Bajaj Pulsarର ସବୁଠାରୁ ଶସ୍ତା ମଡେଲ୍, କମ୍ ଦାମରେ ଦେବ ୬୦ କିମି ମାଇଲେଜ୍!

ବଜାଜ ପଲସର୍, ଏହି ବାଇକକୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ଏହା ଏକ ଏଭଳି ବ୍ରାଣ୍ଡ ଯାହା ବିଷୟରେ ସମସ୍ତେ ଜାଣନ୍ତି । କିନ୍ତୁ ଆପଣ ଜାଣନ୍ତି କି ବଜାଜ ପଲସରର ସବୁଠାରୁ ଶସ୍ତା ମଡେଲ କ’ଣ? ସମସ୍ତେ ପଲସର ନାମ ଶୁଣିଛନ୍ତି କିନ୍ତୁ ବହୁତ କମ୍ ଲୋକ ଏହି ପ୍ରଶ୍ନର ଉତ୍ତର ଜାଣିଥିବେ, ଆଜି ଆମେ ଆପଣଙ୍କୁ ବଜାଜ ପଲସର୍ ବାଇକର ସବୁଠାରୁ ଶସ୍ତା ମଡେଲ ବିଷୟରେ ଜଣାଇବୁ ।
ଆମେ କେବଳ ଆପଣଙ୍କୁ ଶସ୍ତା ମଡେଲର ନାମ କହିବୁ ନାହିଁ ବରଂ ବଜାଜ ପଲସରର ଶସ୍ତା ମଡେଲ ପାଇଁ ଆପଣଙ୍କୁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ସେ ବିଷୟରେ ମଧ୍ୟ ସୂଚନା ଦେବୁ । ତେବେ ଆସନ୍ତୁ ଏହା ବିଷୟରେ ବିସ୍ତୃତ ଭାବରେ ଜାଣିବା । ବଜାଜ ଅଟୋର ପଲସର ଲାଇନ୍ଅପରେ ସବୁଠାରୁ ଶସ୍ତା ମଡେଲ୍ ହେଉଛି Bajaj Pulsar N125 । ବର୍ତ୍ତମାନ ନାମ ଜାଣିବା ପରେ, ଆପଣ ଏହା ଜାଣିବାକୁ ଆଗ୍ରହୀ ଥିବେ ଯେ ଏହି ବାଇକର ମୂଲ୍ୟ କେତେ ଅର୍ଥାତ ଏହି ବାଇକ୍ ଆପଣଙ୍କ ବଜେଟରେ ଅଛି କି ନାହିଁ?
କମ୍ପାନୀର ଅଫିସିଆଲ୍ ସାଇଟ୍ ଅନୁଯାୟୀ, ବଜାଜ ପଲସରର ଏହି ମଡେଲର ମୂଲ୍ୟ ୯୬ ହଜାର ୭୦୪ ଟଙ୍କା (ଏକ୍ସ-ସୋରୁମ୍) ରୁ ଆରମ୍ଭ ହୋଇଛି । ତେବେ ଦାମ୍ ପରେ ଏକ ବାଇକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନ୍ସ ହେଉଛି ଏହାର ମାଇଲେଜ୍? ଖବର ଅନୁଯାୟୀ, ବଜାଜ ଅଟୋର ଏହି ଲୋକପ୍ରିୟ ବାଇକ୍ ଏକ ଲିଟର ପେଟ୍ରୋଲରେ ୬୦ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ୍ ଦେଇଥାଏ । ଏହି ମୋଟରସାଇକେଲରେ କମ୍ପାନୀ ୧୨୪.୫୯ ସିସି ଇଞ୍ଜିନ୍ ଦେଇଛି ଯାହା ୧୨PS ପାୱାର ଏବଂ ୧୧Nm ଟର୍କ ଜେନେରେଟ୍ କରେ ।
ଏହି ବାଇକରେ ବ୍ଲୁଟୁଥ୍ ସପୋର୍ଟ ସହିତ ଏକ ଡିଜିଟାଲ୍ କନସୋଲ୍ ଅଛି, ଯେଉଁଥିରେ ଆପଣ କଲ୍ ଆଲର୍ଟ ଏବଂ ମେସେଜ୍ ଆଲର୍ଟ ପରି ଫିଚର୍ସ ଦେଖିବାକୁ ପାଇବେ । ଏହା ବ୍ୟତୀତ ଫୋନ୍ ଚାର୍ଜ କରିବା ପାଇଁ USB ଚାର୍ଜିଂ ପୋର୍ଟ ମଧ୍ୟ ପ୍ରଦାନ କରାଯାଇଛି । ୧ ଲକ୍ଷରୁ କମ୍ ମୂଲ୍ୟରେ ବାଜାଜ କମ୍ପାନୀର ଏହି ବାଇକ୍ ଟିଭିଏସ୍ ରାଇଡର୍ 125 ଏବଂ ହିରୋ Xtreme 125R ପରି ମୋଟରସାଇକେଲ ସହିତ କଠୋର ପ୍ରତିଦ୍ୱନ୍ଦ୍ୱିତା କରେ ।
ହିରୋ ମୋଟୋକର୍ପ ବାଇକର ମୂଲ୍ୟ ୯୬,୪୨୫ ଟଙ୍କା (ଏକ୍ସ-ସୋରୁମ୍) ରୁ ଆରମ୍ଭ ହୋଇଥିବାବେଳେ ଟିଭିଏସ୍ ମୋଟରର ୧୨୫ ସିସି ବାଇକ୍ ମୂଲ୍ୟ ୮୫,୦୧୦ ଟଙ୍କା (ଏକ୍ସ-ସୋ’ରୁମ୍) ରୁ ଆରମ୍ଭ ହେଉଛି ।