ଜୁଲାଇ ମାସରେ ଏସବୁ ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ପୂରା ଲିଷ୍ଟ

ଜୁଲାଇ ମାସରେ ଯଦି ଆପଣଙ୍କର ବ୍ୟାଙ୍କରେ କିଛି କାମ ଅଛି ତେବେ ଏହି ମାସରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅଧୀନରେ ପରିଚାଳିତ ବ୍ୟାଙ୍କଗୁଡ଼ିକ କେଉଁ କେଉଁ ଦିନ ବନ୍ଦ ରହୁଛି, ତାହା ଜାଣିବା ନିତାନ୍ତ ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ଆସନ୍ତା ମାସରେ କେଉଁ କେଉଁ ଦିନ ବନ୍ଦ ରହୁଛି ବ୍ୟାଙ୍କ…

ଜୁଲାଇ ମାସରେ ୩ ଦିନ ବନ୍ଦ ରହିବ ବ୍ୟାଙ୍କ। ଏଥିମଧ୍ୟରୁ ୨ଟି ଛୁଟି ରବିବାର ହିଁ ପଡ଼ୁଛି। ଏଥିସହ ବକରିଦରେ ବି ବ୍ୟାଙ୍କ ବନ୍ଦ ରହିବ। ଅର୍ଥାତ୍‌ ଜୁଲାଇ ୧୦, ୨୧ ଓ ୨୪ରେ ବ୍ୟାଙ୍କ ବନ୍ଦ ରହିବ। ଏହା ବାଦ୍‌ ପ୍ରତି ରବିବାର ଏବଂ ଦ୍ୱିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହିବ।

ତେବେ ବର୍ତ୍ତମାନ କରୋନା କାଳ ହୋଇଥିବାରୁ କେତେକ ବ୍ୟାଙ୍କ ଗ୍ରାହକଙ୍କୁ ଡୋର ଟୁ ଡୋର ବ୍ୟାଙ୍କିଂ ସୁବିଧା ଯୋଗାଉଛନ୍ତି। ଏହି ବ୍ୟାଙ୍କ ମଧ୍ୟରେ ଏସ୍‌ବିଆଇ ସବୁଠୁ ଆଗରେ ରହିଛି। ଅନ୍ୟ ପ୍ରାଇଭେଟ୍‌ ବ୍ୟାଙ୍କ ବି ଗ୍ରାହକଙ୍କ ଘରକୁ ଯାଇ ସେବା ଯୋଗାଉଛନ୍ତି। ଏଣୁ ଯଦି ଆପଣ ବ୍ୟାଙ୍କକୁ ଯାଇ ପାରୁନାହାନ୍ତି ତେବେ ଡୋର ଟୁ ଡୋର ସେବାର ବି ଲାଭ ଉଠାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.