ ।
ଏହି ବାଇକରେ ଡିଜିଟାଲ୍ ଡିସପ୍ଳେ, LED ଲାଇଟ୍ସ ଏବଂ ଆରାମଦାୟକ ସିଟିଂର ସୁବିଧା ଦେଆଯାଇଛି, ଯାହା ବହୁତ ଦୂରତା ପାଇଁ ବେଷ୍ଟ ଅପ୍ସନ ହୋଇପାରିବ । ଏହା ପେଟ୍ରୋଲ ମୋଡରେ ୧୩୦ କିଲୋମିଟରର ରେଞ୍ଜ ଦେଇଥାଏ । କମ୍ପାନୀ ଦାବି କରିଛି ଯେ ଏହି ଉଭୟ ଫ୍ୟୁଏଲ୍ ମିଶି ୩୩୦ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ୍ ଦେଇଥାଏ । ଏହା ସହିତ, ଆପଣ ଗାଡ଼ିକୁ କୋଉଠି ନରଖି କମ୍ ଫ୍ୟୁଏଲ ବ୍ୟବହାରରେ ଦୀର୍ଘ ଦୂରତା ଯାତ୍ରା କରିପାରିବେ କିନ୍ତୁ CNG ଅପ୍ସନ ସହିତ ଏହା ମଧ୍ୟ ଆପଣଙ୍କ ପାଇଁ ଅଫରଡେବଲ୍ ହୋଇପାରିବ ।