ବ୍ୟବସାୟ ଓ ଅର୍ଥନୀତି

ଧ୍ୟାନ ଦିଅନ୍ତୁ! ଆଜିଠୁ ୭ ଦିନ ଯାଏଁ ବନ୍ଦ ରହିବ ବ୍ୟାଙ୍କ, କରିପାରିବେନି କୌଣସି କାମ

ବ୍ୟାଙ୍କରେ ଟଙ୍କା ନେଣ ଦେଣ କରୁଥିବା ଗ୍ରାହକଙ୍କ ପାଇଁ ବଡ଼ ଖବର। ସବୁ ବେଳେ ବ୍ୟାଙ୍କରେ ଟ୍ରାଞ୍ଜାକ୍ସନ୍‌ କରୁଥିବା ଉପଭୋକ୍ତାଙ୍କୁ ଚଳିତ ମାସରେ ୭ ଦିନ ହଇରାଣ ହେବାକୁ ପଡ଼ିବ। କାରଣ ମାର୍ଚ୍ଚ ୧୭ରୁ ୨୯ ତାରିଖ ପର୍ଯ୍ୟନ୍ତ ମୋଟ୍‌ ୭ ଦିନ ଧରି ସମସ୍ତ ବ୍ୟାଙ୍କ ବନ୍ଦ ରହିବ। ଫଳରେ ବ୍ୟାଙ୍କ ସମ୍ବନ୍ଧୀୟ କୌଣସି କାମ ହୋଇପାରିବ ନାହିଁ। କିନ୍ତୁ ମୋବାଇଲ ଓ ଇଣ୍ଟରନେଟ୍‌ ବ୍ୟାଙ୍କିଂ ଜରିଆରେ ଗ୍ରାହକ ସବୁ କାମ ପୂର୍ବ ଭଳି କରିପାରିବେ।

ବ୍ୟାଙ୍କିଂ କ୍ୟାଲେଣ୍ଡର ଅନୁସାରେ, ୧୭ ମାର୍ଚ୍ଚରୁ ୨୯ ମାର୍ଚ୍ଚ ମଧ୍ୟରେ ବ୍ୟାଙ୍କ ୫ ଦିନ ବନ୍ଦ ରହିବ। ସେହିପରି ଟ୍ରେଡ୍‌ ୟୁନିୟନ୍‌ର ଆହ୍ଵାନରେ ବ୍ୟାଙ୍କ କର୍ମଚାରୀ ୨ ଦିନ ହରତାଳରେ ରହିବେ। ବ୍ୟାଙ୍କ ଅଧିକାରୀଙ୍କ ସୂଚନା ମୁତାବକ, ଆସନ୍ତା ଶନିବାର (ମାର୍ଚ୍ଚ ୧୯)କୁ ଛାଡ଼ି ବ୍ୟାଙ୍କ ୧୭ ମାର୍ଚ୍ଚରୁ ୩ ଦିନ ପାଇଁ ବନ୍ଦ ରହିବ। ୧୭ ଓ ୧୮ ହୋଲି ଯୋଗୁ ଓ ତା’ପରେ ୨୦ ତାରିଖ ରବିବାର ଯୋଗୁ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ।

ଏହି ଭଳି ୨୬ ମାର୍ଚ୍ଚରୁ ଲଗାତାର ୪ ଦିନ ଯାଏଁ ବ୍ୟାଙ୍କ ବନ୍ଦ ରହିବ। ମାର୍ଚ୍ଚ ୨୬ରେ ଚତୁର୍ଥ ଶନିବାର ପଡ଼ୁଛି। ତା’ ପରଦିନ ମାର୍ଚ୍ଚ ୨୭ରେ ରବିବାର ଯୋଗୁ ବ୍ୟାଙ୍କ ବନ୍ଦ ରହିବ। ୨୮ ଓ ୨୯ ମାର୍ଚ୍ଚରେ ସମସ୍ତ ସରକାରୀ ବ୍ୟାଙ୍କ କର୍ମଚାରୀ ଟ୍ରେଡ୍‌ ୟୁନିୟନ୍‌ର ଡାକରାରେ ହରତାଳରେ ଭାଗ ନେବେ। ବ୍ୟାଙ୍କିଂ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ନୀତିଗତ ପରିବର୍ତ୍ତନ ବିରୋଧରେ ବ୍ୟାଙ୍କ କର୍ମଚାରୀ ହରତାଳ କରିବେ। ଏଣୁ ମାର୍ଚ୍ଚ ୧୭ରୁ ୨୯ ଯାଏଁ ବ୍ୟାଙ୍କ ବନ୍ଦ ରହିବ।

Also Read: ଚଷମା ଦାଗ ଦୂର କରିବାକୁ ଆପଣାନ୍ତୁ ଏସବୁ ଘରୋଇ ଉପାୟ, ତୁରନ୍ତ ଚମକିବ ତ୍ୱଚା

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago