ଶସ୍ତା ହେଲା Bajaj Auto Freedom 125, ଜାଣନ୍ତୁ ଦାମ୍
Bajaj Auto କେବଳ ଦେଶ ନୁହେଁ ବରଂ ବିଶ୍ୱର ପ୍ରଥମ CNG bike Freedom 125କୁ ଚଳିତ ବର୍ଷ ମାର୍କେଟରେ ଲଞ୍ଚ କରିଥିଲା । ନିକଟରେ ଖବର ଆସିଲା ଯେ Bajaj Auto Freedom 125 ଏବଂ Pulsar ର ଦାମ୍ ହ୍ରାସ ପାଇଛି, ଯାହାକୁ ଅଟୋ ମେର୍କସମାନେ ମିସଲିଡିଙ୍ଗ ବୋଲି କହିଛନ୍ତି ।
ବଜାଜ୍ ଅଟୋ କହିଛି ଯେ ମୋଟରସାଇକେଲରେ ଦାମ୍ ହ୍ରାସକୁ ନେଇ ମାର୍କେଟରେ ଯାହା ଗୁଜବ ଆସିଛି ତାହା ଭୁଲ । ଅକ୍ଟୋବର ୨୦୨୪ରେ କମ୍ପାନୀ ବାଇକର ମୂଲ୍ୟ କମ୍ କରିଥିଲା । ବର୍ତ୍ତମାନ CNG bike ପ୍ରାଇସରେ କିଛି ପରିବର୍ତ୍ତନ ହୋଇନାର୍ହି ।
• ଫ୍ରିଡମ୍ ୧୨୫ ର ଟପ୍ ମଡେଲର ପ୍ରାଇସ୍ ୧,୧୦,୦୦୦ ଟଙ୍କା ଅଛି । ବଜାଜ ଅଟୋ କହିଛି ଯେ ଏହି ମୋଟରସାଇକେଲରେ ପ୍ରାଇସ୍ ଏବଂ ଫିଚର୍ସରେ କିଛି ପରିବର୍ତ୍ତନ ହୋଇନାହିଁ । ଏହି ଭ୍ୟାରିଆଣ୍ଟର ସେଲ୍ CNG bike ସେଲର ୭୨% ଅଛି ।
• ବଜାଜ୍ ଫ୍ରିଡମ୍ ୧୨୫ର ବେସ୍ ଭ୍ୟାରିଆଣ୍ଟର ମଧ୍ୟ ୧୩% ସେଲ୍ ହୋଇଛି । ଅକ୍ଟୋବର ୨୦୨୪ରେ କମ୍ପାନୀ ଏଣ୍ଟ୍ରି ଲେଭଲ୍ ଭ୍ୟାରିଆଣ୍ଟର ପ୍ରାଇସ୍ ପରିବର୍ତ୍ତନ କରିଥିଲା । ଏହି ମଡେଲର ପ୍ରାଇସ୍ ୯୫ ରୁ ୯୦ ହଜାର ଟଙ୍କାକୁ ହ୍ରାସ କରାଯାଇଥିଲା । ଏହି ଭ୍ୟାରିଆଣ୍ଟ ପ୍ରାଇସ୍ କମ୍ କରିବାର କାରଣ ହେଉଛି ଅଧିକରୁ ଅଧିକ କଷ୍ଟମର୍ସଙ୍କୁ ଏହା ଆକର୍ଷିତ କରୁଥିଲା ।
• ଦେଶର ପ୍ରଥମ CNG bike ର ମିଡ୍ ଭ୍ୟାରିଆଣ୍ଟର ସେଲ୍ ୧୫% ବଢ଼ିଛି । ବର୍ତ୍ତମାନ ମାର୍କେଟରେ ଏହି ଭ୍ୟାରିଆଣ୍ଟର ପ୍ରାଇସ୍ ୯୫ ହଜାର ଟଙ୍କା ରହିଛି ।
ଦେଶର ପ୍ରଥମ CNG bike ବଜାଜ୍ ଫ୍ରିଡମ୍ ୧୨୫ରେ ୪-ଷ୍ଟ୍ରୋକ୍, ଏୟାର-କୁଲ୍ଡ ଇଞ୍ଜନ୍ ଲଗା ହୋଇଛି । ବାଇକରେ ଲାଗିଥିବା ଏହି ଇଞ୍ଜିନ ୮,୦୦୦rpm ରେ ୯.୫PS ର ପାୱାର ମିଳିଥାଏ ଏବଂ ୫,୦୦୦ rpm ରେ ୯.୭Nm ର ଟର୍କ ଜେନେରେଟ୍ ହୋଇଥାଏ । ଏହି ବାଇକ୍ ଏକ ସମସୟରେ ୨କିଲୋଗ୍ରାମ ପର୍ଯ୍ୟନ୍ତ CNG ଭରାଯାଇପାରିବ, ଯାହା ଦ୍ବାରା ଏହି ମୋଟରସାଇକଲ୍ ଏକ ସମୟରେ ୨୦୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ ।
ଯଦି ଆବଶ୍ୟକ ହୁଏ ତେବେ ଏହି ବଜାଜ୍ ବାଇକ୍ ପେଟ୍ରୋଲ ମୋଡରେ ମଧ୍ୟ ଚାଲିପାରିବ । ଏହି ମୋଟରସାଇକେଲରେ ଦୁଇ ଲିଟର ପର୍ଯ୍ୟନ୍ତ ପେଟ୍ରୋଲ ଭରିବାର କ୍ୟାପାସିଟି ରହିଛି । ଏହି ବାଇକ୍ ପେଟ୍ରୋଲ ମୋଡରେ ୧୩୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ । Bajaj Freedom 125 ର ଏକ୍ସ ସୋରୁମ୍ ପ୍ରାଇସ୍ ୮୯,୯୯୭ ଟଙ୍କାରୁ ଆରମ୍ଭ ହୋଇଛି ।