ଡିସେମ୍ବରରେ ୧୨ ଦିନ ବନ୍ଦ ରହିବ ବ୍ଯାଙ୍କ, କରିନିଅନ୍ତୁ ସବୁ ଜରୁରୀ କାମ

ପ୍ରତ୍ଯେକ ବ୍ଯକ୍ତିଙ୍କ କିଛି ନା କିଛି କାମ ବ୍ଯାଙ୍କରେ ରହିଥାଏ। ବିଭିନ୍ନ ପ୍ରକାର ବ୍ଯାକିଂ ସୁବିଧା ଡିଜିଟାଲ ମାଧ୍ୟମରେ ଉପଲବ୍ଧ ହେବା ପରେ ମଧ୍ୟ ଚେକ୍ କ୍ଲିଅରାନ୍ସ, ଲୋନ ସହିତ ଜଡିତ ସେବା ଏବଂ ଅନ୍ଯ ବିଭିନ୍ନ ପ୍ରକାର କାର୍ଯ୍ଯ ପାଇଁ ଆପଣଙ୍କୁ ବ୍ଯାଙ୍କ ଶାଖାକୁ ଯିବାକୁ ପଡିଥାଏ। ତେଣୁ ଚଳିତ ମାସରେ କେତେ ଦିନ ବ୍ଯାଙ୍କ ବନ୍ଦ ରହୁଛି, ତାହା ଜାଣିବା ଆପଣଙ୍କ ପାଇଁ ଆବଶ୍ଯକ। ସୂଚନା ଅନୁସାରେ ବିଭିନ୍ନ ରାଜ୍ୟରେ ଡିସେମ୍ବର ମାସରେ ୧୨ ଦିନ ପାଇଁ ବ୍ୟାଙ୍କ ଛୁଟିଦିନ ପଡୁଛି । ଯଦି ଆପଣ ଆଗାମୀ ମାସ ପାଇଁ ପ୍ଲାନିଂ କରୁଛନ୍ତି ତେବେ ଏହି ଲିଷ୍ଟ ନିଶ୍ଚୟ ଚେକ୍ କରନ୍ତୁ ।

holiday bank

ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଡିସେମ୍ବର ମାସରେ ପଡୁଥିବା ଛୁଟି ତାଲିକା ପୂର୍ବରୁ ଜାରି ହୋଇସାରିଛି । ସବୁ ରବିବାର ତ ଦେଶର ସବୁ ବ୍ୟାଙ୍କ ବନ୍ଦ ରହିବ । ଏହା ସହ ମାସର ଦ୍ୱିତୀୟ ତଥା ଚତୁର୍ଥ ଶନିବାର ମଧ୍ୟ ବ୍ୟାଙ୍କ ବନ୍ଦ ରହିବ । ଏହା ବ୍ୟତୀତ ଅନ୍ୟ କିଛି ପର୍ବପର୍ବାଣି ଯୋଗୁଁ ମଧ୍ୟ ଛୁଟି ରହିବ ବ୍ୟାଙ୍କ । ରାଜ୍ୟରେ ସମସ୍ତ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ଓ ଡିସେମ୍ବର ୨୫ ତାରିଖ କ୍ରିସମସ୍ ପାଇଁ ବ୍ୟାଙ୍କ ବନ୍ଦ ରହିବ । ଅର୍ଥାତ୍ ରାଜ୍ୟରେ ଡିସେମ୍ବର ମାସରେ ସମୁଦାୟ ୭ ଦିନ ଏମିତିରେ ବ୍ୟାଙ୍କ୍‌ ବନ୍ଦ ରହୁଛି । ଏହାଛଡା ୨୫, ୨୬, ୨୭ ଡିସେମ୍ବରରେ ଲଗାତାର ୩ ଦିନ ଦେଶର ସମସ୍ତ ବ୍ଯାଙ୍କ ବନ୍ଦ ରହୁଥିବାରୁ ଡିସେମ୍ବରରେ ମୋଟ ୧୦ ଦିନ ବ୍ୟାଙ୍କ୍‌ ବନ୍ଦ ରହିବ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.