ମାର୍ଚ୍ଚ ମାସରେ ବ୍ୟାଙ୍କରେ ଲମ୍ବା ଛୁଟି, ମୋଟ୍‌ ୧୫ ଦିନ ବନ୍ଦ ରହିବ; ଦେଖନ୍ତୁ ପୂରା ତାଲିକା

ମାର୍ଚ୍ଚ ମାସ ହେଉଛି ଉତ୍ସବର ମାସ। ଏହି ମାସରେ ମହାଶିବରାତ୍ରି, ହୋଲି ଭଳି ବଡ଼ ବଡ଼ ଉତ୍ସବ ପଡ଼ୁଛି। ସେହିଭଳି କେତେକ ସ୍ଥାନୀୟ ପର୍ବ ପର୍ବାଣୀ ମଧ୍ୟ ଏହି ମାସରେ ପଡ଼ୁଛି। ଏହି କାରଣରୁ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ବ୍ୟାଙ୍କ ମଧ୍ୟ ଛୁଟି ରହିବ। ଏବେ ଡିଜିଟାଲ ବ୍ୟାଙ୍କିଂର ବ୍ୟବହାର ବଢ଼ୁଥିବାରୁ ଲୋକମାନଙ୍କୁ ବ୍ୟାଙ୍କକୁ କମ୍‌ ଦୌଡ଼ିବାକୁ ପଡ଼ୁଛି। ତଥାପି କିଛି ଲୋକଙ୍କ କାମ କେବଳ ବ୍ୟାଙ୍କରେ ହିଁ ହୋଇଥାଏ। ଏଣୁ ସେମାନେ ବ୍ୟାଙ୍କ ଯିବାକୁ ବାଧ୍ୟ। ଏହି ଖବର ସେମାନଙ୍କ ପାଇଁ ଖୁବ୍‌ ଜରୁରୀ।

ମାର୍ଚ୍ଚ ମାସରେ ସାପ୍ତାହିକ ଛୁଟିକୁ ମିଶାଇ ଅଲଗା ଅଲଗା ଜୋନ୍‌ରେ ମୋଟ୍‌ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ। ଆରବିଆଇ ମୁତାବକ, ମାର୍ଚ୍ଚ ୨୦୨୨ରେ ପର୍ବପର୍ବାଣୀ ଓ ଅନ୍ୟ ବିଶେଷ ଅବସରରେ ମାର୍ଚ୍ଚରେ ୯ ଦିନ ବନ୍ଦ ରହିବ ବ୍ୟାଙ୍କ। ଏଥିସହ ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ କାମ ବନ୍ଦ ରହିବ। ସେହିପରି ୪ଟି ରବିବାରରେ ବି ବ୍ୟାଙ୍କ ବନ୍ଦ ରହିବ। ଆସନ୍ତୁ ଜାଣିବା ମାର୍ଚ୍ଚରେ କେଉଁ ତାରିଖରେ ବନ୍ଦ ହେବ ବ୍ୟାଙ୍କ…

୧ ମାର୍ଚ୍ଚ-ସବ୍‌ ଏ ମେରାଜ୍‌, ମହାଶିବରାତ୍ରି
୪ ମାର୍ଚ୍ଚ-ଚାପଚର କୁଟ
୫ ମାର୍ଚ୍ଚ-ପଞ୍ଚାୟତିରାଜ ଦିବସ
୧୭ ମାର୍ଚ୍ଚ-ହୋଲିକା ଦହନ
୧୮ ମାର୍ଚ୍ଚ-ଦୋଳ ଯାତ୍ରା, ହୋଲି, ୟୋଶାଂଗ
୨୧ ମାର୍ଚ୍ଚ- ନୌରୋଜ
୨୨ ମାର୍ଚ୍ଚ- ବିହାର ଡେ’
୨୩ ମାର୍ଚ୍ଚ- ସହିଦ ଦିବସ
୨୮ ମାର୍ଚ୍ଚ- ଭକ୍ତ ମାତା କର୍ମ ଜୟନ୍ତୀ

ମାସିକ ଶନିବାର ଓ ରବିବାର ଛୁଟି:

୬ ମାର୍ଚ୍ଚ-ରବିବାର
୧୨ ମାର୍ଚ୍ଚ- ଦ୍ୱିତୀୟ ଶନିବାର
୧୩ ମାର୍ଚ୍ଚ- ରବିବାର
୧୯ ମାର୍ଚ୍ଚ-ହୋଲି(କେତେକ ରାଜ୍ୟରେ)
୨୦ ମାର୍ଚ୍ଚ-ରବିବାର
୨୬ ମାର୍ଚ୍ଚ- ଚତୁର୍ଥ ଶନିବାର
୨୭ ମାର୍ଚ୍ଚ-ରବିବାର

Also Read: ଆଇନ୍‌ ଉପରେ ବଢ଼ିଲା ବିଶ୍ୱାସ: ଦୁଷ୍କର୍ମ ପରେ ଧାରୁଆ ଅସ୍ତ୍ରରେ ଗଣ୍ଡି ମୁଣ୍ଡ ଅଲଗା କରିଥିବା ଧନୀ ଯୁବକକୁ ମିଳିଲା ମୃତ୍ୟୁ ଦଣ୍ଡ