ନୂଆ ଅବତାରରେ ଲଞ୍ଚ ହେଲା Bajaj Pulsar NS125, ଜାଣନ୍ତୁ କେତେ ରହିଛି ଦାମ୍

ବଜାଜ ପଲସର NS125 ଏକ ନୂଆ ଭାରିଆଣ୍ଟ ସହିତ ବଜାରକୁ ଆସିଛି । ଏହି ବାଇକ୍ର ୨୦୨୫ ଅପଗ୍ରେଡ୍ ମଡେଲରେ ଏକ ସିଙ୍ଗଲ୍-ଚ୍ୟାନେଲ୍ ଆଣ୍ଟି-ଲକ୍ ବ୍ରେକିଂ ସିଷ୍ଟମ୍ ରହିଛି । ଏହି ପଲସର ଭାରତୀୟ ବଜାରରେ ବିକ୍ରି ହେଉଥିବା ୧୨୫cc ସେଗମେଣ୍ଟର ସବୁଠାରୁ ପାୱାରଫୁଲ୍ ମୋଟରସାଇକେଲ । ୨୦୨୪ରେ ମଧ୍ୟ ଏହି ବଜାଜ୍ ବାଇକରେ ଅପଡେଟ୍ ଦେଖିବାକୁ ମିଳିଥିଲା । ପଲସର NS125 ରେ ସିଙ୍ଗଲ-ଚ୍ୟାନେଲ ABS ଆଡ୍ ହେବା ପରେ, ଏହି ବାଇକର ମୂଲ୍ୟ ବୃଦ୍ଧି ପାଇଛି । ଏହା ପଲସର NS125ର ବେଷ୍ଟ ମଡେଲ । ନୂଆଦିଲ୍ଲୀରେ ଏହି ବାଇକ୍ର ଏକ୍ସ-ସୋରୁମ୍ ମୂଲ୍ୟ ୧,୦୬,୭୩୯ ଟଙ୍କା ରହିଛି ।
ବାଜାଜ୍ ପଲସର NS125 ରେ ଏକ ନୂଆ ଡିଜିଟାଲ୍ ଇନଷ୍ଟରୁମେଣ୍ଟ କ୍ଲଷ୍ଟର ରହିଛି ଯାହା ପ୍ରଥମେ ପଲସର N160 ଏବଂ ପଲସର N150 ରେ ଦେଖାଯାଇଥିଲା । ଏହି ଡିଜିଟାଲ୍ କ୍ଲଷ୍ଟରରେ ସ୍ପିଡୋମିଟର୍, ରିୟଲ୍ ଫୁଏଲ୍ କଞ୍ଜପ୍ସନ ଏବଂ ହାରାହାରି ଫୁଏଲ୍ ଇକୋନୋମି ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଦେଖାଯାଇଛି । ଏହା ସହିତ, ବ୍ଲୁଟୁଥ୍ କନେକ୍ଟିଭିଟି ଫିଚର୍ସ ମଧ୍ୟ ଦିଆଯାଇଛି, ଯାହାକୁ ବଜାଜ୍ ରାଇଡ୍ କନେକ୍ଟ ଆପ୍ଲିକେସନ୍ ସହିତ କନେକ୍ଟ କରାଯାଇପାରିବ । ଏହି ବାଇକ୍ରେ ମୋବାଇଲ୍ ଫୋନ୍ ଚାର୍ଜ କରିବା ପାଇଁ ଏକ USB ପୋର୍ଟ ସୁବିଧା ମଧ୍ୟ ରହିଛି ।
ପଲସର NS125 ପାୱାର୍:
ବଜାଜ୍ ପଲସରରେ ୧୨୪.୪୫ ସିସି, ଏୟାର-କୁଲ୍ଡ ଇଞ୍ଜିନ ରହିଛି । ବାଇକ୍ରେ ଥିବା ଏହି ଇଞ୍ଜିନ୍ ୮,୫୦୦ rpm ରେ ୧୨ bhp ପାୱାର ଏବଂ ୭,୦୦୦ rpm ରେ ୧୧ Nm ଟର୍କ ଜେନେରେଟ୍ କରେ । ଏହି ବାଇକ୍ର ଇଞ୍ଜିନ୍ ସହିତ ୫-ସ୍ପିଡ୍ ଟ୍ରାନ୍ସମିସନ୍ ଦିଆଯାଇଛି । ଏହି ମୋଟରସାଇକେଲ ୪ଟି କଲର୍ ଅପ୍ସନ ସହିତ ବଜାରରେ ଉପଲବ୍ଧ ।
ଦାମ୍:
ଏହା ବାଜାଜ୍ ପଲସର NS 125ର ନୂଆ ତୃତୀୟ ଭାରିଆଣ୍ଟ । ଏହା ପୂର୍ବରୁ ମଧ୍ୟ ଦୁଇଟି ଭାରିଆଣ୍ଟ ବଜାରରେ ଉପଲବ୍ଧ । ବାଜାଜ୍ ପଲସର NS125ର ବେସ୍ ମଡେଲର ଏକ୍ସ-ଶୋରୁମ୍ ମୂଲ୍ୟ ୯୯,୫୦୧ ଟଙ୍କା । ଏହାର ମିଡ୍ ଭାରିଆଣ୍ଟ NS125 LED BTର ଏକ୍ସ-ଶୋରୁମ୍ ମୂଲ୍ୟ ୧,୦୪,୪୭୪ ଟଙ୍କା । ଏହାର ନୂଆ ଟପ୍-ଭେରିଆଣ୍ଟ NS125 LED BT ABS ର ମୂଲ୍ୟ ୧.୦୭ ଲକ୍ଷ ଟଙ୍କା ରଖାଯାଇଛି ।