୧୦ ବର୍ଷ ପରେ ମହଙ୍ଗା ହେଲା Pulsar, ନୂଆ ଫିଚର୍ସ ସହିତ RS200 ର ବଢ଼ିଲା ଦାମ୍

ନୂଆ Bajaj Pulsar RS200 ଭାରତୀୟ ବଜାରରେ ଏଣ୍ଟ୍ରି କରିଛି । ଏହି ବାଇକୁ ନୂଆ ଫିଚର୍ସ ଦେବା ସହିତ ବଜାଜ୍ ମୋଟରସାଇକେଲର ମୂଲ୍ୟକୁ ବଢ଼ାଇଛନ୍ତି । ବଜାଜରେ ଏହି ପପୁଲାର୍ ମୋଟରସାଇକେଲ୍ ଦଶ ବର୍ଷ ପୂର୍ବେ ୨୦୧୫ ରେ ଲଞ୍ଚ କରାଯାଇଥିଲା । ବର୍ତ୍ତମାନ ଏହି ବାଇକ୍ ୨୦୨୫ ମସିହାରେ ଅପଡେଟ୍ କରାଯାଇଛି । ଏହା ବଜାଜ୍ ଅଟୋର ମୋଟରସାଇକେଲ୍ ଲାଇନ୍-ଅପ୍ ର ପ୍ରଥମ fully-faired ସ୍ପୋଟ୍ସ ବାଇକ୍ ହୋଇଛି । ନୂଆ Bajaj Pulsar RS200 ର ଏକ୍ସ-ସାରୁମ୍ ପ୍ରାଇସ୍ ୧.୮୪ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି ।
Bajaj Pulsar RS200 ର ଗୋଟିଏ ଭ୍ୟାରିଆଣ୍ଟର ଏକ୍ସ-ସୋରୁମ୍ ପ୍ରାଇସ୍ ୧.୮୭ ଲକ୍ଷ ଟଙ୍କା ଅଛି । ଏହି ଭ୍ୟାରିଆଣ୍ଟର ପ୍ରାଇସ୍ ବଢ଼ିବା ସହିତ, ୨୦୨୫ ମଡେଲର ପ୍ରାଇସରେ ୧୦ ହଜାର ଟଙ୍କା ବୃଦ୍ଧି ଦେଖିବାକୁ ମିଳେ । ଏହି ମୋଟରସାଇକେଲର ଫିଚର୍ସରେ ପରିବର୍ତ୍ତନ କରାଯାଇଛି । କିନ୍ତୁ ବଜାଜ୍ ବାଇକରେ ଇଞ୍ଜିନକୁ ପୂର୍ବ ମଡେଲ ପରି ସମାନ ରଖିଛନ୍ତି । ଏହି ବାଇକରେ ତିନୋଟି କଲର ଅପ୍ସନ ମଧ୍ୟ ରହିଛି, ଯାହା ହେଉଛି- Glossy Racing Red, Pearl Metallic White ଏବଂ Active Satin Black ସାମିଲ ଅଛି ।
Bajaj ବାଇକର ଫିଚର୍ସ :
୨୦୨୫ Bajaj Pulsar RS200 ରେ ନୂଆ LCD ଇନଷ୍ଟ୍ରୁମେଣ୍ଟ କୂସୋଲ୍ ରହିଛି, ଯାହା ବ୍ଲୁଟୁଥ୍ ସହିତ କନ୍ନେକ୍ଟ କରାଯାଇପାରିବ । ଏହି ବାଇକରେ ଟର୍ନ-ବାଇ-ଟର୍ନ ନେଭିଗେସନ୍ ଏବଂ SMS ଆଲର୍ଟର ଫିଚର ମଧ୍ୟ ଦିଆଯାଇଛି । ନୂଆ Pulsar ରେ Twin ପ୍ରୋଜେକ୍ଟର ଲେନ୍ସ ଏବଂ LED DRLs ର ବ୍ୟବହାର କରାଯାଇଛି । ଏହାର ଗ୍ରାଫିକ୍ସରେ ପରିବର୍ତ୍ତନ କରି ଏହି ମୋଟରସାଇକେଲକୁ ମର୍ଡନ ଲୁକ୍ ଦେଇଛି ।
Pulsar RS200 ର ଡିଜାଇନ୍ :
Bajaj Pulsar RS200 ର ଡିଜାଇନରେ କିଛି ପରିବର୍ତ୍ତନ କରାଯାଇ ନାହିଁ । ଏହି ବାଇକରେ ୨୦୦ cc BS VI, ସିଙ୍ଗଲ ସିଲିଣ୍ଡର ଇଞ୍ଜିନ୍ ଲଗାଯାଇଛି, ଏହା ସହିତ ୬-ସ୍ପିଡ୍ ମାନୁଆଲ୍ ଗିୟର ବକ୍ସ ରହିଛି । ଏହି ଲିକ୍ବିଡ୍-କୁଲ୍ଡ ଇଞ୍ଜିନ୍ ୯,୭୫୦ rpm ରେ ୨୪.୧ bhp ର ପାୱାର ମିଳିଥାଏ ଏବଂ ୮,୦୦୦ rpm ରେ ୧୮.୭ Nm ର ଟର୍କ ଜେନେରେଟ୍ ହୋଇଥାଏ । Bajaj ର ଏହି ବାଇକରେ ତିନୋଟି ନୂଆ ରାଇଡିଂ ମୋଡ୍ସ ଦିଆଯାଇଛି- ରୋଡ୍, ରେନ୍ ଏବଂ ଅଫ୍-ରୋଡ୍, ଯାହାକି ୨୦୨୪ ରେ ଲଞ୍ଚ ହୋଇଥିବା Pulsar N250 ରେ ମଧ୍ୟ ସାମିଲ୍ ଅଛି ।